Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ପୋଲିସ ଦ୍ୱାରା 379 kg ଗଞ୍ଜାଇ ଜବତ…ଗଞ୍ଜାଇ ମାଫିଆ ଫେରାର….

ଲକ୍ଷ୍ମୀପୁର ୨୮/୦୫ . ଲକ୍ଷ୍ମୀପୁର ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ତିନିଶହ ଅଣାଅଶୀ କେଜି ଗଞ୍ଜାଇ ଜବତ କରିଛି। ପୋଲିସ କୁ ଦେଖି ବୋଲେରୋ ଗାଡି ଛାଡିକି ଡ୍ରାଇଭର ଚମ୍ପଟ ମାରିଥିବା ବେଳେ ବୋଲେରୋ ଗାଡିକୁ ପୋଲିସ ଜବତ କରିଥିବା ପୋଲିସ କହିଛି। ପନ୍ଦର ଟି ଜରି ଅଖା ରେ ଭର୍ତି ହୋଇଥିବା ପାଖା ପାଖି ୪ କୁଇଣ୍ଟାଲ ଗଞ୍ଜାଇ  ଭର୍ତି ଥିବା ବୋଲେରୋ କୁ କେଉଁ ପରିସ୍ଥିତି ରେ ଗଞ୍ଜାଇ ମାଫିଆ ମାନେ ଛାଡିକି ଗଲେ ତାହା ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ବାଚୀ  ସୃଷ୍ଟି ହୋଇଛି। ଅନ୍ୟ ପକ୍ଷ ରେ ପୋଲିସ କ୍ୟାମେରା  ସମ୍ମୁଖରେ କିଛି କହିବାକୁ ମନା କରିଥିଲେ ମଧ୍ୟ ସୂଚନା ଦେଇଛନ୍ତି କି ଗତକାଲି ରାତ୍ର ରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ଧଳା ରଙ୍ଗ ର ବୋଲେରୋ  ରେଳବାଇ ରାସ୍ତା ରେ ଦ୍ରୁତ ଗତିରେ ଯାଉଥିବା ବେଳେ ସନ୍ଦେହ ରେ ପିଛା କରାଯାଇଥିଲା, କିନ୍ତୁ ମାଇନ୍ସ ଗାଡି ଯୋଗୁଁ କିଛି ଦୁର ରେ ପୋଲିସ ଗାଡି ରହିଯାଇଥିବା ବେଳେ ଗଞ୍ଜାଇ ମାଫିଆ ମାନେ ପୋଲିସ ପିଛା କରୁଥିବା ଜାଣି ବୋଲେରୋ ଛାଡି ଚମ୍ପଟ ମାରିଥିଲେ ବୋଲି କହୁଥିବା ବେଳେ ଅନ୍ୟ କର୍ମଚାରୀ କହିଛନ୍ତି ଓଡ଼ିଆପେଣ୍ଠ ନିକଟରେ ଠିଆ ହୋଇଥିବା ଏକ ବୋଲେରୋ କୁ ଯାଞ୍ଚ କରିବା ସମୟରେ ସେହି ବୋଲେରୋ ରେ ଗଞ୍ଜାଇ ଥିବା ଜଣା ପଡ଼ିଥିଲା  ବୋଲି ସଫେଇ ମିଳିଛି… କାହା କଥା ସ୍ପଷ୍ଟ ତାହା ପ୍ରକୃତ ରେ ଜଣା ପଡୁନଥିବା ବେଳେ ଗଞ୍ଜାଇ ମାଫିଆ କିନ୍ତୁ ଫେରାର ହୋଇଯାଇଛନ୍ତି। ଲକ୍ଷ୍ମୀପୁର ରେ ଏଥି ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର ଗଞ୍ଜାଇ ମାଫିଆ ଫେରାର ହୋଇଥିବା ବେଳେ ଗଞ୍ଜାଇ ଚାଲାଣ ରେ ବ୍ୟବହୃତ ବୋଲେରୋ ଓ ଟ୍ରକ ଧରାପଡ଼ିଥିବା ନଜିର ରହିଛି।ବ୍ୟବହୃତ ଗାଡି ର ନମ୍ବର ରେ ଦୁର୍ବୁତ୍ତ ଙ୍କୁ ଧରିବା ସକାଶେ ପୋଲିସ ଚେଷ୍ଟା ଜାରି ରଖିଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ