Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବକାରୀ ବିଭାଗ କର୍ମଚାରୀ ଦ୍ୱାରା ୩ ଗିରଫ…ବିଦେଶୀ ମଦ ଜବତ….ଆରମ୍ଭ ହେଲା ଚଢ଼ାଉ.

ଲକ୍ଷ୍ମୀପୁର ୦୩/୦୬ ..ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ରେ ବେଆଇନ  ଦେଶୀ ଓ ବିଦେଶୀ ମଦ କାରବାର ଜୋରଦାର ଚାଲିଥିବା ଅଭିଯୋଗ କରି ବିଧାୟକ ପବିତ୍ର ସାଉଁତା ମଦ ଦୋକାନ ଗୁଡିକ କୁ ବନ୍ଦ କରିବା ସହ ଗତକାଲି ମହିଳା ମାନଙ୍କୁ ନେଇଁ ଶୋଭାଯାତ୍ରା କରିବା ପରେ ଅବକାରୀ ବିଭାଗ ତପ୍ତ ରତା ଦେଖାଇଛି।  ଲକ୍ଷ୍ମୀପୁର ବ୍ଲକ  ର କୁସୁମଗୁଡା ଓ ପଞ୍ଚଡା ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗାଁ ରେ ଅବକାରୀ ବିଭାଗ  ଚଢ଼ାଉ ଆରମ୍ଭ କରାଯାଇ ବିଦେଶୀ ମଦ ସହ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। କୁସୁମଗୁଡା ଗ୍ରାମ ପଞ୍ଚାୟତ ର ତଳ ଚମ୍ପି ଗାଁ ର ଯଝ କୁଲଦୀପିଆ ଙ୍କ ଠାରୁ  ୬ ଲିଟର ବିଅର ଜବତ କରାଯାଇଥିବା ବେଳେ ପଞ୍ଚଡା ଗ୍ରାମ ପଞ୍ଚାୟତ ର କୁନ୍ଦାର ଗାଁ ର ଅରୁଣ ଖୋସଲା ଙ୍କ ଠାରୁ ୬ଲିଟର ୫୦୦ ଗ୍ରାମ ବିଅର ଓ ୨ ଲିଟର ସାତ ସହ ଗ୍ରାମ ଆଇଏମଏଫ ଏଲ ମଦ ଓ ମଙ୍ଗଲ ଦାନ ଖୋସଲା ଙ୍କ ଠାରୁ ୭. ୮ ଲିଟର ମଦ ଜବତ କରାଯାଇଥିଲା। ବିକ୍ରୟ ସକାଶେ ନେଇଁକି ଯାଉଥିବା ବେଳେ ଲକ୍ଷ୍ମୀପୁର ଅବକାରୀ ବିଭାଗ ଓ କୋରାପୁଟ ଡ଼ିଏଫଏସ ର ସ୍ୱତନ୍ତ୍ର ଟିମ ର ଚଢାଉ ରେ ଧରା ପଡ଼ିଥିବା ଜଣାପଡିଛି। ଏହି ଚଢ଼ାଉ ରେ ଏସ ଆଇ କୁଶ ଜାଲ, ଇନିସ ପେକ୍ଟର ଚନ୍ଦ୍ର ଶେଖର ପାଢ଼ୀ, ରାଜୁ କୁମାର କ୍ଷିତି, କମଳା କୁମାରୀ ମହାଙ୍କୁଡ ଙ୍କ ସହ ଅବକାରୀ କର୍ମଚାରୀ ସହଯୋଗ କରିଥିଲେ।ହେଲେ ଏହି ଚଢ଼ାଉ ପରେ ଚୋରା ଓ ବେଆଇନ ମଦ ବ୍ୟବସାୟୀ କଣ ସତରେ  ମଦ ବ୍ୟବସାୟ ରୁ ନିବୃତ ରହିବେକି ତାହାକୁ ନେଇଁ ଅନେକ ପ୍ରଶ୍ନ ଉଠୁଛି।