Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆତ୍ମହତ୍ୟା ଉଦ୍ୟମ ମହିଳା ଙ୍କୁ ଉଦ୍ଧାର ପୋଲିସ ସହାୟତାରେ ଘରକୁ ପଠାଇଲେ ସ୍ବେଚ୍ଛାସେବୀ

ସମ୍ବଲପୁର:ବୁଧବାର ସଂଧ୍ୟାରେ ବରଗଡ଼ ର ଜଣାଶୁଣା ସ୍ବେଚ୍ଛାସେବୀ ସଂଘମିତ୍ରା ପଟେଲ ଏକ ବଡ ଅଘଟଣ ରୁ ଜନୈକା ଯୁବତୀ ଙ୍କୁ ଉଦ୍ଧାର କରିଥିବା ଘଟଣା ନଜର କୁ ଆସିଛି।
ଘଟଣାରୁ ପ୍ରକାଶ ଯେ,ୱାର୍ଡ଼ ନଂ ୧୧ ଘରୋଇ ବସଷ୍ଟାଣ୍ଡ ପାଖ ଶିବାନନ୍ଦ ଆଶ୍ରମ ନିକଟସ୍ଥ ବରଗଡ଼ କେନାଲ କୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ଜଣେ ୩୦/୩୫ ବର୍ଷିୟା ଯୁବତୀ ଙ୍କୁ ସ୍ଥାନୀୟ ଲୋକେ ଗଭୀର ପାଣିରୁ ଉଦ୍ଧାର କରି ସ୍ବେଛାସେବୀ ଶ୍ରୀମତୀ ପଟେଲଙ୍କୁ ଖବର ଦେବାରୁ ଶ୍ରୀମତୀ ପଟେଲ ତୁରନ୍ତ ସେହି ସ୍ଥାନକୁ ଆସି ୧୧୨ ପି.ସି.ଆର୍ କୁ ଖବର ଦେଇଥିଲେ।ପାରିପାର୍ଶ୍ୱିକ ପରିସ୍ଥିତି ରୁ ଉକ୍ତ ଯୁବତୀର ମୁଣ୍ଡ ଠିକ୍ ନ ଥିବା ସନ୍ଦେହ କରାଯାଉଛି। ତେବେ ବରପାଲି ମାମୁଁ ଘରୁ ଆସି କାହିଁକି ଆତ୍ମହତ୍ୟା କରିବାକୁ ଯାଉଥିଲା ତାହା ତଦନ୍ତ ସାପେକ୍ଷ।
ବରଗଡ଼ ଉପକଣ୍ଠ ଗାଏସିମା ଗ୍ରାମର ଗୋପଲକ୍ଷ୍ମୀ ନାଏକ ବୋଲି ପୋଲିସ ଜାଣିବାକୁ ପାଇଥିଲା।ସେ ବିବାହିତା ତଥା ସ୍ବାମୀ ପରିତ୍ୟକ୍ତା ହୋଇଥିବାରୁ ମାନସିକ ଭାରସାମ୍ୟ ହରାଇ ଏହିପରି ଚରମ ନିଷ୍ପତ୍ତି ନେଇଥାଇପାରେ ବୋଲି ସ୍ବେଛାସେବୀ ଶ୍ରୀମତୀ ପଟେଲ କହିଛନ୍ତି।ଉକ୍ତ ଯୁବତୀ ବରଗଡ଼ ତଲିପଡାର ଶ୍ରୀ ନିତ୍ୟାନନ୍ଦ ପୂଜାରୀଙ୍କ ଘରେ କାମ କରୁଥିବା କହିବାରୁ ଶ୍ରୀ ପୂଜାରୀ, ଶ୍ରୀମତୀ ପଟେଲ, ସନ୍ତୋଷ ସାହୁ ଏବଂ ସ୍ଥାନୀୟ ପୋଲିସ ଉକ୍ତ ଯୁବତୀଙ୍କୁ ବୁଝାସୁଝା କରି ସ୍ବେଛାସେବୀ ସାରଥୀ ମେହେର ଙ୍କ ଅଟୋରେ ତାଙ୍କ ଗାଆଁ କୁ ପଠାଇଥିଲେ।