ପ୍ରଥମ ଭାରତୀୟ ଓକିଲ ଭୁବନ ରିଭୁ ପାଇଲେ ମେଡାଲ୍ ଅଫ୍ ଅନର୍
 
        ସମ୍ବଲପୁର:ଭୁବନ ରିଭୁ ଜଣେ ଅଗ୍ରଣୀ ଶିଶୁ ଅଧିକାର ଆଇନଜ୍ଞ।ଡୋମିନିକାନ୍ ରିପବ୍ଲିକରେ ଆୟୋଜିତ ୱାର୍ଲ୍ଡ କଂଗ୍ରେସ ଅଫ୍ ଦି ରାଇଟ୍ସ ଅନୁଷ୍ଠାନରେ ୱାର୍ଲ୍ଡ ଆସୋସିଏସନ୍ ଅଫ୍ ଜୁରିଷ୍ଟସ୍ (ଡବ୍ଲୁଜେଏ) ତରଫରୁ ‘ମେଡାଲ୍ ଅଫ୍ ଅନର୍’ ପୁରସ୍କାର ଜିତି ପ୍ରଥମ ଭାରତୀୟ ଓକିଲ ହେବାର ଗୌରବ ଅର୍ଜନ କରିଛନ୍ତି। ସେ ଦେଶର ୪୧୬ ରୁ ଅଧିକ ଜିଲ୍ଲାରେ ପିଲାମାନଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ‘ଜଷ୍ଟ୍ ରାଇଟ୍ସ୍ ଫର୍ ଚିଲ୍ଡ୍ରେନ୍’ (ଜଆସି) ର ଅଭିଯାନକୁ ନେତୃତ୍ୱ ଦେଉଛନ୍ତି। ସେ ଜିଲ୍ଲା ସ୍ତରରେ ଶିଶୁ ବିବାହ ଓ ଶିଶୁ ଚାଲାଣ ବିପକ୍ଷରେ ଆଇନଗତ ହସ୍ତକ୍ଷେପ ମାଧ୍ୟମରେ ଗଭୀର ପ୍ରଭାବ ସୃଷ୍ଟି କରିଛନ୍ତି।
ଭୁବନ ରିଭୁ ଗତ ଦୁଇ ବର୍ଷ ଧରି ସମ୍ବଲପୁରରେ ସିଡ଼ି ଅନୁଷ୍ଠାନ ସହ ମିଳିତ ଭାବରେ  ଶିଶୁ ସୁରକ୍ଷା କାର୍ଯ୍ୟରେ ଜଡିତ ଅଛନ୍ତି। ତାଙ୍କର ନେତୃତ୍ୱରେ ଜେଆରସି ସମ୍ବଲପୁର ଜିଲାର ଜମନକିରା ବ୍ଲକ ଅଞ୍ଚଳରେ ବାଲ୍ୟ ବିବାହ ଓ ଶିଶୁ ଚାଲାଣ ରୋକିବା ପାଇଁ କାମ କରିଆସୁଛନ୍ତି। ଜେଆରସି ହେଉଛି ବିଶ୍ୱର ସବୁଠୁ ବଡ଼ ଶିଶୁ ସୁରକ୍ଷା ନ୍ୟାୟ ନେଟୱର୍କ, ଯାହା ଭାରତର ୪୧୬ ଟି ଜିଲ୍ଲାରେ ବେସରକାରୀ ସଂସ୍ଥା ମାନଙ୍କ ସହ କାର୍ଯ୍ୟ କରୁଛି ।
ସିଡ଼ି ଅନୁଷ୍ଠାନ  ସ୍ଥାନୀୟ ସହଯୋଗୀ ଭାବେ ସମ୍ବଲପୁର ଜିଲାରେ ଭୁବନ ରିଭୁଙ୍କର ବୈଧ ଓ ରଣନୀତିଗତ ପରାମର୍ଶ ଅନୁସାରେ ୨୦୩୦ ସୁଦ୍ଧା ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ଲକ୍ଷ୍ୟ ନେଇ କାମ କରୁଛି।ତାଙ୍କର ବୈଧ ହସ୍ତକ୍ଷେପ ଦ୍ୱାରା ଓଡ଼ିଶାରେ ଶିଶୁ ଅଧିକାର ସଂପର୍କିତ ନୀତିରେ ଗଭୀର ପ୍ରଭାବ ପଡ଼ିଛି। ବିଶ୍ୱସ୍ତରୀୟ ଏହି ସମ୍ମାନ ସମ୍ବଲପୁରର ଜିଲାର ଶିଶୁ ସୁରକ୍ଷା କାର୍ଯ୍ୟକୁ ଏକ ନୂଆ ଗତି ଦେଇଛି ଓ ୨୦୩୦ ମଧ୍ୟରେ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଗଠନ ପାଇଁ ଏକ ବହୁତବଡ଼ ଆହ୍ୱାନ ଯୋଗାଇଛି ।

 
                        
 
                                 
                                 
                                 
                                 
                                