Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖାକିରେ ଲାଗିଲା ପୁଣି କଳଙ୍କ

ସମ୍ବଲପୁର:ଖାକିରେ ଲାଗିଲା ପୁଣି କଳଙ୍କ।ସମ୍ବଲପୁର ବରେଇପାଲି ଥାନା ଅଞ୍ଚଳର ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରି ଗିରଫ ହୋଇଛନ୍ତି ଜଣେ ଓଏପିଏଫ୍‌ କନଷ୍ଟେବଲ। ସେ ହେଉଛନ୍ତି ବରେଇପାଲି ଥାନା କନଷ୍ଟେବଲ ବି. ମୁଣ୍ଡା (୩୮)। ଏହାକୁ ନେଇ ବରେଇପାଲି ଥାନାରେଭାରତୀୟ ନ୍ୟାୟ ସଂହିତାର ଦଫା ୧୨୬(୨) ଓ ୭୫(୨)ରେ ଏକ ମାମଲା(ନଂ. ୯୬/୨୫) ରୁଜୁ କରି ପୋଲିସ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଥିଲା। ସମ୍ବଲପୁର ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ସମ୍ବଲପୁର ମଣ୍ଡଳ ଜେଲ୍‌କୁ ପଠାଇ ଦିଆଯାଇଛି।
ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ କନଷ୍ଟେବଲ ମୁଣ୍ଡା ପୀଡ଼ିତାଙ୍କ ଘରେ ଭଡ଼ାରେ ରହୁଥିଲେ। ରବିବାର ରାତିରେ ପରିବାର ଲୋକ ଶୀତଳଷଷ୍ଠୀ ଶୋଭାଯାତ୍ରା ଦେଖିବାକୁ ଯାଇଥିଲେ। ଏକାକୀ ପାଇ ନାବାଳିକାଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇ ଅଭିଯୁକ୍ତ ମୁଣ୍ଡା ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ପୀଡ଼ିତା କୌଶଳକ୍ରମେ ଅଭିଯୁକ୍ତଙ୍କ କବଳରୁ ଖସି ଆସି ପଡ଼ାବାସୀଙ୍କୁ ଜଣାଇ ଥିଲେ। ଏହା ଶୁଣିବା ପରେ ପଡ଼ାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାର ଲୋକ ପଡ଼ାବାସୀଙ୍କ ସହ ଆସି ସୋମବାର ସକାଳେ ବରେଇପାଲି ଥାନାରେ ଏତଲା ଦେଇଥିଲେ। ପରିବାର ଲୋକଙ୍କ ଏତଲା ଆଧାରରେ ପୋଲିସ ମଙ୍ଗଳବାର ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ