Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନର କଙ୍କାଳ କୁନେଇ ଅଞ୍ଚଳ ରେ ଭୟର ଲହରୀ

ଅସ୍ତରଙ୍ଗ,୧୭/୫ : ଆଜି କାକଟପୁର ବ୍ଲକ ଲତାହରଣ ପଞ୍ଚାୟତ ଅମୁହଣିଆ ପାଟଣା ରେ ପଡିଆ ମଝିରେ ଏକ ନର କଙ୍କାଳ କୁ କିଛି ବ୍ୟକ୍ତି ଦେଖିବାକୁ ପାଇଥିଲେ, ଏହାପରେ ଘଟଣା ସ୍ଥଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲା, କାକଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ କଙ୍କାଳ ରେ ଥିବା ଚୁଡ଼ି, ଶାଢ଼ୀ ଓ ବାଡ଼ି କୁ ଅନୁମାନ କରି ଏହା ଏକ ମହିଳା ର କଙ୍କାଳ ବୋଲି ସୂଚନା ପ୍ରଦାନ କରିବା ପରେ ଫରେନସିକ୍ ଟିମ୍ କୁ ଡକାଇଥିଲା, ଟିମ୍ ଆସି ଘଟଣା ସ୍ଥଳେ ତଦନ୍ତ କରିଛି, ଏହାପରେ ଏହି କଙ୍କାଳ କୁ ନେଇ ଆଉ ଏକ ସୂଚନା ସନ୍ଧ୍ୟା ସୁଦ୍ଧା ସାମ୍ନା କୁ ଆସିଛି, ସୂଚନା ମୁତାବକ ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତ କୁଳସାହି ଗ୍ରାମ ର ମୃତ ପଙ୍କଜ ବିଶ୍ୱାଳ ଙ୍କ ଧର୍ମପତ୍ନୀ ହାରାମଣି ବିଶ୍ୱାଳ ବୟସ (୭୦) ଆଜକୁ ୧୫ ଦିନ ହେବ ଘର ଛାଡି ପଳେଇଥିଲେ, ତାଙ୍କ ପୁଅ କଳ୍ପତରୁ ବିଶ୍ୱାଳ ତାଙ୍କ ପରିବାର ସହିତ ପାରାଦ୍ୱୀପ ରେ ଶ୍ରମିକ ହିସାବରେ କାମ କରନ୍ତି, ମାତ୍ର ମା ଜଣେ ଆଡ଼ପାଗେଳୀ ଥିଲେ ୧୫ ଦିନ ହେବ ନିଖୋଜ ଥିଲେ କୁଆଡେ ଗଲେ ସେଥିପାଇଁ ତାଙ୍କ ପରିବାର ତରଫରୁ ଅସ୍ତରଙ୍ଗ ଥାନା ରେ କୌଣସି ଏତଲା ଦିଆଯାଇନଥିଲା, କିନ୍ତୁ ଆଜି ଚିନ୍ହଟ ହୋଇଥିବା ମହିଳା ଙ୍କ କଙ୍କାଳ ର ପିନ୍ଧା ଶାଢ଼ୀ, ଚୁଡ଼ି ଓ ତାଙ୍କ ସାହାରା ବାଡ଼ି କୁ ଦେଖି ତାଙ୍କ ପୁଅ ମା ହାରାମଣି ଙ୍କ କଙ୍କାଳ ବୋଲି ଦାବୀ କରିଛନ୍ତି, ଏହାକୁ ନେଇ ଦୀର୍ଘ ସମୟ କାକଟପୁର ଥାନା ରେ ଉକ୍ତ କଙ୍କାଳ ଟି ରହିଥିଲା, ପୋଲିସ ର ତଦନ୍ତ ପରେ ଏହା ହତ୍ୟା କି ଆତ୍ମହତ୍ୟା କି କୌଣସି ଦୁର୍ଘଟଣା ଜନିତ ମୃତ୍ୟୁ ର କଙ୍କାଳ ତାହା ଜଣାପଡିବ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହୋଇଛି, ବାସ୍ତବ ରେ ଏହା କଳ୍ପତରୁ ଙ୍କ ମା ହାରାମଣି ଙ୍କ ମୃତ ଶରୀର ର କଙ୍କାଳ କି ଅନ୍ୟ କାହାର ତାହା ସ୍ପଷ୍ଟ କରିବା ଅସମ୍ଭବ ବୋଲି କିଛି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି, କାକଟପୁର ଅଞ୍ଚଳ ରେ ଏଭଳି ଘଟଣା ଚାଞ୍ଚଲ୍ୟ କର ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଏହି ନର କଙ୍କାଳ ରହସ୍ୟ ଉପରୁ ପରଦା ଉଠିବା ପୋଲିସ ର ନିରପେକ୍ଷ ତଦନ୍ତ ଉପରେ ନିର୍ଭର କରୁଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ