ସିଙ୍ଗାରାମ ରେ  ବକ୍ସାଇଟ ଡ଼ମ୍ପିଂ  ୟାର୍ଡ଼ କୁ ବିରୋଧ….ରାତି ସାରା ଉଜାଗର ରହିଲେ ୧୦ ଖଣ୍ଡ ଗାଁ ର ଶତାଧିକ ଗ୍ରାମବାସୀ… ୫୫ କିମି ଦୂର ରାପକଣା ଦେଇ ସିଙ୍ଗା ରାମ ଷ୍ଟେସନ କୁ ବକ୍ସାଇଟ…


ଲକ୍ଷ୍ମୀପୁର ୦୮/୦୫ ..ଲକ୍ଷ୍ମୀପୁର ବ୍ଲକ ସିଙ୍ଗାରାମ  ରେଳବାଇ ଷ୍ଟେସନ ରେ  ଅନେକ ବିରୋଧ ସତ୍ୱେ ବର୍ତ୍ତମାନ  ବକ୍ସାଇଟ ର ଡ଼ମ୍ପିଂ  ୟାର୍ଡ଼ କରାଯାଇଛି। ବୁଧବାର ଶୁଭ ମୁହୂର୍ତ୍ତ ର ଦିନ ଥିବା କାରଣରୁ ପ୍ରାୟ ୩୦ ଟି ହାଇୱା ଗାଡ଼ିରେ ବକ୍ସାଇଟ ଲୋଡ଼ ହୋଇ ଲକ୍ଷ୍ମୀପୁର ଆମ୍ବଗୁଡା ରେଳବାଇ ରାସ୍ତା ଦେଇ ସିଙ୍ଗାରାମ  ଷ୍ଟେସନ କୁ ଗାଡି ଗୁଡିକ ଯିବାର ଥିଲା। ଅଂଚଳ ବାସି ଏହି ଖବର ପାଇବା ମାତ୍ର ପ୍ରାୟ ୧୦ ଖଣ୍ଡ ଗାଁ ର  ଲୋକେ ଆମ୍ବଗୁଡା ଠାରୁ ଆରମ୍ଭ କରି ନିଶାର, ଭୂଇଁପାଟଣୀ, ଓଡ଼ିଆପେଣ୍ଠ, ବିରୀଗୁଡା, ଭଲୁଯୋଡି ଭଳି ଅନେକ ଗାଁ ରେ ଟାୟାର ଜାଳି ରାସ୍ତା ଅବରୋଧ କରି ହାଇୱା  ଗାଡିକୁ ଯିବାକୁ ଦେଇନଥିଲେ। ସିଙ୍ଗା ରାମ ଷ୍ଟେସନ ରେ ଡ଼ମ୍ପିଂ  ୟାର୍ଡ଼ ସକାଶେ ଆଗରୁ ୨୨ ଖଣ୍ଡ ଗାଁ ର ଗ୍ରାମବାସୀ ବିରୋଧ କରିଥିବା ବେଳେ ଗତ ମାସ ୧୩ ତାରିଖ ରେ ଏହି ରାସ୍ତା ଦେଇ ବକ୍ସାଇଟ ପରିବହନ କରାନଯାଉ ବୋଲି ସରକାର ଙ୍କୁ ମଧ୍ୟ ଚିଠି ଲେଖିଥିବା ସ୍ଥାନୀୟ ବିଧାୟକ ପବିତ୍ର ସାଉଁତା  ମଧ୍ୟ ଆଜି ପ୍ରକାଶ କରିଛନ୍ତି।
ରାତି ସାରା ଉଜାଗର ରହି ଭଳି ରହି ଜଗି ରହିଥିବା କାରଣରୁ ୩୦ ଟି ହାଇୱା ମଧ୍ୟରୁ ୯ ଟି ହାଇୱା  ରେ ଭର୍ତି ଥିବା ଥିବା ବକ୍ସାଇଟ କୁ ୧୦ କିଲୋମିଟର ରାସ୍ତା ପରିବର୍ତ୍ତେ ୫୫ କିଲୋମିଟର ବୁଲି ରାଫକଣା  ଦେଇ  
ସିଙ୍ଗାରାମ ଷ୍ଟେସନ ରେ ଗାଡି ଗୁଡ଼ିକ ପହଂଚିଥିଲା।
ଲକ୍ଷ୍ମୀପୁର ରୁ ଟିକିରି ପର୍ଯ୍ୟନ୍ତ ରେଳବାଇ ରାସ୍ତା ଦେଇ ଯାଉଥିବା  ପିଚୁ ରାସ୍ତା ଓସାରିଆ ବଦଳ ରେ ସଂକୀର୍ଣ୍ଣ ହୋଇ ରହିଛି, ଏହିରାସ୍ତା ରେ ୪ ଟି ବହୁ ପୁରାତନ ବ୍ରିଜ ରହିଥିବା ବେଳେ ଦୁଇଟି ଅଣ ଓସାରିଆ ରେଳ ଓଭର ବ୍ରିଜ ରହିଛି,ରାସ୍ତାରେ ଭାରୀଯାନ ଚାଲିବା କଷ୍ଟକର। ତେଣୁ ସିଙ୍ଗାରାମ ରେ ହେବାକୁ ଥିବା ବକ୍ସାଇଟ ଡମପିଙ୍ଗ ୟାର୍ଡ଼ କୁ ବିରୋଧ କରି ଗାଁ ଗାଁରେ ରାସ୍ତାରେ ନିଆଁ ଲଗେଇ ବିରୋଧ କରିଥିଲେ ଗ୍ରାମବାସୀ।
ତେଣୁ ସିଙ୍ଗାରାମ ରେ ହେବାକୁ ଥିବା ବକ୍ସାଇଟ ଡମପିଙ୍ଗ ୟାର୍ଡ଼ କୁ ବିରୋଧ କରାଯାଇଛି,ରାସ୍ତା ଟି କେବଳ ଛୋଟ ମୋଟ ଯାନବାହାନ ପାଇଁ ହୋଇଛି ।ଖଣି ପରିବହନ ହେଲେ ରାସ୍ତା ନଷ୍ଟ ହେବା  ସହ ଦୁର୍ଘଟଣା ଘଟି ଅନେକ ଗରିବ ପରିବାର ସର୍ବସ୍ୱାନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ନିତିଦିନ ଶହ ଶହ ସଂଖ୍ୟା ରେ ଲୋକେ ଲକ୍ଷ୍ମୀପୁର କୁ ଯିବା ଆସିବା କରିବା ସହ ଛାତ୍ର ଛାତ୍ରୀ ମାନେ ସ୍କୁଲ କୁ ଯାଉଛନ୍ତି, ନିତିଦିନ ଏହି ରାସ୍ତା ରେ ପ୍ରାୟ ୫ ଶହ ରୁ ଉର୍ଦ୍ଧ ହାଇୱା ଟିପର ଚାଲିଲେ ଏ ଅଞ୍ଚଳ ଲୋକେ ବଂଚିବା ଅସମ୍ଭବ  ବୋଲି ଆନ୍ଦୋଳନ କାରି କହିଛନ୍ତି।ଅନ୍ୟ ପକ୍ଷ ରେ ୧୦ ଫୁଟ ଥିବା ଏହି ରାସ୍ତା କୁ ପ୍ରଶସ୍ତିକରଣ ସକାଶେ ଗତ କିଛି ଦିନ ତଳେ ଠିକାଦାର ଜଣକ ସାଧାରଣ ଲୋକଙ୍କ ର ଜମି କୁ ଉଚିତ ଦର ରେ କମ୍ପାନୀ ଠାରୁ ଟଙ୍କା ଆଣି ପ୍ରଦାନ କରିବି ବୋଲି ପ୍ରତିଶୃତି ଦେଇ ରାସ୍ତା କାର୍ଯ୍ୟ ସମ୍ପୂର୍ଣ କରିଦେଲା, କିନ୍ତୁ ରାସ୍ତା କାମ ସାରି ୫ ମାସ ବିତି ଯାଇଥିଲେ ସୁଧା ଠିକାଦାର ଜଣକ ଅନେକ ରାସ୍ତା ପାଇଁ ଜମି ଛାଡି ଥିବା ବ୍ୟକ୍ତି ଙ୍କୁ ଟଙ୍କା ପ୍ରଦାନ କରିବା ତ ଦୂର ର କଥା ଫୋନ୍ ମଧ୍ୟ ରିସିଭ କରିବା ପାଇଁ କୁଣ୍ଠାବୋଧ ହୋଇ ରହିଗଲେ।ଗତକାଲି ବକ୍ସାଇଟ ଗାଡି ଚଳା ଚଳ କୁ ବିରୋଧ କରିବା ପରେ ସମ୍ପୃକ୍ତ ଠିକାଦାର କମ୍ପାନୀ ପେମେଣ୍ଟ କରି ନଥିବା କାରଣରୁ ସାଧାରଣ ଲୋକଙ୍କୁ ପ୍ରଦାନ କରାଯାଇ ପାରିନାହିଁ ବୋଲି ସଫେଇ ଦେଇଛନ୍ତି। କମ୍ପାନୀ ଓ ଠିକାଦାର ଙ୍କ ଏଭଳି ମନବୃତି କାରଣରୁ ଲୋକେ ବାଧ୍ୟ ହୋଇ ରାସ୍ତା ଓଲ୍ଲାଇ ଆନ୍ଦୋଳନ ଜାରି ରଖିଛନ୍ତି।