Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୦୭ ରେ ଓଡ଼ିଶାର ତୃତୀୟ ଗୋପାଳପୁର ପ୍ଲାନୋଟୋରିୟମ ନିର୍ମାଣ ନିମନ୍ତେ ପାଣ୍ଠି ବରାଦ ହୋଇଥିଲା; ହେଲେ ୧୯ ବର୍ଷ ପରେ ବି ସରୁନି କାମ

ଗୋପାଳପୁର: ‌ ଗଞ୍ଜାମ ଜିଲ୍ଲା ସବୁ କ୍ଷେତ୍ରରେ ପଛୁଆ ରହିଯାଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୦୭ ରେ ଓଡ଼ିଶାର ତୃତୀୟ ଗୋପାଳପୁର ପ୍ଲାନୋଟୋରିୟମ ନିର୍ମାଣ ନିମନ୍ତେ ୧୨ କୋଟି ଟଙ୍କା ବରାଦ ସତ୍ତ୍ୱେ ଆଜି ୧୯ ବର୍ଷ ବିତିବାକୁ ଯାଉଥିବା ବେଳେ ମଧ୍ୟ ଆଜି ଯାଏଁ ଏହାର ନିର୍ମାଣ କାମ କରିନଥିବା ଜଣାପଡିଛି। ଗୋପାଳପୁର ସନ୍ନିକଟ ବିକ୍ରମ ପୁର ଠାରେ ୨୦୦୭ ମସିହାରେ ୧୦ ଏକର ଜମିରେ ପ୍ଲାନୋଟୋରିୟମ ନିର୍ମାଣ ନିମନ୍ତେ ସ୍ଥିର କରାଯିବା ସହ ଏଥି ନିମନ୍ତେ ୧୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା।ଏହା ପୂର୍ବରୁ ଓଡ଼ିଶାରେ ପ୍ରଥମ ପ୍ଲାନୋଟୋରିୟମ ୧୯୮୦ ମସିହାରେ ଭୁବନେଶ୍ୱରରେ ସ୍ଥାପିତ ହୋଇଥିବା ବେଳେ ୨୦୧୭ ରେ ସମ୍ବଲପୁର ରେ କାର୍ଯ୍ୟକ୍ଷମ ହୋଇଥିଲା।ଗତ ୨୦୧୨ ଜୁନ ୧୬ ତାରିଖରେ ଇଡକୋ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଏସ ମନୋରମା କନଷ୍ଟ୍ରାକସନ ଠିକା ସଂସ୍ଥା ସହ ଚୁକ୍ତିନାମା ସ୍ବାକ୍ଷରିତ ହେବା ସହ ୨୦୨୨,ଜୁନ ୧୫ ସୁଦ୍ଧା ନିର୍ମାଣ କାମ ସାରିବାକୁ ନିର୍ଦ୍ଦେଶ ରହିଥିଲା। କିନ୍ତୁ ଏହା ମଧ୍ୟରେ ଅତିରିକ୍ତ ୧ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିବା ବେଳେ ଏବେ ଗତ ୬ ତାରିଖରେ ଇଡକୋ ର ଡିଭିଜିନାଲ ମୁଖ୍ୟ ଇଂ ସ୍ମରଣିକା ପାଣିଗ୍ରାହୀ ଙ୍କ ପକ୍ଷରୁ ଚିଠି ନଂ ୬୪୩,ତା ୦୬/୦୫/୨୩ ପ୍ରକାରେ ଠିକା ସଂସ୍ଥା କେବଳ ୩୦ ଶତକଡା ନିର୍ମାଣ କାମ ସାରିଥିବା ଉଲ୍ଲେଖ ରହିବା ସହ ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ନିର୍ମାଣ କାମ ସାରିବାକୁ ତାଗିଦ କରାଯାଇଥିବା ଉଲ୍ଲେଖ ରହିଛି। ଏବଂ ସେପ୍ଟେମ୍ବର ମାସରେ ଏହାର ଉଦଘାଟନ କରାଯିବ ବୋଲି ମଧ୍ୟ ଚିଠିରେ ଉଲ୍ଲେଖ ରହିଛି। ଏଥିରୁ ସହଜରେ ଅନୁନୟ ଯେ ନିର୍ମାଣ କାର୍ଯ୍ୟ ର ତଦାରଖ ଦାୟିତ୍ଵରେ ରହିଥିବା ଇଡକୋ ସଂସ୍ଥା ମଧ୍ୟ ଘୋର ନିଦରେ ଶୋଇଥିବା ସାଧାରଣ ରେ ଆଲୋଚନା ହେଉଛି। ପ୍ଲାନୋଟୋରିୟମ ନିର୍ମାଣ ନିମନ୍ତେ ୨୦୨୨ , ଅଗଷ୍ଟ ମାସ ଧାର୍ଯ୍ୟ କରାଯାଇଥିବା ବେଳେ ଅବଧି ସରିବାର ୧ ବର୍ଷ ପରେ ଠିକା ସଂସ୍ଥା କୁ ତାଗିଦ କରି ଚିଠି କରିବା ଆଲୋଚନା ର ବିଷୟ ପାଲଟିଛି। ସୂଚନାଯୋଗ୍ୟ ଯେ ଗତ ୨୦୧୯, ଫେବୃଆରୀ ୪ ରେ ପ୍ଲାନୋଟୋରିୟମ ପରିସରରେ ୬.୫୦ କୋଟି ବ୍ୟୟରେ ବିଜ୍ଞାନ ପାର୍କ ନିର୍ମାଣ ନିମନ୍ତେ ମଧ୍ୟ ପାଣ୍ଠି ବରାଦ କରାଯାଇଥିଲା। କିନ୍ତୁ ଆଜି ଯାଏଁ କୋଠା ନିର୍ମାଣ କାମ କରିନଥିବାରୁ ଏହା କେବେ କାର୍ଯ୍ୟକ୍ଷମ ହେବ ତାହା ଦେଖିବାକୁ ବାକି ରହିଲା ବୋଲି ସାଧାରଣରେ ଆଲୋଚନା ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories