Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବର୍ଷାରେ ଧୋଇ ଗଲା ରାସ୍ତା, ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ….

ଲକ୍ଷ୍ମୀପୁର ୨୮/୦୫ .
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ  ମୁସଳ ଧାରା ରେ ହୋଇଥିବା ବର୍ଷା ଯୋଗୁଁ ଅନେକ ଲୋକଙ୍କ ଘରେ ଘରେ ପାଣି ପଶି ଯାଇଥିଲା, ଗାଁ ର ଡ୍ରେନେଜ ସମସ୍ୟା ଯୋଗୁଁ ରାସ୍ତା ଉପରେ ପାଣି ପ୍ରବାହିତ ହେବା ସହ ଓଳିଆ ଆବର୍ଜନା ଗୁଡିକ ରାସ୍ତା ରେ ଭାସୁଥିଲା। ପ୍ରବଳ ବର୍ଷା ଯୋଗୁଁ ପଣସପୁଟ ଗ୍ରାମବାସୀ ଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି।ଗ୍ରାମ ଠାରୁ ଏକ କିଲୋମିଟର ଦୂରରେ ଥିବା ଘୋଡା ଟିକିରି କଲନି ଠାରୁ ଲମ୍ବି ଥିବା କଂକ୍ରିଟ ରାସ୍ତା ବର୍ଷା ପାଣିରେ ସମ୍ପୂର୍ଣ ଧୋଇ ଯାଇଛି।ଫଳରେ ସେହି ରାସ୍ତାରେ ଚାଲିକି ଯିବା ଏବେ କଷ୍ଟ ସାଧ୍ୟ ହୋଇ ପଡିଛି।ସମ୍ପୂର୍ଣ ଗୋଟିଏ କିଲୋମିଟର ରାସ୍ତାରୁ କଂକ୍ରିଟ ଉଠି ଗୋଡି ବାହାରି ମାଟି ଦୁସୁଛି।ରାସ୍ତା ସାରା ଖାଲ ଖମା ହୋଇପଡିଥିବା ବେଳେ ଚଳ ପ୍ରଚଳରେ ବାଧା ଉପୁଜିଛି।
ପାଞ୍ଚ ବର୍ଷ ତଳେ ଲକ୍ଷାଧିକ ଟଙ୍କା ବ୍ୟୟରେ ପଞ୍ଚାୟତ ସମିତି ତରଫରୁ କଂକ୍ରିଟ୍ ରେ ରାସ୍ତାର ମରାମତି କରାଜାଇଥିଲା।କାମ ସରିବାର ପ୍ରାୟ ଗୋଟିଏ ବର୍ଷ ପରେ ସ୍ଥାନେ ସ୍ଥାନେ କଂକ୍ରିଟ ଉଠିବାକୁ ଲାଗିଲା।
ହେଲେ ସେହି ଦିନଠୁ ଆଜିଯାଏଁ ଆଉ ଉକ୍ତ ରାସ୍ତା ଉପରେ କାହାରି ନଜର ପଡିନି। ବର୍ଷ ବର୍ଷ ଧରି ଗ୍ରାମବାସୀ ଅସୁବିଧା ଭୋଗି ଆସୁଥିଲେ ମଧ୍ୟ ବ୍ଲକ ପ୍ରଶାସନ ନିଘୋଡ଼ ନିଦରେ ସୋଇ ରହିଥିବା ଗ୍ରାମବାସୀ କହିଛନ୍ତି।ସେହି ଦିନଠୁ ବର୍ଷା ହେଲେ ରାସ୍ତାରୁ କଂକ୍ରିଟ ଧୀରେ ଧୀରେ ଧୋଇ ହୋଇ ଆଜି ବଡ଼ ଧରଣ ସମସ୍ୟାର ରୂପ ନେଇଛି। ତେଣୁ ଏବେ ଠାରୁ ହିଁ ପ୍ରଶାସନ ନଜର ନଦେଲେ ଆଗକୁ ଏହି ସମସ୍ୟା ବହୁତ ବଡ଼ ସମସ୍ୟାରେ ପରିଣତ ହେବାକୁ ବେଶୀ ସମୟ ଲାଗିବନି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ