Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର: କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା ଙ୍କ ସାମ୍ବାଦିକ ସମ୍ମିଳନି…ମଦ ବ୍ୟବସାୟୀ ଙ୍କୁ ବିଜେପି ସମର୍ଥନ ଦେବା ଦୁର୍ଭାଗ୍ୟ ଜନକ ଘଟଣା… ଆନ୍ଦୋଳନ ତୀବ୍ରତର ହେବ..

ଲକ୍ଷ୍ମୀପୁର ୦୧/୦୬..ରାଜ୍ୟ ରେ ଚାଲିଛି ବେଆଇନ ମଦ କାରବାର…
ବେଆଇନ ମଦ କାରବାରକୁ ପ୍ରଶୟ ଦେଉଛନ୍ତି ବିଜେପି ନେତା..ଆଦିବାସୀ ଅଞ୍ଚଳ ରେ ସମ୍ପୂର୍ଣ ମଦ ବନ୍ଦ ପାଇଁ ଦାବୀ ରଖିଲେ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲକା।
ଆଦିବାସୀ ବିଧାୟକ ପବିତ୍ର ସାଉଁତା ଙ୍କୁ ପୂର୍ବତନ ଆଦିବାସୀ ବିଧାୟକ କୈଳାଶ କୁଲେସିକା ବିରୋଧ କରିବା ନିନ୍ଦନୀୟ ଘଟଣା…ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ମଦ କାରବାରକୁ ନେଇ କିଛି ଦିନ ହେଲାଣି ରାଜନୀତି ସରଗରମ ରହିଛି। ରାଜନେତା ଓ ଲାଇସେନ୍ସ ପ୍ରାପ୍ତ ମଦଦୋକାନୀ ମାଲିକ ଙ୍କ ମଧ୍ୟରେ ଏକ ପ୍ରକାର ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି। କିଛି ଦିନ ତଳେ ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ବିଦେଶୀ ମଦ ଦୋକାନ ଓ ଦେଶୀ ମଦ ଭାଟି ଗୁଡିକ ରେ ଅପମିଶ୍ରିତ ମଦ ବିକ୍ରି ହେଉଥିବା ଅଭିଯୋଗ କରି ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା କଂଗ୍ରେସ କର୍ମୀଙ୍କୁ ଧରି ତାଲା ଠୁଙ୍କି ଥିଲେ। ଏପରିକି ବିଧାୟକ ତାଲା ପକାଇବାର ଗୋଟିଏ ଦିନ ପରେ ପ୍ରଶାସନ ସମସ୍ତ ଦୋକାନ ର ତାଲା ଖୋଲିଥିଲା। ଏଥି ସହ ମଦ ଦୋକାନ ମାଲିକ ମାନେ ବିଧାୟକ କୁଆଡେ ମାସିକ ବଟି ମାଗୁଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ।ପରେ ଲକ୍ଷ୍ମୀପୁର ବିଜେପି ଦଳ ତରଫରୁ ଏହା ଏକ ଦୁର୍ଭାଗ୍ୟ ଘଟଣା, ଜଣେ ବିଧାୟକ ଏପରି ବଟି ମାଗିବା ଭଳି କାର୍ଯ୍ୟ କରିବା ଏକ ନିନ୍ଦନୀୟ ଘଟଣା ବୋଲି ସାମ୍ବାଦିକ ସମିଳନୀ ଜରିଆରେ କହିଥିଲା।ଯାହାକୁ ନେଇ ଆଜି ବିଧାୟକ ପବିତ୍ର ସାଉନ୍ତା ଓ ସାଂସଦ ସପ୍ତଗିରି ଉଲ୍ଲକା ଏକ ସାମ୍ବାଦିକ ସମିଳନୀ ଜରିଆରେ ତାଙ୍କର ସ୍ପଷ୍ଟୀକରଣ ରଖିଛନ୍ତି ,ବିଧାୟକ କହିଛନ୍ତି ଅଞ୍ଚଳ ରେ ମଦ ବନ୍ଦ କରିବା ସକାଶେ ବାରମ୍ବାର ଦାବୀ କଲି,, ନିର୍ଵାଚନ ପୂର୍ବରୁ ଓ ପରେ ଅଞ୍ଚଳ ର ଲୋକେ ବେଆଇନ ମଦ ବନ୍ଦ ପାଇଁ ବାରମ୍ବାର କହିଲେ, ସରକାର ଙ୍କୁ ଜଣେଇଲି,, କେହି କର୍ଣ୍ଣପାତ କଲେ ନାହିଁ, ବାଧ୍ୟ ହୋଇ ଚାବି ପକାଇଲି,ସେ କାହାକୁ ବଟି ମାଗି ନାହାନ୍ତି,ଏହା ସମ୍ପୂର୍ଣ ମିଥ୍ୟା,ମୁଁ ଯଦି କାହାରିକୁ ବଟି ମାଗିଥିବି ତେବେ ସେମାନେ ଏହାକୁ ପ୍ରମାଣ କରି ଦେଖାନ୍ତୁ,ନଚେତ ସେମାନଙ୍କ ବିରୋଧରେ ମୁଁ ମାନହାନି ମକଦ୍ଧମା ରୁଜୁ କରିବି ବୋଲି କହିବା ସହ ମୁଁ ବିଧାୟକ ହେବା ପରଠୁ ବିଧାନ ସଭାରେ ମଦ ବନ୍ଦ ପାଇଁ କଥା ଉଠାଇଥିଲି ବୋଲି ସ୍ପଷ୍ଟୀକାରଣ ଦେଇଛନ୍ତି। ଏହି ଅଭିଯାନ ଆମର ଆଗକୁ ଜାରି ରହିବ ବୋଲି ସାମ୍ବାଦିକ ସମିଳନୀ ଜରିଆରେ ପ୍ରକାଶ କରିଛନ୍ତି।ସେହିପରି କୋରାପୁଟ ସାଂସଦମଧ୍ୟ ପବିତ୍ର ଙ୍କୁ ସମର୍ଥନ ଜଣାଇଛନ୍ତି…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ