ଅଗ୍ନିକାଣ୍ଡ ଘଟାଇ ଅର୍ଦ୍ଧ ଦଗଦ୍ଧ ଅବସ୍ଥାରେ ଅଭିଯୁକ୍ତ ଗିରଫ l


ଅସ୍ତରଙ୍ଗ୧୬/୫, ଅସ୍ତରଙ୍ଗ ବ୍ଲକ ଅଧୀନ ଆଳସାହି ପଞ୍ଚାୟତ ର ଓଳିହାଁ ଗ୍ରାମ ବାବା ଐଶାନେସ୍ୱର ଶୈବ ପିଠ ସାମ୍ନା ରେ ଆଜି ଭୋର ୩ଘଟିକା ୩୦ ମିନିଟ ସମୟ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ କାଣ୍ଡ l ଏହି ଗ୍ରାମ ର କ୍ଷେତ୍ରବାସୀ ବେହେରା ଙ୍କ ୩୮ ବର୍ଷୀୟ ପୁଅ ପ୍ରଭାତ ବେହେରା ଦୀର୍ଘ ବର୍ଷ ହେବ ଏହି ଶିବ ମନ୍ଦିର ସାମ୍ନା ରେ ଏକ ପୂଜା ସାମଗ୍ରୀ ଓ ଭେରାଇଟି ଷ୍ଟୋର ଦୋକାନ କରି ରୋଜଗାରକ୍ଷମ ଥିଲେ l ମାତ୍ର ସେହି ସ୍ଥାନ ରେ ଦୁର୍ଯ୍ୟୋଧନ ମହାନ୍ତି ଙ୍କ ୩୦ ବର୍ଷୀୟ ପୁଅ କୃଷ୍ଣଚନ୍ଦ୍ର ମହାନ୍ତି ଆଉ ଏକ ଦୋକାନ ଖୋଲି ବ୍ୟବସାୟ କରୁଥିଲେ, ହେଲେ,ଏହି ୨ ଜଣଙ୍କ ଭିତରେ ଦୀର୍ଘ ବର୍ଷ ହେବ ବ୍ୟବସାୟିକ ଶତୃତା ଲାଗିରହିଥିଲା l ଗୁରୁବାର ଦିନ ବାବା ଐସାନେଶ୍ଵର ଙ୍କ ପିଠ ରେ ନାମ ସଂକୀର୍ତ୍ତନ ଚାଲିଥିଲା ଓ ରାତ୍ର ୧:୩୦ ମିନିଟ ସମୟ ରେ ସଂକୀର୍ତ୍ତନ ମଣ୍ଡଳି ବିଶ୍ରାମ ହେବା ପରେ ଭକ୍ତ ମାନେ ନିଜ ନିଜ ଘରକୁ ଯାଇଥିଲେ l ମାତ୍ର ଭୋର ୩:୩୦ ସମୟ ରେ ଏକ ବିସ୍ଫୋରଣ ଘଟି ଥିଲା l ଏହି ଶବ୍ଦ ଶୁଣି ଲୋକ ମାନେ ବାହାରକୁ ଦୌଡ଼ି ଆସି ଦେଖିଥିଲେ ଯେ,ପ୍ରଭାତ ଙ୍କ ଦୋକାନ ହୁତୁହୁତୁ ହୋଈ ଜଳୁଛି l ସ୍ଥାନୀୟ ଲୋକ ପାଣି ଆଣି ପକାଇ ନିଆଁ କୁ ଆୟତ୍ତ କରିବାକୁ ପ୍ରୟାସ କରିଥିଲେ ମାତ୍ର ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଶେଷ ରେ ଦମକଳ ର ସାହାଯ୍ୟ ମାଗିଥିଲେ l ଅସ୍ତରଙ୍ଗ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇ ଥିଲେ କିନ୍ତୁ ଦୋକାନ ରେ ହାରାହାରି ୫ ଲକ୍ଷ ଟଙ୍କା ର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା l ପରିଶେଷରେ ପ୍ରଭାତ କୁମାର ବେହେରା ଙ୍କ ତରଫରୁ ଅସ୍ତରଙ୍ଗ ଥାନା ରେ ଏକ ଲିଖିତ ଅଭିଯୋଗ ହୋଇଥିଲା l ଅଭିଯୋଗ ପରେ ଅସ୍ତରଙ୍ଗ ଓ କାକଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ l ଦୀର୍ଘ ସମୟ ପରେ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ମହାନ୍ତି ଅର୍ଦ୍ଧଦଗ୍ଧ ଅବସ୍ଥା ରେ ଗ୍ରାମବାସୀ ମାଧ୍ୟମ ରେ ଉଦ୍ଧାର ହୋଇଥିଲା ଓ ସ୍ଥାନୀୟ ପୋଲିସ ଅଭିଯୁକ୍ତ କୁ ଗିରଫ କରି ପ୍ରଥମେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା କରାଇଥିଲେ ଓ ଅସ୍ତରଙ୍ଗ ର ଅତିରିକ୍ତ ତହସିଲଦାର ପ୍ରଭୁ ପ୍ରଶାଦ ପଣ୍ଡା ଙ୍କ ଉପସ୍ଥିତିରେ ଆଶମୀ ର ବୟାନ ରେକର୍ଡ ପୋଲିସ ତରଫରୁ କରା ଯାଇଥିଲା l ମାତ୍ର ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ୱର ହେବାରୁ ତାଙ୍କୁ ୨ ଜଣ ପୋଲିସ କର୍ମୀ ଙ୍କ ସହାୟତା ରେ ଆମ୍ବୁଲାନ୍ସ ଦ୍ୱାରା ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି, ଏ ଘଟଣା ରେ ୯୫/୨୫ ରେ କେଶ ପଞ୍ଜିକରଣ କରାଯାଇ ତଦନ୍ତ ଚାଲୁରହିଛି, ଆଉ ଗିରଫ ଯୁବକ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ କୋର୍ଟ ଚାଲାଣ ହେବେ ବୋଲି ତଦନ୍ତକାରି ପୋଲିସ ଅଧିକାରୀ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି l