Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ପ୍ରଥମ ଥର ସକାଶେ ରଜସୁନ୍ଦରୀ ପ୍ରତିଯୋଗିତା ପାଇଁ ଅଡିସନ ଅନୁଷ୍ଠିତ।

ଲକ୍ଷ୍ମୀପୁର ୦୩/୦୬ ….ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାର ବାସନ୍ତୀ କଲ୍ୟାଣ ମଣ୍ଡପ ଠାରେ ପ୍ରଥମ ଥର ସକାଶେ ରଜସୁନ୍ଦରୀ ପ୍ରତିଯୋଗିତା ପାଇଁ ଅଡିସନ ଅନୁଷ୍ଠିତ ହୋଇଯାଇଛି।ସମାଜସେବୀ ସଂଗୀତା ମିଶ୍ର ଙ୍କ ଉଦ୍ୟମ ରେ ଅନୁଷ୍ଠିତ ହୋଇଥିବା ରଜସୁନ୍ଦରୀ  ଅଡିସନ ରେ ବ୍ଲକର ବିଭିନ୍ନ ଅଞ୍ଚଳ ରୁ ୪୭ ଜଣ ବରିଷ୍ଠ ଓ କନିଷ୍ଠ ବିଭାଗ ର ଝିଅ ମାନେ ଅଂଶ ଗ୍ରହଣ କରିଥିଲେ। ଆସନ୍ତା ୧୫ ତାରିଖ ଦିନ ରଜ ସୁନ୍ଦରୀ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିଵା ବେଳେ ପ୍ରଥମ ଅଡିସନ ରେ ୩୦ ଜଣ ମନୋନୀତ ହୋଇଛନ୍ତି। ମଙ୍ଗଳବାର ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଝିଅ ମାନେ ସୁନ୍ଦର ଭାବେ ପୋଷାକ ପିନ୍ଧି କଷ୍ଟ୍ୟୁମ ରେ ନିଜ ଅଭିଭାବକ ଙ୍କ ସହ ପହଂଚି ଥିଲେ। କାର୍ଯ୍ୟକ୍ରମ କୁ ସ୍ଥାନୀୟ ଆଇଆଇସି ସୁଜ୍ଞାନୀ ସାହୁ ରିବନ କାଟି ଶୁଭ ଉଦଘାଟନ କରିଥିଲେ।ବରିଷ୍ଠ ବିଭାଗ ରେ ୨୦ ଜଣ ଓ କନିଷ୍ଠ ବିଭାଗ ରେ ୨୭ ଜଣ ପ୍ରତିଯୋଗୀ ଯୋଗଦେଇଥିଲେ।ବିଚାରକ ଭାବେ ଶିଶୁମନ୍ଦିର ର ଗୁରୁମା ଆରତୀ ପ୍ରିୟଦଶିନି ସାହୁ,ଅନୁପମା ତୁରୁକ, ବରିଷ୍ଠ ନାଗରିକ ମହାଦେବ ଶତପଥି ରହିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପାଣିଗ୍ରାହୀ,ଅରୁଣ କୁମାର ମିଶ୍ର,ଗୋପୀନାଥ ମହାପାତ୍ର ପରମେଶ୍ୱର ସାହୁ ସୌଭାଗ୍ୟ ରାଣୀ ନାୟକ, ଭବାନୀ ସାହୁ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ