ମଦ ଦୋକାନ ବନ୍ଦ ପରେ ଦୋକାନ ସମ୍ମୁଖରେ ନ୍ୟାୟ ଦାବିରେ ବସିଛନ୍ତି ଦୋକାନ କର୍ମଚାରୀ…


ଲକ୍ଷ୍ମୀପୁର ୨୭/୦୫ . ବିଭିନ୍ନ କାରଣ ଦର୍ଶାଇ ଗତକାଲି ଲକ୍ଷ୍ମୀପୁର ରେଳବାଇ କଲୋନୀ ନିକଟରେ ଥିବା ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ କୁ ବିଧାୟକ ପବିତ୍ର ସାଉଁତା ତାଲା ପକାଇଦେଇଥିଲେ। ତାଲା ପକାଇବା ପରେ ଗତକାଲି ଠାରୁ ମଦ ଦୋକାନ ବନ୍ଦ ରହିଥିବା ବେଳେ ବିଦେଶୀ ମଦ ଦୋକାନ ର କର୍ମଚାରୀ ମାନେ ନ୍ୟାୟ ଦାବୀ କରି ଦୋକାନ ସମ୍ମୁଖରେ ବସି ରହିଥିବା ଦେଖିବାକୁ ମିଳିଛି। ମଦ ଦୋକାନ ର ମ୍ୟାନେଜର ଅଖିଳେଶ ସିଂ କହିଛନ୍ତି କି ଯେଉଁ ପର୍ଯ୍ୟନ୍ତ ଦୋକାନ ଖୋଲିବା ସକାଶେ ପ୍ରଶାସନ ର ଅନୁମତି ମିଳିନାହିଁ ସେତେ ଦିନ ପର୍ଯ୍ୟନ୍ତ ସେମାନେ ଏମିତି ଦୋକାନ ସମ୍ମୁଖରେ ବସି ରହିଥିବେ। ଲକ୍ଷ୍ମୀପୁର ରେ ବିଦେଶୀ ମଦ ଦୋକାନ ସକାଶେ ରାଜ୍ୟ ସରକାର ଲାଇସେନ୍ସ ପ୍ରଦାନ କରିଥିଲେ, ଲାଇସେନ୍ସ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ମାସକୁ ସରକାର ଙ୍କୁ ପ୍ରଦାନ କରାଯାଉଛି, କିନ୍ତୁ ବିଧାୟକ ପବିତ୍ର ସାଉଁତା ଆଇନ କୁ ହାତକୁ ନେଇଁ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନକୁ ତାଲା ପକାଇ ରଖିଛନ୍ତି। ବିଧାୟକ ମହାଶୟ ମାସକୁ ଲକ୍ଷା ଧିକ ଟଙ୍କା ମାଗୁଥିଲେ, ତାହା ନଦେବାରୁ ସେମାନଙ୍କ ସମର୍ଥକ ଙ୍କ ସହ ଆସି ତାଲା ପକାଇଛନ୍ତି ବୋଲି ମ୍ୟାନେଜର କହିଛନ୍ତି. ଆଗକୁ ପ୍ରଶାସନ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।