Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖାକିରେ କଳଙ୍କ ହେଲା ପରିଷ୍କାର,ଗିରଫ କନଷ୍ଟେବଲ ହେଲେ ବହିଷ୍କାର

ସମ୍ବଲପୁର:ଖାକିର କଳଙ୍କ ଧୋଇଦେଲେ ସମ୍ବଲପୁର ପୋଲିସ।ସମ୍ବଲପୁର ବରେଇପାଲି ଥାନା ଅଞ୍ଚଳର ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରି ଗିରଫ ହୋଇଥିବା ବରେଇପାଲି ଥାନା କନଷ୍ଟେବଲ ବିରଞ୍ଚି ମୁଣ୍ଡା (୩୮)ଙ୍କୁ ଜିଲ୍ଲା ପୋଲିସ ପ୍ରଶାସନ ଚାକିରୀରୁ ବହିଷ୍କାର କରି ଖାକିରେ କୌଣସି ଦାଗ ନଲଗାଇବାକୁ ବଡ଼ ପଦକ୍ଷେପ ନେଇଛନ୍ତି। ବିରଞ୍ଚି ର ଏହା ଅଭ୍ୟାସ ଗତ ଥିଲା ପୂର୍ବରୁ ମଧ୍ୟ୍ୟ ପୋଲିସ ପ୍ରଶାସନ ତାକୁ ବହୁତ ଥର ତାଗିଦ କରି ଏଭଳି କାମରୁ ଦୁରେଇ ରହିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ବିରଞ୍ଚି ଏହାକୁ ମାନୁ ନଥିଲା। ଶେଷରେ ଜିଲ୍ଲା ପୋଲିସ ବଦନାମ ହେବା ଆଗରୁ ବିରଞ୍ଚି ମୁଣ୍ଡା କୁ ଚାକିରୀ ରୁ ବହିଷ୍କାର କରାଯାଇଥିବା ସମ୍ବଲପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ ଆଜି ତରବରିଆ ଭାବେ ସାମ୍ବାଦିକ ସମ୍ମିଳନୀ ଡକାଇ ଏଭଳି ସୂଚନା ଦେଇଥିବା ନଜରକୁ ଆସିଛି।
ସୂଚନା ଯୋଗ୍ୟଯେ,ବରେଇପାଲି ଥାନାରେ ଭାରତୀୟ ନ୍ୟାୟ ସଂହିତାର ଦଫା ୧୨୬(୨) ଓ ୭୫(୨)ରେ ଏକ ମାମଲା(ନଂ. ୯୬/୨୫) ରୁଜୁ କରି ପୋଲିସ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଥିଲା। ସମ୍ବଲପୁର ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ସମ୍ବଲପୁର ମଣ୍ଡଳ ଜେଲ୍‌କୁ ପଠାଇ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ