Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖୋଲିଲା ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ, ବିଭିନ୍ନ କାରଣ ଦର୍ଶାଇ ବନ୍ଦ କରିଥିଲେ ବିଧାୟକ, ଖୋଲିଲା ପ୍ରଶାସନ…

ଲକ୍ଷ୍ମୀପୁର ୨୮/୦୫ … ସୋମବାର ଦିନ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା ଲକ୍ଷ୍ମୀପୁର ରେଳବାଇ କଲୋନୀ ନିକଟରେ ଥିବା ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ କୁ ବିଭିନ୍ନ କାରଣ ଦର୍ଶାଇ ଚାବି ପକାଇ ବନ୍ଦ ରଖିଥିଲେ। ଦୁଇଦିନ ପରେ ପ୍ରଶାସନ ତରଫରୁ ମାଜିଷ୍ଟ୍ରେଟ ଦାୟିତ୍ୱ ରେ ଲକ୍ଷ୍ମୀପୁର ତହସିଲଦାର, ଅବକାରୀ ବିଭାଗ କର୍ମଚାରୀ ଓ ପୋଲିସ ର ଉପସ୍ଥିତି ରେ ପୁଣି ବିଦେଶୀ ମଦ ଦୋକାନ ଖୋଲା ଯାଇଛି। ମଦ ଦୋକାନ ଖୋଲା ଯିବା ପରେ ଦୋକାନ ମ୍ୟାନେଜର ଅଖିଳେଶ ସାହୁ ସରକାର ଙ୍କୁ ନିୟମିତ ରାଜସ୍ବ ପ୍ରଦାନ କରି ଏହି ଦୋକାନ ଖୋଲା ଯାଇଛି, ଏଥିପାଇଁ ସରକାର ଲାଇସେନ୍ସ ଦେଇଛନ୍ତି, ସରକାର ଚାହିଁଲେ ବନ୍ଦ କରିପାରିବେ, କିନ୍ତୁ ବେଆଇନ ଭାବେ ବିଧାୟକ କାହିଁକ ବନ୍ଦ କରିବେ ବୋଲି ପ୍ରତିକ୍ରିୟା ପ୍ରଦାନ କରିଥିବା ବେଳେ ବିଧାୟକ ଙ୍କ ପ୍ରତିକ୍ରିୟା ହସ୍ତକ୍ଷେପ ହୋଇ ପାରିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ