Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ପରାକ୍ରମ ଶୋଭା ଯାତ୍ରା  

ଲକ୍ଷ୍ମୀପୁର ୧୫/୦୬..ପାକିସ୍ତାନ ବିରୋଧି ଯୁଦ୍ଧ କୁ ସମ୍ମାନ ଜଣେଇ ସାରା ଦେଶରେ ଆଜି ପରାକ୍ରମ ଶୋଭା ଯାତ୍ରା କରାଯାଇଥିବା ବେଳେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦରମହକୁମା ରେ ମଧ୍ୟ ପାଳନ କରାଯାଇଛି। ଲକ୍ଷ୍ମୀପୁର ବ୍ଲକ ପ୍ରଶାସନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା,ପୁରୁଷ,ବୁଦ୍ଧିଜୀବୀ ଓ ସର୍ବ ଦଳୀୟ ଲୋକ ପ୍ରତିନିଧି ମାନେ ଯୋଗ ଦେଇଥିଲେ। ସ୍ଥାନୀୟ ମିନି ଷ୍ଟାଡିୟମରୁ ଏକ ଶୋଭା ଯାତ୍ରା ବାହାରିଥିଲା। ସମସ୍ତିଙ୍କ ହାତରେ ତ୍ରିରଙ୍ଗା ପତାକା ଥିବା ବେଳେ ପାକିସ୍ତାନୀ ବିରୋଧୀ ନାରା ରେ ଅଞ୍ଚଳ କମ୍ପି ଉଠିଥିଲା।ଏହି ଶୋଭା ଯାତ୍ରା ମିନି ଷ୍ଟାଡିୟମରୁ ବାହାରି ସହର ପରିକ୍ରମା କରି ତିନି କିଲୋମିଟର ଦୂର ଘୋଡା ବନ୍ଧ ଆମ୍ବତୋଟା ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ପୂର୍ବତନ ସାଂସଦ ଝୀନ୍ନ ହିକକା, ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା,ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେସିକା, ଉପାଧ୍ୟକ୍ଷା ଆରତୀ କୁଲଦୀପ,ଅଧ୍ୟକ୍ଷ ଗିରିଜା ଚୌଧୁରୀ, ସହକାରୀ ଯନ୍ତ୍ରୀ ମୁବାଲା ପବନ କୁମାର, ଅତିରିକ୍ତ ତହସିଲଦାର ମାଧବ ଭତ୍ରା,ଲକ୍ଷ୍ମୀପୁର ଏସଡ଼ିପିଓ ବିରଞ୍ଚି ନାରାୟଣ ଜଗତ,ଆଇଆଇସି ସୁଜ୍ଞାନୀ ସାହୁ ଉପସ୍ଥିତ ଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଲକ୍ଷ୍ମୀପୁର ଓ କାକିରିଗୁମା ଥାନା ତରଫରୁ ବ୍ୟାପକ ପୋଲିସ କର୍ମୀ ନିୟୋଜିତ କରାଯାଇଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ସବ ଇନିସପେକ୍ଟର ଶାନ୍ତିଲତା ବେହେରା, ଶଙ୍କର ସେନ ତାଡିଙ୍ଗ,ଏଏସଆଇ ରମେଶ କିନ୍ତାଲୁ,ପ୍ରତାପ ଚନ୍ଦ୍ର ଦଣ୍ଡସେନା ଓ ଜେଜେ ଭତ୍ରା ଙ୍କୁ ଦାଇତ୍ୱ ଦିଆ ଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଜିପିଓ ସୁଧୀର ବେହେରା ପରିଚାଳନା କରିଥିବା ବେଳେ ବ୍ଲକ କାର୍ଯ୍ୟାଳୟ,ତହସିଲ କାର୍ଯ୍ୟାଳୟ,ଶିଶୁ କଲ୍ୟାଣ ବିଭାଗ କର୍ମଚାରୀ ଙ୍କ ସମେତ ବଣିକ ସଂଘ ସଦସ୍ୟ ମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ