Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଥାନା, ଆରଡି ଓ ଏନଏସି କାର୍ଯ୍ୟାଳୟ ଘେରାଉ

ଖଡ଼ିଆଳ : ବିଭିନ୍ନ ଦାବି ନେଇ ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ନୂଆପଡା ତରଫରୁ ଖଡ଼ିଆଳ ଥାନା, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଏନଏସିକୁ ଘେରାଉ ସହ ଥାନା ଛକ ଠାରେ ରାସ୍ତା ଅବରୋଧ କରାଯାଇଥିଲା। ସଂଘର ସଭାପତି ଭାନୁ ପ୍ରତାପ ମାଝୀ ଓ ସାଧାରଣ ସମ୍ପାଦକ ବାଳକୃଷ୍ଣ ଶବରଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ଖଡ଼ିଆଳ ଠାକୁରାଣୀ ମନ୍ଦିରରୁ ଏକ ବିରାଟ ରେଲିରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ପ୍ରଥମେ ଖଡ଼ିଆଳ ଥାନା ଘେରାଉ ସହ ଏକ ଦାବିପତ୍ର ଖଡ଼ିଆଳ ଥାନାଧିକାରୀ ଅନିରୁଦ୍ଧ ମୁଦୁଲିଙ୍କୁ ପ୍ରଦାନ କରିଥିଲେ। ପରେ ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଘେରାଉ ସହ ସିଙ୍ଗିଲ ଟେଣ୍ଡର ବିରୋଧରେ ନାରାବାଜି ସହ ଆଦିବାସୀଙ୍କ ଜମିକୁ ବିନା ଅନୁମତିରେ ରାସ୍ତା କରା ଯାଉଥିବା ଅଭିଯୋଗ କରି ଅଧିକ୍ଷଣ ଯନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସେମାନଙ୍କ ଦାବି ସବୁ ହେଲା ଜମି ଅଧିଗ୍ରହଣ ନହୋଇ ଏଲଡବ୍ଲୁଇ ଯୋଜନା ଦ୍ୱାରା ଟେଣ୍ଡର ହୋଇଥିବା କାମକୁ ବାତିଲ କରିବା, ସିଙ୍ଗଲ ଟେଣ୍ଡର ଫିକ୍ସିଂ ବନ୍ଦ କରିବା, ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ ଏଟ୍ରୋସିଟି କେଶକୁ କାର୍ଯ୍ୟକାରୀ କରାଯାଉ, ପ୍ରଭାକର ଶବର ମର୍ଡର କେଶର ଦୁଇ ଆସାମୀକୁ ତୁରନ୍ତ ଗିରଫ କରିବା, ଖଡ଼ିଆଳ ବ୍ଲକ ପୁଟୁପଡା ଗ୍ରାମର ୧୧୦ ଭୂମିହୀନ ଆଦିବାସୀ ପରିବାରଙ୍କୁ ପୂର୍ବରୁ ଚିହ୍ନଟ ହୋଇଥିବା ଚାରି ଡ଼ିସିମିଲ ଜମିର ପଟ୍ଟା ପ୍ରଦାନ କରିବା। ନିୟମ ଅନୁଯାୟୀ ଦାବିପତ୍ରର ବିଚାର କରାଯିବ ବୋଲି ଖଡ଼ିଆଳ ଆରଡି ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରକାଶ କରିଥିଲେ। ପରେ ଏନଏସି କାର୍ଯ୍ୟାଳୟ ଘେରାଉ କରି ଦାବିପତ୍ର ପ୍ରଦାନ କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ