Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡାକଘର ଥାଇ ମଧ୍ୟ ଠିକ୍ ଭାବେ ହେଉ ନାହିଁ ଖୋଲା ପୋଷ୍ଟ୍ ମାଷ୍ଟର କିଏ ଜାଣିନାହାନ୍ତି କୋଟିଆ ପଞ୍ଚାୟତ ବାସି

ପଟ୍ଟାଙ୍ଗି୦୨/୦୬ସରକାରୀ ଯୋଜନା ରେ ଜନସାଧାରଣ କିପରି ଯୋଡ଼ି ହେବା ସହ ଲାଭବାନ ହୋଇ ପାରବେ ସେନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କୁ ନେଇ ବିଭିନ୍ନ ବିଭାଗ ଗଠନ କରାଯାଇଛି ସତ କିନ୍ତୁ ଏଥିରେ ନିଯୁକ୍ତି ପାଉଥିବା ଅଧିକାରୀ ବା କର୍ମଚାରୀ ଙ୍କ ଦୁର୍ବଳତା ଯୋଗୁଁ ଏବେବି ଅନେକ ଜନସାଧାରଣ ହୁଅନ୍ତୁ ବା ସୀମାନ୍ତ ବାସି ସମ୍ପୃକ୍ତ ବିଭାଗର କାର୍ଯ୍ୟ କଣ ଏବଂ ବିଭାଗର ର ଦାଇତ୍ଵ ରେ ରହିଥିବା ଅଧିକାରୀ କିଏ ନ ଜାଣିବା ଅନେକ କିଛି ପ୍ରଶ୍ନ ସୃଷ୍ଟି କରୁଛି । ଏହିପରି ଦୃଶ୍ୟ ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲାର ବହୁ ଚର୍ଚ୍ଚିତ ସୀମା ବିବାଦ କୋଟିଆ ପଞ୍ଚାୟତ କ୍ଷେତ୍ରରେ । ସୂଚନା ଅନୁଯାଇ ଉକ୍ତ ପଞ୍ଚାୟତ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ବେଳେ ପଞ୍ଚାୟତ ର ସୀମାନ୍ତ ବାସୀଙ୍କ ପାଇଁ ଓଡିଶା ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭିନ୍ନ ସରକାରୀ ବିଭାଗର କାର୍ଯ୍ୟକ୍ରମ ହେଉଥିବା ସହ କାର୍ଯ୍ୟାଳୟ ମଧ୍ୟ ସ୍ଥାପନ କରାଯାଇଛି । ସେଥି ମଧ୍ୟରୁ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଡାକଘର ବିଭାଗ କାର୍ଯ୍ୟାଳୟ ରହିଥିବା ବେଳେ ଉକ୍ତ ବିଭାଗ ର ତଥା ପଞ୍ଚାୟତ ର ପୋଷ୍ଟ୍ ମାଷ୍ଟର କିଏ ପଞ୍ଚାୟତ ବାସି ଜାଣି ନଥିବା ସହ ପଞ୍ଚାୟତ ରେ ରହିଥିବା ଡାକଘର ସପ୍ତାହରେ ଥରେ ଖୋଲା ଯାଉଥିବା ବେଳେ ଆସୁଥିବା ଆମ ମାନଙ୍କର ଚିଠି ବା ଡାକ ଗୋଟିଏ ସପ୍ତାହ ପରେ ଦିଆଯାଇଛି ବୋଲି ପ୍ରକାଶ କରିଛନ୍ତି । ଏହିପରି କି ଆସୁଥିବା ଡାକ ବା ଚିଠି ପାଇଁ ୨୦ ଟଙ୍କା ଲେଖାଏଁ ହାତ ଖର୍ଚ୍ଚ ମଗା ଯାଉଥିବା ଅଭିଯୋଗ କରିଛନ୍ତି । ସେପଟେ ସୀମାନ୍ତ କୋଟିଆ ପଞ୍ଚାୟତ ବାସି ଙ୍କ ଏହିପରି ଅଭିଯୋଗ କୁ ନେଇ ବ୍ଲକ୍ ସଦର ମହକୁମାରେ ରହିଥିବା ମୁଖ୍ୟ ଡାକଘର ପୋଷ୍ଟ୍ ମାଷ୍ଟର ପିତାମ୍ବର ଖିଲ ଆସୁଥିବା ଡାକ ବା ଚିଠି ବାବଦ କୁ ନିଆ ଯାଉଥିବା ହାତ ଖର୍ଚ୍ଚ ସମ୍ପର୍କରେ ଲିଖିତ ଅଭିଯୋଗ ଆସିଲେ ଏହା ଉପରେ ତଦନ୍ତ କରାଯିବ କିନ୍ତୁ ପଞ୍ଚାୟତ ମାନଙ୍କରେ ନିଯୁକ୍ତି ପାଇଥିବା ଜିଡିଏସ ଓ ବିପିଏମ୍ ଆମ ଅଧିନରେ ପରିଚାଳିତ ହେଉ ନାହାଁନ୍ତି । ସେମାନଙ୍କ ଦାଇତ୍ଵ ଉପରେ ଅବହେଳା ସମ୍ପର୍କରେ ଡାକ ବିଭାଗରେ ରହିଥିବା ଇନ୍ସପେକ୍ଟର ପୋଷ୍ଟାଲ୍ ହିଁ କହି ପାରିବେ ବୋଲି ପ୍ରକାଶ କରିଥିଲେ । ଏନେଇ ଜୟପୁର ମୁଖ୍ୟ ଡାକଘରେ ରହୁଥିବା ଇନ୍ସପେକ୍ଟର ପୋଷ୍ଟାଲ୍ ଅଭିନାଶ୍ କୁମାର ଙ୍କୁ ଯୋଗାଯୋଗ କରା ଯିବାରୁ ଉକ୍ତ ସମସ୍ୟା ସମ୍ପର୍କରେ ଅବଗତ ଅଛି ପଞ୍ଚାୟତ ପାଇଁ ନିଯୁକ୍ତି ପାଇଥିବା ପୋଷ୍ଟ୍ ମାଷ୍ଟର ଙ୍କୁ ଡାକଘର ନିୟମିତ ଖୋଲି ନିଜର ଦାଇତ୍ଵ ତୁଲାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ଯଦି ଅବହେଳା କରିବେ ତାହେଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ