ପାଣ୍ଡକାପଦର ଗାଁ ରାସ୍ତାରେ ଟଳିପଡିଲା ବିରାଟଗଛ ; ଗଛ କାଟି ରାସ୍ତା ସଫା କଲା ଅଗ୍ନିଶମବିଭାଗ


ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ବ୍ଲକ କୁଟିଙ୍ଗା ଗ୍ରାମପଞ୍ଚାୟତର ପାଣ୍ଡକାପଦର ଗାଁ କୁ ଯିବା ରାସ୍ତା ରେ ଗୁରୁବାର ସକାଳୁ ସକାଳୁ ଏକ ବିରାଟକାୟ ଗଛ ରାସ୍ତା ଉପରେ ପଡିଯାଇଥିବା ଦେଖି ଗ୍ରାମବାସୀ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ।ଲକ୍ଷ୍ମୀପୁର ଅଗ୍ନିଶମ ବିଭାଗ ର ଏକ ଟିମ୍ ବିଭିନ୍ନ ପ୍ରକାର କଟର ମେସିନ୍ ସାହାଯ୍ୟରେ ପ୍ରାୟ ଦୁଇ ଘଣ୍ଟା ଧରି ଗଛ ର ଗଣ୍ଡି ଗୁଡିକ କୁ କାଟି ରାସ୍ତା ରୁ ହଟାଇଥିଲେ।ଖବର ପାଇ ଅଗ୍ନିଶମ ବିଭାଗ ନୂତନ କୌଶଳ ଓ ମେସିନ୍ ସାହାଯ୍ୟରେ ତୁରନ୍ତ ରାସ୍ତାରୁ ଗଛ ହଟାଇ ପାରିଥିବାରୁ ଗ୍ରାମବାସି ଯାତାୟତର ସୁବିଧା ପାଇବା ସହ ଅଗ୍ନିଶମ ବିଭାଗ କୁ ଧନ୍ୟବାଦ୍ ଜଣାଇଥିଲେ।ଶହ ଶହ ବର୍ଷ ର ସୁସ୍ଥ ସବଳ ଗଛ ବିନା ପବନ ବର୍ଷାରେ କିପରି ପଡିଗଲା ସକାଳୁ ସକାଳୁ ଗ୍ରାମବାସୀ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।