Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ସହରର ବିଭିନ୍ନ ହୋଟେଲରେ ଖାଦ୍ୟ ନିରାପତ୍ତା ଟିମର ଚଢ଼ାଉ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ପ୍ରଦୀପ କୁମାର ଗୁରୁ ଓ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋଜ କୁମାର ଅଦାବରଙ୍କ ନିର୍ଦେଶ କ୍ରମେ ଆଜି ସକାଳ ୯ଟା ରୁ ଦିନ ୨ ଟା ପର୍ଯ୍ୟନ୍ତ ସୋନପୁର ସହରର ବିଭିନ୍ନ ହୋଟେଲ ମାନଙ୍କରେ ଖାଦ୍ୟ ନିରାପତ୍ତା ଅଧିକାରୀ ଓ ତାଙ୍କ ଟିମ ର ଚଢ଼ାଉ ପରେ ୨୦ ଗୋଟି ଦୋକାନରୁ ସାତ ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି। ନଳିନୀ ଛକ, ପୁରୁଣା ଥାନା, କଚେରୀ ଛକ ଓ ନୂଆଁ ହସ୍ପିଟାଲ ଅଞ୍ଚଳରେ ଆଜି ଏହି ସ୍କ୍ୱାର୍ଡ ଚଢାଉ କରିଥିଲେ। ଉକ୍ତ ସ୍କ୍ୱାର୍ଡରେ ଖାଦ୍ୟ ନିରାପତ୍ତା ଅଧିକାରୀ ସସ୍ମିତା ନାଏକ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ରାଜୀବ ପଧାନ, ପୋଲିସ ସବ ଇନ୍ସପେକ୍ଟର ଶଶୀରେଖା ଲୁହା, ପୋଲିସ କନେଷ୍ଟବଳ ରୋନାଲ ପ୍ରଧାନ ଓ ନୀଳିମା ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ। ଚଢ଼ାଉ ବେଳେ ୨୦ କିଲୋ ର ବାସି ଖାଦ୍ୟ ସବୁ ନଷ୍ଟ କରାଯାଇଥିବା ବେଳେ ଦୂଷିତ ଖାଦ୍ୟ ପାନୀୟ ଲୋକଙ୍କୁ ନ ଦେବା ପାଇଁ ତାଗିଦ କରାଯାଇଥିଲା। ଆଗକୁ ଯଦି ଏହାର ଖିଲାପ କରିବେ ତାଙ୍କୁ ଆଇନ ଅନୁଯାୟୀ ଉଚିତ ଦଣ୍ଡ ଦିଆଯିବ ବୋଲି ଦୋକାନୀ ଙ୍କୁ ସୁଚନା ଦିଆଯାଇଥିବା ଟିମ ପକ୍ଷରୁ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ