ଅସ୍ତରଙ୍ଗ,,ପୁରି ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଶିଶୁଅ ଗ୍ରାମପଞ୍ଚାୟତ ନିକଟ ନାଶିକେଶ୍ୱସର ଗ୍ରାମର ଜଣେ ଧର୍ମପରାୟଣ, ସମାଜସେବୀ ତଥା ପରୋପକାରୀ ମହିଳା ପ୍ରମିଳା ସୁନ୍ଦରୀ ରଥ ଙ୍କର 78 ବର୍ଷ ବୟଷରେ ପରଲୋକ ଘଟିଛି l ଶ୍ରୀମତୀ ରଥ କିଛି ଦିନ ଧରି ଅସୁସ୍ଥ ଥିବାରୁ କଟକ ବଡ ମେଡ଼ିକାଲରେ ଚିକିତ୍ସା ଧୀନ ଥିବା ଅବସ୍ଥାରେ ଶୁକ୍ରବାର ସନ୍ଧ୍ୟା ଛ ଘଟୀକା ସମୟ ରେ ତାଙ୍କର ମୃତ୍ୟୁ ଘଟିଥିଲା. l ତାଙ୍କର ଏକମାତ୍ର ପୁତ୍ର କବି ସମ୍ପଦ ରଥ ମାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ରସିଥିବା ବେଳେ, ମର ଶରୀର କୁ ପୁରୀ ର ସ୍ୱର୍ଗ ଦ୍ଵାର ନିଆ ଯାଇଥିଲା l ସେଠାରେ ପରିବାର, ବନ୍ଧୁ, ପରୀଯନ ଙ୍କ ଉପସ୍ଥିତିରେ ଏକ ସୋକାକୁଳ ପରିବେଶ ଭିତରେ ଶବ ଦାହ କରାଯାଇଥିବା ଜଣା ପଡ଼ିଛି l
ଅପର ପକ୍ଷରେ, ବେଳାଭୂମି ସାହିତ୍ୟ ସଂସଦ ର ସାଂସ୍କୃତିକ ସମ୍ପାଦକ ବ୍ୟଙ୍ଗ କବି ତଥା ସ୍ୱର୍ଗତ ରଥ ଙ୍କ ସୁ ପୁତ୍ର ସମ୍ପଦ ରଥ ରହି ଥିବାରୁ, ମାଙ୍କ ସମ୍ମାନ ର୍ଥେ ବେଳାଭୂମି ସାହିତ୍ୟ ସଂସଦ ର, ରଜକୁ ହେବାକୁ ଥିବା କାର୍ଯ୍ୟକ୍ରମ କୁ ଘୁଞ୍ଚାଇ ଦିଆ ଯାଇଛି ଓ ପରବର୍ତ୍ତୀ କାର୍ଯ୍ୟକ୍ରମ କେବେ ହେବ ତାହା, ଲିଖିତ ଆକାର ରେ ଜଣାଇ ଦିଆଯିବ ବୋଲି ସଂସଦ ର ସଂଯୋଜକ ଶୋଭାକାର ବେହେରା ପ୍ରକାଶ କରିଛନ୍ତି l
ଧର୍ମ ପରାୟଣ ମହିଳା ଙ୍କ ପରଲୋକ
