Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତିନି ସେନାର ବୀରତ୍ୱ ପରାକ୍ରମକୁ ସମ୍ମାନ ଜଣାଇ ଶୋଭାଯାତ୍ରା:ଭାରତର ସୁରକ୍ଷାରେ ପ୍ରତ୍ୟେକ ନାଗରୀକ

ସମ୍ବଲପୁର: ପହଲଗାଁ ଆକ୍ରମଣର ପ୍ରତିଶୋଧ ଓ ଅପରେସନ ସିନ୍ଦୁର ଜରିଆରେ ଆତଙ୍କୀ ଉପରେ ଭାରତର ବିଜୟ ଓ ତିନି ସେନାର ବୀରତ୍ୱ ପରାକ୍ରମ କୁ ନେଇ ଆଜି ପଡିଆବାହାଲ ଠାରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଭାରତ ର ସୁରକ୍ଷା ରେ ପ୍ରତ୍ୟେକ ନାଗରୀକ ଏହି ବାର୍ତ୍ତା ନେଇ ତ୍ରିରଙ୍ଗା ଯାତ୍ରା ମାଧ୍ୟମରେ ଲୋକଙ୍କୁ ଅବଗତ କରାଇବା ଅବସରରେ ଭାରତୀୟ ସେନାର ମନବଳକୁ ଆହୁରି ଦୃଢ଼ କରିବା ଓ ଆମ ବୀର ଯବାନମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ସନ୍ଧ୍ୟାରେ ପଧାନପାଲି ଶିଵ ମନ୍ଦିର ଠାରୁ ପଡିଆବାହାଲ ସାପ୍ତାହିକ ବଜାର ଠାରେ ଥିବା ନିର୍ମାଣଧୀନ ପଞ୍ଚମୁଖୀ ହନୁମାନ ମନ୍ଦିର ପର୍ଯ୍ୟନ୍ତ “ପରାକ୍ରମ ଶୋଭାଯାତ୍ରା” ଆୟୋଜିତ ହୋଇଛି । ସମଗ୍ର ଅଂଚଳବାସୀଙ୍କ ତରଫରୁ ଆୟୋଜିତ ଏହି ଶୋଭାଯାତ୍ରାକୁ ଅଞ୍ଚଳର ନାରୀନେତ୍ରୀ ଟିକି ପ୍ରଧାନ ଓ ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଯୁବ ସମାଜସେବୀ କପିଳ ପ୍ରଧାନଙ୍କ ନେତୃତ୍ୱ ଓ ନରେଶ ପ୍ରଧାନଙ୍କ ସଂଯୋଜନା ରେ ଦୁର୍ଗେସ ସାହୁ, ସୁଧାଂଶୁ ମହାପାତ୍ର,ଗୋକୁଳା ନନ୍ଦ ସାହୁ ପଦ୍ମଲୋଚନ ସାହୁ, ବରୁଣ ସାହୁ, ବିପିନ ପ୍ରଧାନ, ଫକୀର ମୋହନ ବଡ଼ପଣ୍ଡା, ମୁନା ମହାନନ୍ଦ, ବିଜୟ କୁମାର ନାୟକ,ନନ୍ଦିକେଶ ସାହୁ, ସୁଜଳ କୁମାର ସାହୁ, ଟଙ୍କଧର ଭୋଇ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ