Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂଗ୍ରେସ ପିସିସି ସଭାପତି ଭକ୍ତ ଦାସ ଓ ଓଡିଶା ପ୍ରଭାରୀ ଅଜୟ କୁମାର ଙ୍କୁ ମୋଟେର ଛକ ରେ ସ୍ୱାଗତ ସମ୍ବର୍ଦ୍ଧନା।

କଳାହାଣ୍ଡି:୨୪/୦୫
ଓଡିଶା ରାଜ୍ୟ କଂଗ୍ରେସ ପ୍ରଦେଶ କମିଟି ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଓ କଂଗ୍ରେସ ଦଳ ପକ୍ଷରୁ ଓଡିଶା ପ୍ରଭାରୀ ଦାୟିତ୍ୱ ରେ ଥିବା ଅଜୟ କୁମାର ଲଲ୍କୁ ଶନିବାର କୋରାପୁଟ ଗସ୍ତ କାର୍ଯ୍ୟକ୍ରମ ରେ ଯାଉଥିବା ବେଳେ କୋକସରା ବ୍ଲକ ମୋଟେର ଛକ ରେ ଓଡିଶା ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ବେଣୁପାଣି ଦୁର୍ଗା ଙ୍କ ନେତୃତ୍ୱରେ ଦୁଇ ନେତା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଶ୍ରୀ ଦୁର୍ଗା ଙ୍କ ସମେତ କଲମପୁର ବ୍ଲକ ସଭାପତି ବିପିନ ପ୍ରଧାନୀ ସମେତ
ପବିତ୍ର ନାଏକ,ବଣ୍ଟି ନାଏକ, ଆଦର୍ଶ ଶବର, ଓମ୍ ପ୍ରକାଶ ଦୁର୍ଗା, ଶେଷଦେବ ବେହେରା ,ପୂର୍ଣ୍ଣଚନ୍ଦ୍ର ନାଏକ,ପୁସ୍ତମ୍ ନାଏକ, ଚନ୍ଦନ ପୁଝାରୀ , ରିତିକ୍ ଶବର, କୈବଲ୍ୟ ନାଏକ, ପିଙ୍କୁ ନାଏକ, ସୁମନ୍ତ ପଟେଲ ଓ କଂଗ୍ରେସ ର ଶତାଧିକ କର୍ମି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ