Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛେଳି ଚରାଳି ବୃଦ୍ଧା ଙ୍କ ମୃତଦେହ ଫାର୍ମ ପଣ୍ଡ ରୁ ଉଦ୍ଧାର, ପାଣି ରେ ବୁଡି ମୃତ୍ୟୁ ।

କଳାହାଣ୍ଡି ୧୯/୦୫
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ରେଙ୍ଗାଳପାଲି ଗ୍ରାମ କଟାପଡା ନିକଟରେ ଥିବା ମାଛ ଚାଷ ପାଇଁ ଥିବା ଫାର୍ମ ପଣ୍ଡ ପୋଖରୀ ରୁ ଆଜି ସନ୍ଧ୍ୟାରେ ଗ୍ରାମ ର ଜଣେ ଛେଳି ଚରାଳି ବୃଦ୍ଧା ଙ୍କ ମୃତଦେହ ଠାବ ହୋଇଛି। ସୂଚନା ମତେ ଗ୍ରାମ ର ମକର ଚଣ୍ଡି ଙ୍କ ସ୍ତ୍ରୀ ବୃଦ୍ଧା ସନ୍ତ ଚଣ୍ଡି (୬୫) ପ୍ରତିଦିନ ଭଳି ଆଜି ମଧ୍ୟ ଛେଳି ଚରାଇବାକୁ ଯାଇ ମଧ୍ୟାହ୍ନ ରେ ଘର କୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିବା ସମୟରେ ଗାଁ ନିକଟରେ ଥିବା ଏକ ଫାର୍ମ ପଣ୍ଡ ର ହୁଡା ରେ ବୃଦ୍ଧା ଙ୍କ ଚପଲ ଓ ବାଡ଼ି ଥିବା ଦେଖି ପାଣି ରେ ବୁଡି ଯାଇଥିବା ସନ୍ଦେହ କରି ସନ୍ଧ୍ୟାରେ କୋକସରା ଅଗ୍ନିଶମ ବିଭାଗ ୧୧୨ କୁ ଫୋନ କରିବା ପରେ ଅଗ୍ନିଶମ ଓଆଇସି ପ୍ରଶାନ୍ତ ବାଘ ଙ୍କ ନେତୃତ୍ୱରେ ଟିମ ପହଞ୍ଚି ରାତି ପ୍ରାୟ ୮ ଘଣ୍ଟା ସମୟରେ ଫାର୍ମ ପଣ୍ଡ ପାଣି ରୁ ବୃଦ୍ଧା ଙ୍କ ଶବ ଉଦ୍ଧାର କରିଥିଲେ। ଗାଧେଇବା ସମୟରେ ଗଭୀର ପାଣି ରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories