Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂଗ୍ରେସ ପିସିସି ସଭାପତି ଭକ୍ତ ଦାସ ଓ ଓଡିଶା ପ୍ରଭାରୀ ଅଜୟ କୁମାର ଙ୍କୁ ଆମପାଣି ଠାରେ ସ୍ୱାଗତ ସମ୍ବର୍ଦ୍ଧନା।

କଳାହାଣ୍ଡି:୨୫/୦୫
ଓଡିଶା ରାଜ୍ୟ କଂଗ୍ରେସ ପ୍ରଦେଶ କମିଟି ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଓ ଓଡିଶା ପ୍ରଭାରୀ ଦାୟିତ୍ୱ ରେ ଥିବା ଅଜୟ କୁମାର ଲଲ୍କୁ ଗତକାଲି କୋରାପୁଟ ଗସ୍ତ କାର୍ଯ୍ୟକ୍ରମ ରେ ଯାଉଥିବା ବେଳେ କୋକସରା ଆମପାଣି ଠାରେ କଂଗ୍ରେସ କର୍ମକର୍ତ୍ତା ଙ୍କ ପକ୍ଷରୁ ବୁଢ଼ାରଜା ମନ୍ଦିର ନିକଟରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ପରେ ଭକ୍ତ ଚରଣ ଦାସ ଓ ଅଜୟ କୁମାର ପ୍ରଭୁ ବୁଢ଼ାରଜା ମନ୍ଦିରରେ ଦର୍ଶନ କରି ଦଳୀୟ କର୍ମକର୍ତ୍ତା ଙ୍କ ସହ କିଛି ସମୟ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ କଂଗ୍ରେସର ନେତା ଲକ୍ଷ୍ମଣ ଶବର, ପୂର୍ବତନ ସରପଞ୍ଚ ଆମପାଣି ଟିକିଚନ୍ଦ୍ର ଧ. ମାଝୀ, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ବେଣୁପାଣି ଦୁର୍ଗା, ଗତ ନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ ବିଧାୟିକା ପ୍ରାର୍ଥନି ରହିଥିବା ରଶ୍ମିରେଖା ରାଉତ,ଆମପାଣି ଯୋନ ସଭାପତି ହରିଶ୍ଚନ୍ଦ୍ର ନାଏକ ଓ ଅନ୍ୟ ଦଳୀୟ କର୍ମୀମାନେ ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ