Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜ୍ଞାନ ରେ ଅମ୍ବିକା ପିଲେଣ୍ଟି ଓ କଳାରେ ଆକାଶ ମାଝୀ ଲକ୍ଷ୍ମୀପୁର କଲେଜ ଟପ୍ପର…

ଲକ୍ଷ୍ମୀପୁର ୨୧/୦୫ …. ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟ ର ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି।ଲକ୍ଷ୍ମୀପୁର ମହାବିଦ୍ୟାଳୟ ରେ ବିଜ୍ଞାନ ର ପରୀକ୍ଷା ଫଳ ନୈରାଶ୍ୟ ଜନକ ରହିଥିବା ବେଳେ କଲେଜ ରେ ଜଣେ ମାତ୍ର ଛାତ୍ରୀ ଅମ୍ବିକା ପିଲେଣ୍ଟି ୪୨୬ ମାର୍କ ରଖି ବିଜ୍ଞାନ ରେ କଲେଜ ଟପ୍ପର ହେବା ସହ ପ୍ରଥମ ଡିଭିଜନ ରେ ପାସ କରିଛନ୍ତି, ବିଜ୍ଞାନ ରେ ୧୭୧ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୬୪ ଜଣ ପାସ ହୋଇଥିବା ବେଳେ ୧୦୭ ଜଣ ଫେଲ ହୋଇଛନ୍ତି, ପାସ ହାର ମାତ୍ର ଶତକଡା ୬୨ ପ୍ରତିଶତ ରହିଥିବାବେଳେ ଜଣେ ପ୍ରଥମ ଡିଭିଜନ,୨୬ ଜଣ ଦ୍ୱିତୀୟ ଡିଭିଜନ ଓ ୩୭ ଜଣ ତୃତୀୟ ଡିଭିଜନ ରେ ପାସ ହୋଇଛନ୍ତି , ସେହିପରି ଲକ୍ଷ୍ମୀପୁର କଲେଜ ର ଯୁକ୍ତ ଦୁଇ କଳା ରେ ୩୦୩ ଜଣ ପରୀକ୍ଷା ଦେଇଥିବା ବେଳେ ଶତକଡା ୮୧ ପ୍ରତିଶତ ହାରରେ ୨୪୫ ଜଣ ପାସ ହୋଇଥିବା ବେଳେ ୫୮ ଜଣ ଫେଲ ହୋଇଛନ୍ତି, ପାସ ଙ୍କ ମଧ୍ୟରୁ ପ୍ରଥମ ଡିଭିଜନ ରେ ୨୨ ଜଣ, ଦ୍ୱିତୀୟ ଡିଭିଜନ ରେ ୩୪ ଜଣ ଓ ତୃତୀୟ ଡିଭିଜନ ରେ ୧୮୯ ଜଣ ଛାତ୍ର ଛାତ୍ରୀ ପାସ ହୋଇଛନ୍ତି।ଆକାଶ ମାଝୀ ୫୦୨ ମାର୍କ ରଖି ଯୁକ୍ତ ଦୁଇ କଳା ରେ କଲେଜ ଟପ୍ପର ହୋଇଛନ୍ତି।
ବୁର୍ଜା ମାଧ୍ୟମିକ ବିଦ୍ୟାଳୟ ରେ ଚଳିତ ବର୍ଷ କିନ୍ତୁ ଯୁକ୍ତ ଦୁଇ ବିଜ୍ଞାନ ରେ ୬୪ ଜଣ ପରୀକ୍ଷା ଦେଇଥିବା ବେଳେ ପାଖାପାଖି ୯୫ ପ୍ରତିଶତ ହାରରେ ୬୧ ଜଣ ପାସ ହୋଇଛନ୍ତି ଓ ମାତ୍ର ୩ ଜଣ ଫେଲ ହୋଇଛନ୍ତି। କଲେଜରେ ୧୭ ଜଣ ପ୍ରଥମ ଡିଭିଜନ, ୨୦ ଜଣ ଦ୍ୱିତୀୟ ଡିଭିଜନ ଓ ୧୪ ଜଣ ତୃତୀୟ ଡିଭିଜନ ରେ ପାସ ହୋଇଥିବା ବେଳେ କଲେଜ ର ଛାତ୍ରୀ ମାୟାବତୀ ୱାଡେକା ୭୩ ପ୍ରତିଶତ ହାର ରେ ୪୪୧ ମାର୍କ ରଖି କଲେଜ ଟପ୍ପର ହୋଇଛନ୍ତି। ସେହିପରି କାକିରିଗୁମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁକ୍ତ ଦୁଇ କଳା ରେ ୧୧୯ ଜଣ ପରୀକ୍ଷା ଦେଇଥିବା ବେଳେ ୭୮ ପ୍ରତିଶତ ହାରରେ ୯୩ ଜଣ ପାସ ହୋଇଛନ୍ତି, ପ୍ରଥମ ଡିଭିଜନ ରେ ୧୨ ଜଣ, ଦ୍ୱିତୀୟ ଡିଭିଜନ ରେ ୧୩ ଜଣ ଓ ତୃତୀୟ ଡିଭିଜନ ରେ ୬୮ ଜଣ ପାସ ହୋଇଥିବା ବେଳେ ୨୬ ଜଣ ଫେଲ ହୋଇଛନ୍ତି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପୁଷ୍ପାଞ୍ଜଳି ଝୋଡ଼ିଆ ଶତକଡା ୭୮ ପ୍ରତିଶତ ହିସାବରେ ୪୬୮ ମାର୍କ ରଖି ଟପ୍ପର ହୋଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ