Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେଲୱେ ଷ୍ଟେସନ ରେ ଫୁଟ ଓଭର ବ୍ରିଜ ହେବା ପରେ… ୨ ନମ୍ବର ପ୍ଲାଟଫର୍ମ ଯିବାକୁ ଅସୁବିଧା ଭୋଗୁଛନ୍ତି ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ..ଲିଫ୍ଟ ନାହିଁ କି ଷ୍ଟେପ ନଥିବା ସମତଳ ବ୍ରିଜ ନାହିଁ..

ଲକ୍ଷ୍ମୀପୁର ୨୫/୦୫ ….କୋରାପୁଟ ଓ ରାୟଗଡା କୁ ସଂଯୋଗ କରୁଥିବା କେଆର ଲାଇନ ବର୍ତ୍ତମାନ ଦୋହରୀ  କରଣ ସହ ଡବଲ ଲାଇନ କରାଯିବା ପରେ ଅନେକ ଷ୍ଟେସନ ରେ ବିଭିନ୍ନ ସମସ୍ୟା ଦେଖାଦେଇଛି। ଡବଲ ଲାଇନ କାର୍ଯ୍ୟ ବର୍ତ୍ତମାନ ଚାଲୁ ରହିଥିବା ବେଳେ କୋରାପୁଟ ଓ ରାୟଗଡା ମଧ୍ୟ ରେ ରହିଥିବା ପ୍ରାୟ ଅଧିକାଂଶ ଷ୍ଟେସନ  ଯଥା ଡୁମୁରିପୁଟ,ବାଇଗୁଡ଼ା, ଲକ୍ଷ୍ମୀପୁର,ଟିକିରି ଭଳି ଷ୍ଟେସନ ରେ ଆଗରୁ ଥିବା ଗୋଟିଏ ପ୍ଲାଟଫର୍ମ ରୁ ବର୍ତ୍ତମାନ ଦୁଇଟି ପ୍ଲାଟଫର୍ମ କରାଯାଇଛି।  ପାସେଞ୍ଜେର ଟ୍ରେନ ଚାଲୁଥିବା କାରଣରୁ ଷ୍ଟେସନ ମାନଙ୍କ ରେ  ଯାତ୍ରୀ ଙ୍କ ସକାଶେ ଫୁଟ ଓଭର ବ୍ରିଜ ତିଆରି କରାଯାଇଛି, ଏହି ଫୁଟ ଓଭର ବ୍ରିଜ ଯୋଗୁଁ  ଯୁବକ, ଯୁବତୀ  ଓ ସୁସ୍ଥ ଶରୀର ର ଲୋକେ ଫୁଟ ଓଭର ବ୍ରିଜ ଦେଇ ଦୁଇ ନମ୍ବର ପ୍ଲାଟଫର୍ମ କୁ ଯିବା ଆସିବା କରି ପାରୁଛନ୍ତି, କିନ୍ତୁ ଦିବ୍ୟାଙ୍ଗ, ରୋଗୀ ଓ ବରିଷ୍ଠ ନାଗରିକ ଫୁଟ ଓଭର ବ୍ରିଜ ଦେଇ ଦୁଇ ନମ୍ବର ପ୍ଲାଟଫର୍ମ କୁ ଯାଇପାରୁନାହାନ୍ତି। ଅନେକ ସମୟରେ ନିଜର ସମ୍ପର୍କୀୟ ମାନେ ବୋହି କି ନେଉଥିବା ଦେଖିବାକୁ ମିଳିଛି  ଲକ୍ଷ୍ମୀପୁର ଷ୍ଟେସନ ରେ, ଦିବ୍ୟାଙ୍ଗ ମାନଙ୍କ ସକାଶେ ଷ୍ଟେସନ ରେ ଦିବ୍ୟାଙ୍ଗ ଚେୟାର ଉପଲବ୍ଧ ରହିଛି, ଯାତ୍ରୀ ମାନେ ଷ୍ଟେସନ ମାଷ୍ଟର ଙ୍କୁ ମାଗିଲେ ସେହି ଚେୟାର ପ୍ରଦାନ କରିଥାନ୍ତି, କିନ୍ତୁ ସେହି ଦିବ୍ୟାଙ୍ଗ ପାଇଁ ହୋଇଥିବା ଚେୟାର ମଧ୍ୟ ଫୁଟ ଓଭର ବ୍ରିଜ ରେ ଗଡ଼ିଲେ ତ ଦୁଇ ନମ୍ବର ପ୍ଲାଟଫର୍ମ କୁ ନେଇପାରିବେ , ଏମିତି ରେ ମଧ୍ୟ ଲିଫ୍ଟ ର ସୁବିଧା ମଧ୍ୟ କରାଯାଇନାହିଁ ତେଣୁ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ନାହିଁ ନଥିବା ର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏକ ନମ୍ବର ପ୍ଲାଟଫର୍ମ ରୁ ଦୁଇ ନମ୍ବର ପ୍ଲାଟଫର୍ମ କୁ ରେଳ ଲାଇନ ଦେଇ ଯିବା ମଧ୍ୟ ବିପଦ ହେଉଥିବା ବେଳେ ସବୁବେଳେ ପୋଲିସ ର ମଧ୍ୟ ନଜର ଥାଉଛି।ବିଶେଷ କରି କୋରାପୁଟ ରୁ ରାୟଗଡା ଯାଉଥିବା ସମସ୍ତ ଯାତ୍ରୀବାହି ଟ୍ରେନ କୁ  ଡ଼ାଉନ ଲାଇନ ଅର୍ଥାତ ଦୁଇ ନମ୍ବର ପ୍ଲାଟଫର୍ମ ରେ ହିଁ ଛଡା ଯାଇଥାଏ ଓ ରାୟଗଡା ରୁ କୋରାପୁଟ କୁ ଆସୁଥିବା ସମସ୍ତ ଯାତ୍ରୀବାହି ଟ୍ରେନ ଅଫ ଲାଇନ ଅର୍ଥାତ ଏକ ନମ୍ବର ପ୍ଲାଟଫର୍ମ ରେ ଛଡା ଯାଇଥାଏ। ଏପରି ସ୍ତିତି ରେ ଦୁଇ ନମ୍ବର ପ୍ଲାଟଫର୍ମ ତିଆରି କରିବା ପୂର୍ବରୁ ରେଳବାଇ କତୃପକ୍ଷ କେମିତି ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ଙ୍କ କଥା ଭୁଲି ଗଲା ବୋଲି ଅନେକ ଯାତ୍ରୀ ପ୍ରକାଶ କରିଛନ୍ତି।ଏନେଇ ଲକ୍ଷ୍ମୀପୁର ଷ୍ଟେସନ ମାଷ୍ଟର ଙ୍କୁ ପଚାରିବାରୁ ଆମେ ଏବିଷୟ ରେ କିଛି କହି ପାରିବୁ ନାହିଁ, ଉପରିସ୍ଥ ଅଧିକାରୀ ଙ୍କୁ ପଚାରନ୍ତୁ ବୋଲି ସଫେଇ ଦେବା ସହ ସେ ମଧ୍ୟ ଦିବ୍ୟାଙ୍ଗ, ରୋଗୀ ଓ ବରିଷ୍ଠ ନାଗରିକ ମାନେ ଦୁଇ ନମ୍ବର ପ୍ଲାଟଫର୍ମ କୁ ଯିବା ସକାଶେ ଅସୁବିଧା ର ସମ୍ମୁଖୀନ ହେଉଥିବା କଥା କୁ ସ୍ପିକାର କରିବା ସହ ପ୍ରତ୍ୟକ ଦିନ ଦେଖୁଛନ୍ତି ବୋଲି କହିଛନ୍ତି । ବିଭାଗୀୟ ରେଳ କତୃପକ୍ଷ ଏଥି ପ୍ରତି ଦୃଷ୍ଠି ଦେବାକୁ ଦାବୀ କରାଯାଇଛି। ଜିଲାପାଳ ମଧ୍ୟ ଏପରି ଗୁରୁତର ସମସ୍ୟା ପ୍ରତି ହସ୍ତକ୍ଷେପ କରିବା ସକାଶେ ଅନେକ ଲୋକେ ପ୍ରକାଶ କରିଛନ୍ତି। ତୁରନ୍ତ ଲିଫ୍ଟ ର ବ୍ୟବସ୍ଥା ସହ ସାମୁହିକ ପାଇଁ କିଛି ବିକଳ୍ପ ବ୍ୟବସ୍ଥା କରାଯିବା ମଧ୍ୟ ଜରୁରୀ ହୋଇ ପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ