Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଜ୍ରପାତ  ନେଲା ତିନି ଜଣଙ୍କ ଜୀବନ…୫ ଜଣ ଆହତ

ଲକ୍ଷ୍ମୀପୁର ୧୬/୦୫ …କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର  ବ୍ଲକ ଅନ୍ତର୍ଗତ ଓଡ଼ିଆପେଣ୍ଠ ଗ୍ରାମପଞ୍ଚାୟତ ର ପରଡିଗୁଡା ଗାଁ ରେ ବଜ୍ରପାତ ଯୋଗୁଁ ତିନି ଜଣ ଙ୍କ ର ମୃତ୍ୟୁ ହୋଇଛି। ଆଜି ଦିନ ଦିପହର ରେ  ପ୍ରବଳ ଘଡଘଡି ସହ ବର୍ଷା ହୋଇଥିଲା। ବର୍ଷା ସମୟରେ  ପରଡିଗୁଡା ଗାଁ ର ଗୋଟିଏ ଚାଷୀ ପରିବାର ର ଚାରିଜଣ ସଦସ୍ୟ ସହ ଅନ୍ୟ ଚାରିଜଣ ସେମାନଙ୍କ ଧାନ ବିଲ ରେ କାମ କରୁଥିଲେ। ହଠାତ ବର୍ଷା ସହ ଘଡଘଡି ହେବାରୁ ନିକଟରେ ଥିବା କୁଡ଼ିଆ ରେ ଆଶ୍ରୟ ନେବାକୁ ଦୌଡ଼ିଥିଲେ। କୁଡ଼ିଆ କୁ ଯିବା ସମୟରେ ସେମାନଙ୍କ ନିକଟ ରେ ବଜ୍ର ପାତ ହୋଇଥିଲା । ବଜ୍ରପାତ ଯୋଗୁଁ ଘଟଣା ସ୍ଥଳ ରେ ହିଁ  ୬୦ ବର୍ଷୀୟା ବୃଦ୍ଧା
ବୁଦ୍ରୀ ମାଣ୍ଡିଙ୍ଗା ଓ ତାଙ୍କ ନାତୁଣୀ ୧୬ ବର୍ଷୀୟା କସା ମାଣ୍ଡିଙ୍ଗା ଓ  ସେହି ଗାଁ ର ୩୫ ବର୍ଷୀୟା ଅମ୍ବିକା କାଶୀ ଙ୍କ ର ଘଟଣା ସ୍ଥଳ ରେ ହିଁ ମୃତ୍ୟୁ ହୋଇଥିବା ବେଳେ  ବୃଦ୍ଧା ଙ୍କ ସ୍ୱାମୀ ହିଙ୍ଗୁ ମାଣ୍ଡିଙ୍ଗା ଙ୍କ ସମେତ ୫ଜଣ ଆହତ ଅବସ୍ଥା ରେ ରହିଛନ୍ତି। ଗାଁ ରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଠୀ ହୋଇଛି।ଲକ୍ଷ୍ମୀପୁର ଆଇଆଇସି ସୁଜ୍ଞାନୀ ସାହୁ ଓ ପୋଲିସ ଟିମ ଘଟଣା ସ୍ଥଳ ରେ ପହଂଚି ପରିସ୍ଥିତି ଉପରେ ନଜର ରଖିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ