କଳାହାଣ୍ଡି:୧୩/୦୫
ଭବାନୀପାଟଣା ସ୍ଥିତ ବିକାଶ ଆବାସିକ ବିଦ୍ୟାଳୟରେ ଦୀର୍ଘ ୧୫ ଦିନ ବ୍ୟାପୀ ଚାଲିଥିବା ସମର କ୍ୟାମ୍ପ ଉଦଯାପିତ ହୋଇ ଯାଇଛି | ଉଦଯାପନୀ ଉତ୍ସବଟି ମହାସମାରୋହରେ ପାଳିତ ହୋଇଯାଇଛି | ଏହି ଉଦଯାପନୀ ଉତ୍ସବରେ ଅନୁଷ୍ଠାନର ନିର୍ଦ୍ଦେଶକ ଡି ରାମ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ , ସମ୍ମାନିତ ଅତିଥି ଭାବେ ଶିକ୍ଷା ପ୍ରଭାରି ଡି ବିଜୟା , ପରିଚାଳନା ମଣ୍ଡଳୀ ସଦସ୍ୟା ଡି ପଦ୍ମିନୀ , ବିକାଶ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଅଧ୍ଯକ୍ଷ ଯୁବରାଜ ନାୟକ , ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ଆରତି ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ | ଲିପ୍ଷା ପଟେଲ ସ୍ଵାଗତ ଭାଷଣ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ | ଅତିଥିଗଣ ନିଜ ନିଜ ବକ୍ତବ୍ୟରେ ଶିକ୍ଷା ସହ କ୍ରିଡା , କଳା କୃତି , ନୃତ୍ୟ, ସଙ୍ଗୀତ , ଅଭିନୟ, ବାଦ୍ୟ , ଚିତ୍ର କଳା , ଆଦି କ୍ଷେତ୍ରରେ ମଧ୍ୟ ନୈପୁଣ୍ୟତା ହାସଲ କରିବାକୁ ଗୁରୁତ୍ଵାରୋପ କରିଥିଲେ | ଚଳିତ ବର୍ଷ କ୍ରିଡା , କଳାକୃତି , ନୃତ୍ୟ, ସଙ୍ଗୀତ , ଅଭିନୟ, ବାଦ୍ୟ , ଚିତ୍ର କଳା, ମୃତ୍ତିକାକଳା , ତୀରନ୍ଦାଜ ଆଦି ବିଷୟରେ ଛାତ୍ର ଛାତ୍ରୀଙ୍କୁ ତାଲିମ ପ୍ରଦାନ କରଯାଇଥିଲା | ଏଥିରେ ବିକାଶ ଶିକ୍ଷାନୁଷ୍ଠାନ ସହ ଅନ୍ଯାନ୍ଯ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମଧ୍ୟ ଅଂଶଗ୍ରହଣ କରିଥିଲେ | ଉଦଯାପନୀ ସମାରୋହରେ ଦୀର୍ଘ ୧୫ ଦିନ ଧରି ଶିକ୍ଷାଲାଭ କରିଥିବା କଳା କୌଶଳକୁ ଛାତ୍ର ଛାତ୍ରୀ ମାନେ ପ୍ରଦର୍ଶନ କରିଥିଲେ | ଏହାପରେ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବା ସହ ପ୍ରଶିକ୍ଷକ ମାନଙ୍କୁ ସମ୍ମାନିତ କରାଯାଇଥିଲା | ପରିଶେଷରେ ସୁଖଜୀତ କୌର ଧନ୍ୟବାଦ ଅର୍ପଣ କରିଥିଲେ | କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗ ରହିଥିଲା |
ବିକାଶ ଆବାସିକ ବିଦ୍ୟାଳୟରେ ସମର କ୍ୟାମ୍ପ ଉଦଯାପିତ
