Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେସିନରେ ଚାଲିଥିଲା ମନରେଗା କାମ; ସ୍ପଟରେ ପହଞ୍ଚିଲେ ମନ୍ତ୍ରୀ ରବି ନାଏକ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଗତକାଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ଅବସରରେ ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନେ ଜିଲ୍ଲାରେ ଚାଲିଥିବା ମନରେଗା କାମ ମେସିନ୍ ଦ୍ଵାରା କରାଯାଉଥିବା ଅଭିଯୋଗ ସତ୍ତ୍ୱେ ମଧ୍ୟ ବିଭାଗୀୟ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଓ ନୂଆ ସରକାରଙ୍କ ଗୋଟେ ବର୍ଷ ପରେ ମଧ୍ଯ ବ୍ୟୁରୋକ୍ରେଟ ଶାସନ ଯାଇ ନ ଥିବା ବିଷୟ ମନ୍ତ୍ରୀଙ୍କ ଦୃଷ୍ଟି କୁ ଆଣି ପ୍ରମାଣ ସ୍ଵରୁପ ତତ୍ ସଂପର୍କିତ କିଛି ଭିଡିଓ ଫୁଟେଜ୍ ମଧ୍ୟ ଦେଇଥିଲେ। ମନ୍ତ୍ରୀ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣର ପ୍ରତିଶୃତି ଦେବା ଅଧଘଣ୍ଟା ମଧ୍ୟରେ ସେ ଜିଲ୍ଲା ର ବିନିକା ବ୍ଲକ ଅଞ୍ଚଳ ଗସ୍ତରେ ଗଲାବେଳେ ସେଲେଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୁଲୁଣ୍ଡୁପାଲି ରାସ୍ତା ପାର୍ଶ୍ବରେ ହିଁ ମନରେଗା ଯୋଜନାରେ ଏକ ବନ୍ଧ କାମରେ ପୋକଲିନ୍ ମେସିନ୍ ବ୍ୟବହାର ଚାଲିଥିବା ଦେଖି ସେହି ଜାଗାରେ ଗାଡ଼ି ଅଟକାଇ ସିଧା ପାଖୋରୀରେ ପହଞ୍ଚିଥିଲେ ମନ୍ତ୍ରୀ ଏବଂ ତାଙ୍କ ସାଙ୍ଗରେ ଉପସ୍ଥିତ ଥିବା ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରକାଶ ଯୋଗ୍ୟ ଯେ ଉକ୍ତ କାମଟି ଗୁଆ ସାଗର ବନ୍ଧ ରୁ କେନାଲ ରାସ୍ତା ପାଇଁ ମାଟି ଉଠାଇବା ପାଇଁ ୫ଲକ୍ଷ ଟଙ୍କା ର କାର୍ଯ୍ୟାଦେଶ ଦିଆଯାଇ କାର୍ଯ୍ୟନିର୍ବାହୀ ସଂସ୍ଥା ଭାବରେ ସେଲେଡି ଗ୍ରାମ ପଞ୍ଚାୟତ ଉକ୍ତ କାମ ତୁଳାଉଥିଲେ ହେଲେ ଆଶ୍ଚର୍ଯ୍ୟ ଜନକ ଭାବରେ କାର୍ଯ୍ୟ ଫଳରେ ଚଞ୍ଚକତା ପୂର୍ବକ କାର୍ଯ୍ୟ ଆରମ୍ଭ ଓ ଶେଷ ଅବା ଅଣକୁଶଳୀ ଶ୍ରମିକଙ୍କ ଅଂଶ, ମଜୁରୀ କିମ୍ବା ଶ୍ରମ ଦିବସ ର କିଛି ଉଲ୍ଲେଖ କରି ନଥିଲେ। କେନ୍ଦ୍ର ସରକାର ଙ୍କ ଏହି ଲୋକପ୍ରିୟ ଯୋଜନା ର ସ୍ଵଚ୍ଛତା ପାଇଁ ବିଭାଗୀୟ ଅଧିକାରୀଙ୍କ ହାତରେ ଉକ୍ତ କାମସବୁ ନ୍ୟସ୍ତ ଥିବା ବେଳେ ବିଭାଗୀୟ ଅଧିକାରୀ ଙ୍କ ଦୁର୍ନୀତି ଖୋର ମନବୃତ୍ତି ଓ ମନ ମାନି ଯୋଗୁଁ ଶ୍ରମିକ ମାନେ ଶହେ ଦିନର କାମ ନପାଇ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି। ଲୋକ ଙ୍କ ସାମ୍ୱାଦିକ ଙ୍କ ଅଭିଯୋଗ ପରେ ଆକ୍ସନ ମୋଡ଼ ରେ ରହିଲେ ଓ ଗାଁ ପଖୋରୀ ରେ ପହଞ୍ଚିଲେ ଜିଲ୍ଲା ପ୍ରଭାରୀ ତଥା ମନ୍ତ୍ରୀ ରବି ନାରାୟଣ l ସୁବର୍ଣ୍ଣପୁର ଜିଲ୍ଲାରେ ଏବେ ସବୁଠି ଚର୍ଚ୍ଚା ତାଙ୍କ କଥା ସରଳ ଓ କାମ ଟାଣ ବୋଲି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ