Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ୱାଦିକ ଙ୍କ ଘରେ ଦିନ ଦିପହର ରେ କଳା କନା ବୁଲାଇଲେ।୫ ତୁଳା ସୁନା ସହ ରୁପା ସାମଗ୍ରୀ ଚୋରୀ ଅଭିଯୋଗ।ସନ୍ଧାନୀ କୁକୁର ପାଇଲାଣି ଟେର…

ଲକ୍ଷ୍ମୀପୁର:୧୦/୫ …. ଲକ୍ଷ୍ମୀପୁର ବ୍ଲକ ସଦର ମହକୁମା ର ଶାନ୍ତିନଗର ରେ ରହୁଥିବା ଯୁଧିଷ୍ଟିର ବାଘ ନାମକ ସାମ୍ୱାଦିକ ଙ୍କ ଘରୁ ଶୁକ୍ରବାର ଦିନ ଦିପହର ରେ ଦୃର୍ବୁତ୍ତ ମାନେ ପଶି ଚୋରୀ କରି  ଘରେ କଳା କନା ବୁଲାଇ ଦେଇଛନ୍ତି।    ଶୁକ୍ରବାର  ଦିନ ଶ୍ରୀ ବାଘ ଙ୍କ ପରିବାର ର ସମସ୍ତ ସଦସ୍ୟ ଘରେ ତାଲା ପକାଇ ନାରାୟଣପାଟଣା   ବ୍ଲକ ର ଏକ ଗାଁ ରେ ଭୋଜି ଖାଇବାକୁ ଯାଇଥିଲେ । ଘରେ କେହି ନ ଥିବା ସମୟ ରେ ଦୁର୍ବୁତ୍ତ  ସୁଯୋଗ ନେଇଁ ଦ୍ୱିତୀୟ ଗେଟ ରେ ଲାଗି ଥିବା  ତାଲା ଭାଙ୍ଗି ଶ୍ରୀ ବାଘ ଙ୍କର  ଘରେ ପଶି ଆଲମିରା ଭାଙ୍ଗି ପ୍ରାୟ ୫ ତୁଳା ରୁଉର୍ଦ୍ଧ ସୁନାର ଅଳଙ୍କାର ଓ ରୁପା ଅଳଙ୍କାର ଚୋରୀହୋଇ ଥିବା ଥାନାରେ ଅଭିଯୋଗ ହୋଇଛି। ଚୋରୀ ହୋଇଥିବା ସାମଗ୍ରୀ ମଧ୍ୟରୁ ଶିକ୍ଷକତା କରୁଥିବା ତାଙ୍କ ସ୍ତ୍ରୀ ଙ୍କ ର ମଙ୍ଗଳ ସୂତ୍ର, କାନ ଫୁଲ,  ଦୁଇ ହଳ ରୁପା ପାଉଁଜି, ଝିଅ ର ତିନୋଟି ସୁନା ଲକେଟ୍, ଗୋଟିଏ ସୁନା ଚେନ୍ ଓ ମୁଦି ଏଵଂ ତାଙ୍କ  ମା ଙ୍କର ସୁନା ଅଳଙ୍କାର ରହିଛି ।ରାତିରେ ଫେରିବାପରେ ସେ ଥାନାରେ ଅଭିଯୋଗ କରିଥିଲେ,ଅଭିଯୋଗ କୁ ଆଧାର କରି ସଙ୍ଗେ ସଙ୍ଗେ ଆଇଆଇସି ସୁଜ୍ଞାନୀ ସାହୁ ଙ୍କ ନେତୃତ୍ଵ ରେ ଏକ ଟିମ ଗଠନ  କରାଯାଇ ତଦନ୍ତ କରାଯାଉଥିବା ଜଣାପଡିଛି। ଆଜି ସକାଳୁ କୋରାପୁଟ ରୁ  ସନ୍ଧାନୀ କୁକୁର ସହ ଏକ ତଦନ୍ତକାରୀ ଟିମ୍ ଆସି ତଦନ୍ତ କରି ଫେରିଛନ୍ତି। ଦିନ ଦିପହର ରେ ଯଦି ଘରେ ତାଲା ପକାଇ ଭୋଜି ଖାଇବାକୁ ଗଲେ ସେହି ଘର କୁ ଟାର୍ଗେଟ କରି ଚୋରୀ କରାଯାଉଛି, ତାହେଲେ ଲକ୍ଷ୍ମୀପୁର ଅଞ୍ଚଳ ବାସି ଜମାରୁ ସୁରକ୍ଷିତ ନୁହଁନ୍ତି ବୋଲି ଆଲୋଚନା ହଉଛି। କେଉଁ କାରଣ ରୁ ଦିନରେ ଘରୁ ଚୋରୀ ହେଉଛି ଓ ଏହା କିପରି ରୋକାଯାଇପାରିବ ସେଥିପାଇଁ ପୋଲିସ ଦୃଢ଼ ପଦକ୍ଷେପ ନେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି। ଏନେଇଁ ପୋଲିସ ତରଫରୁ କୌଣସି ମତାମତ ମିଳିପାରିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ