Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରାଣୀ ସମ୍ପଦ ବିଭାଗର ସମୀକ୍ଷା ବୈଠକ ଓ ନୂତନ ୪ ଅଧିକାରୀଙ୍କୁ ସ୍ବାଗତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ପ୍ରାଣୀ ସମ୍ପଦ ବିଭାଗ ର ମାସିକ କାର୍ଯ୍ୟ ସମୀକ୍ଷା ବୈଠକ ଓ ନୂତନ ଭାବେ କାର୍ଯ୍ୟରେ ଯୋଗଦେଇଥିବା ଜିଲ୍ଲା ସ୍ତରୀୟ ଚାରି ଜଣ ଅଧିକାରୀ ଙ୍କ ସ୍ବାଗତ ସଭା ଡ. ଦୁର୍ଗା ପ୍ରସାଦ ତ୍ରୀପାଠୀ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ସୋନପୁରଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ମୂଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଭାବରେ ଡ଼.ରଞ୍ଜନ କୁମାର ଦାସ, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଭାବରେ ଡ. ମୃତ୍ୟୁଞ୍ଜୟ ମହାନ୍ତି ଓ ଡ.ଶଙ୍କର୍ଷଣ ମାହୁନ୍ତ ଏବଂ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ବୀରମହାରାଜପୁର ଭାବରେ ଡ.କୃଷ୍ଣଚନ୍ଦ୍ର ମହନ୍ତ ଯୋଗ ଦେଇଥିବା ଜଣାପଡ଼ିଛି। ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ସୁବର୍ଣ୍ଣପୁର ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗକୁ ଲୋକାଭିମୁଖୀ କରି ରାଜ୍ୟରେ ଏକ ନମ୍ବର କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ଗତ ୩୧ ମେ ୨୦୨୫ ରେ ଚାକିରୀ ରୁ ଅବସର ନେଇଥିବା ସେକ୍ସନ ଅଫିସର ଶ୍ରୀଯୁକ୍ତ ରଣଜିତ କୁମାର ବେଉରିଆ ଙ୍କ ଅବସର କାଳୀନ ବିଦାୟ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା। ବେଉରା ବାବୁଙ୍କ ପାଞ୍ଚ ବର୍ଷ ସୁବର୍ଣ୍ଣପୁର ଜିଲ୍ଲାର ଚାକିରୀ କାଳରେ ତାଙ୍କ ଉଚ୍ଚ କୋଟିର କାର୍ଯ୍ୟ ଶୈଳୀ ସମସ୍ତଙ୍କୁ ଉତ୍ସାହିତ କରିବ ବୋଲି ବକ୍ତା ମାନେ ପ୍ରକାଶ କରିଥିଲେ। ଉକ୍ତ ସଭାରେ ଡ.ପ୍ରିୟବ୍ରତ ବେହେରା, ଡ.ଶ୍ୟାମ ସୁନ୍ଦର ପାଣ୍ଡେ, ମନୋରଞ୍ଜନ ହୋତା, ଦେବେନ୍ଦ୍ର ସାହୁ ଓ ଚିନ୍ମୟ ଭୁକ୍ତା ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ