Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦ୍ୱାଦଶ ଶ୍ରେଣପରୀକ୍ଷା ରେ ୯୬ % ମାର୍କରେ ଉତୀର୍ଣ୍ଣ ହେଲେ ଲକ୍ଷ୍ମୀପୁର ର ତମନା

ଲକ୍ଷ୍ମୀପୁର ୧୪/୦୫
ଚଳିତ ବର୍ଷ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୯୬ ପ୍ରଶତିଶତ ମାର୍କ ରଖି ଛନ୍ତି ଲକ୍ଷ୍ମୀପୁରର ଝିଅ ତମନ୍ନା ହିଆଲ।ତମନା କୋରାପୁଟ ଲାଣ୍ଡିଗୁଡା ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଅଧୟନ କରୁଥିବା ବେଳେ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ମୋଟ ୫୦୦ ସହ ମାର୍କ ରୁ ୪୮୦ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରି ନିଜ ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛନ୍ତି।ବିଦ୍ୟାଳୟ ତଟଫରୁ ୩୮ ଜଣ ପରୀକ୍ଷା ଦେଇଥିବା ବେଳେ ବିଦ୍ୟାଳୟ ରେ ୯୬ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।ତମନା ଙ୍କ ଘର ଲକ୍ଷ୍ମୀପୁର ବ୍ଲକ  ସଦର ମହକୁମା ର ପୁରୁଣା ବସ ଷ୍ଟାଣ୍ଡ।ତାଙ୍କ ପିତା ବସନ୍ତ ହିଆଲ ଜଣେ ଶିକ୍ଷକ ଓ ମାତା ପୁଷ୍ପାଞ୍ଜଳି ହିଆଲ ଗୃହିଣୀ ଅଟନ୍ତି।ପରୀକ୍ଷା ଫଳ ଜାଣିବା ପରେ ସାଙ୍ଗ ସାଥୀ ଓ ସମ୍ପର୍କୀୟ ଙ୍କ ତରଫରୁ ତାଙ୍କ ପାଖକୁ ଶୁଭେଚ୍ଛା ର ସୁଅ ଚୁଟିଛି।ଏହି କୃତିତ୍ବ ହାସଲ କରିଥିବା ଯୋଗୁ ତମନ୍ନା ଙ୍କୁ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଓ ସମସ୍ତ କର୍ମଚାରୀମାନେ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।ଏହାର ଶ୍ରେୟ ସିଏ ନିଜ ମାତା ପିତା ଓ ନବୋଦୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଦେଇଛନ୍ତି।ଆଗକୁ ୟୁପିଏସି ପରୀକ୍ଷା ସକାଶେ ପ୍ରସ୍ତୁତ ହେବା କୁ ଲକ୍ଷ ରଖିଥିବା ସେ ପ୍ରକାଶ କରିଛନ୍ତି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ