Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଇନିଙ୍ଗ ଅଞ୍ଚଳ ରେ ନିଯୁକ୍ତି ସକାଶେ ଦୁଇ ମାସିଆ ତାଲିମ…ନିଯୁକ୍ତି ପାଇବେ ୭୦ ପ୍ରତିଶତ ତାଲିମ ପାଇଥିବା ବ୍ୟକ୍ତି।

ଲକ୍ଷ୍ମୀପୁର ୨୦/୦୫ .. କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମା ର ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟ ଠାରେ ରାଜ୍ୟ ସରକାର ଙ୍କ ତରଫରୁ  ମାଇନିଙ୍ଗ ଅଞ୍ଚଳ ରେ ନିଯୁକ୍ତି ସକାଶେ ଦୁଇ ମାସିଆ ତାଲିମ ଶିବିର ର ଶୁଭାରମ୍ଭ କରାଯାଇଛି। କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା ଓ ବିଧାୟକ ପବିତ୍ର ସାଉଁତା ଉପସ୍ଥିତ ରହି ପୂଜାର୍ଚନା କରି ତାଲିମ ଶିବିର ର ଶୁଭ ଉଦଘାଟନ କରିଥିଲେ। ଲକ୍ଷ୍ମୀପୁର ବ୍ଲକ ମାଇନିଙ୍ଗ ଅଞ୍ଚଳ ଭାବେ ପରିଗଣିତ ହୋଇଥିବା କାରଣରୁ ଏହି ଅଞ୍ଚଳ ସହ ଆଖ ପାଖ ଅଞ୍ଚଳ ର ୧୮ ବର୍ଷ ରୁ ଉର୍ଧ୍ଵ ଓ ଅତି କମ  ରେ  ମାଟ୍ରିକ ପାସ କରିଥିବା ବ୍ୟକ୍ତି ବିଶେଷ ଏଠାରେ ମାଗଣାରେ ଟ୍ରେନିଂ ନେଇପାରିବେ। ରାଜ୍ୟ ସରକାର ଙ୍କ ତରଫରୁ ଟ୍ରେନିଂ ପିରିୟଡ଼ ରେ ସମସ୍ତ ତାଲିମ ନେଉଥିବା ଛାତ୍ର ମାନଙ୍କ ର ଖର୍ଚ୍ଚ ଓ ରହିବା ବ୍ୟବସ୍ଥା ମାଗଣା ରେ କରାଯାଇଛି। କମ୍ପ୍ୟୁଟର ଯୋଗେ ତାଲିମ  ଦିଆଯିଵା ସକାଶେ ବ୍ୟବସ୍ଥା କରାଯାଇଥିବା ବେଳେ ଦୁଇଟି ଗ୍ରୁପ ରେ ୬୦ ଜଣଙ୍କୁ ତାଲିମ ପ୍ରଦାନ କରାଯିବ ।ଏହା ୬୦ ଦିନିଆ ତାଲିମ ହୋଇଥିଲେ ମଧ୍ୟ ଏକ ବର୍ଷ ର ତାଲିମ ସହ  ସମାନ ବୋଲି ମଧ୍ୟ କୁହାଯାଇଛି। ତାଲିମ ପରେ ପରୀକ୍ଷା ଦେଇ ଉତୀର୍ଣ୍ଣ ହୋଇଥିବା ବ୍ୟକ୍ତି ମାନଙ୍କୁ ସ୍କିଲ ଇଣ୍ଡିଆ ତରଫରୁ ସାର୍ଟିଫିକେଟ ପ୍ରଦାନ କରାଯିବା ସହ  ୭୦ ପ୍ରତିଶତ ତାଲିମ ପାଇଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ପ୍ରଦାନ, ଏପରିକି ତାଲିମ ପରେ ଓଡିଶା ର ପ୍ରତ୍ୟକ ସ୍ଥାନରେ ନିଯୁକ୍ତି ସୁଯୋଗ ମଧ୍ୟ ମିଳି ପାରିବ ବୋଲି କୁହାଯାଇଛି।କାର୍ଯ୍ୟକ୍ରମ କୁ ପ୍ରୋଜେକଟ ମୁଖ୍ୟ ମନିର୍ମଳ ଗରଡା ପରିଚାଳନା କରିଥିବା ବେଳେ ଜିଲ୍ଲା ନିୟୋଜନ ଅଧିକାରୀ ଶୁଭେନ୍ଦୁ ମିଶ୍ର,ଲକ୍ଷ୍ମୀପୁର ସରପଞ୍ଚ ଶ୍ୟାମ ସୁନ୍ଦର ତାଡିଙ୍ଗି ଓ ଗାଁ ର ବରିଷ୍ଠ ନାଗରିକ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଉପସ୍ଥିତ ଯୁବକ ଯୁବତୀଙ୍କୁ ସ୍ୱାଗତ କରି ଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଲକ୍ଷ୍ମୀପୁର ଥାନା ଏସଆଇ ଶାନ୍ତିଲତା ବେହେରା, ହରିହର ପଟନାୟକ ଙ୍କ ସମେତ ପୋଲିସ କର୍ମୀ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ