Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପରିବେଶ ପ୍ରଦୂଷଣ ରୋକିବା,ମୋବାଇଲର ସଦ ବ୍ୟବହାର କରିବା ଆମର ଦାୟିତ୍ୱ

ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ଯୁବପ୍ରସ୍ତୁତି ପ୍ରଶିକ୍ଷଣ
ସମ୍ବଲପୁର: ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ର ନିଜସ୍ୱ ପ୍ରେକ୍ଷାଳୟ ରେ ୨୦୨୫ ବର୍ଷ ପାଇଁ ରାଷ୍ଟ୍ର ନିର୍ମାର୍ଣ ରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ର ସପ୍ତମ ସପ୍ତାହ ର ଶିକ୍ଷାଦାନ ସମାପନ ହୋଇଯାଇଛି।ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ।ଔପଚାରିକ ଭାବେ ଆଜିର ପ୍ରଥମ ଅଧିବେଶନ ନୈତିକ ଶିକ୍ଷା ଆଧାରରେ ପ୍ରଶିକ୍ଷଣ ର ପ୍ରସଙ୍ଗ ” ପରିବେଶ ପ୍ରଦୂଷଣ ଓ ନିୟନ୍ତ୍ରଣ”ଉପରେ ପ୍ରଶିକ୍ଷଣ ଆରଂମ୍ଭ କରି ରାଜ୍ୟ ପ୍ର୍ରଦୂଷଣ ଓ ନିୟନ୍ତ୍ରଣ ବୋର୍ଡ଼ ର ସମ୍ବଲପୁର ଆଞ୍ଚଳିକ ଅଧିକାରୀ ଡ଼. ସତ୍ୟନାରାୟଣ ନନ୍ଦ ପ୍ରଦୂଷଣ ର ବିଭନ୍ନ ଦିଗ ଉପରେ ଆଲୋଚନା କରି ଜଳ,ବାୟୁ ଓ ମାଟି ପ୍ରଦୂଷଣ ର କାରଣ,ଭୟାବହତା ଓ ନିୟନ୍ତ୍ରଣ ଦିଗ ଉପରେ ବିଭିନ୍ନ ଉଦାହରଣ ସହ ବୁଝେଇ ଏ ଦିଗରେ ସଚେତନତା ସୃଷ୍ଟି ପାଇଁ ଆହ୍ୱାନ ଦେଇଥିଲେ।
ଦ୍ଵିତୀୟ ଅଧିବେଶନ ବିଜ୍ଞାନ ପ୍ରସଙ୍ଗ ଉପରେ ଆଲୋଚନା ଆରମ୍ଭ କରି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ର କମ୍ପୁଟର ବିଭାଗ ର ସହକାରୀ ଅଧ୍ୟପିକା ଡ଼. ସାଗରିକା ମିଶ୍ର ମୋବାଇଲ ର କାରିଗରୀ କୌଶଳ ଏହାର ଉପକରିତା ଓ ଅପକାରିତା ର ବିଭିନ୍ନ ଦିଗ ଉପରେ ଆଲୋଚନା ଯଥାସମ୍ଭବ ମୋବାଇଲ ରେ କଥାବାର୍ତ୍ତା, ଖବର ଆଦାନ ପ୍ରଦାନ,ସୋସିଆଲ ମିଡିଆ ଓ ସାଇବର କ୍ରାଇମ ରୁ ଆସୁଥିବା ନକଲି ପ୍ରସାର ପ୍ରତି ସାବଧାନ ହେବାକୁ ପିଲାଙ୍କୁ ବୁଝେଇ ଏସବୁ ଠାରୁ ଦୂରେଇ ରହି ଏହାର ସଦବ୍ୟବହାର ପାଇଁ ସଚେତନ କରିଥିଲେ। ପ୍ରାରମ୍ଭ ରୁ କାର୍ୟ୍ୟକ୍ରମ ର ସଂଯୋଜକ ଶ୍ରୀ ରାଜେନ୍ଦ୍ର ପଣ୍ଡା ପିଲାଙ୍କୁ ମୌଳିକ ଇଂରାଜୀ ଶିକ୍ଷା ପ୍ରଦାନ କରିବା ସହ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।ଏହି ଅବସରରେ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ ଙ୍କ ଦ୍ଵାରା ପ୍ରଦତ୍ତ ସ୍କୁଲ ବେଗ ଓ ଲଇବ୍ରେରୀ ତରଫରୁ ଚିହ୍ନଟ କାର୍ଡ ପ୍ରତ୍ୟେକ ପ୍ରଶିକ୍ଷାର୍ଥୀ ଙ୍କୁ ପ୍ରଦାନ କରାଯାଇଥିଲା।ପ୍ରଶିକ୍ଷର୍ଥୀ ମାନଙ୍କ ମଧ୍ୟରୁ ଅବିନାଶ,ସିଦ୍ଧାନ୍ତ,ରୁଦ୍ରଅଂଶୁ, ପୂଜାରିଣୀ, ଗୌରବ ଓ ଆଦିତ୍ୟ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।ସମ୍ପାଦକ ଶ୍ରୀ ରଘୁନାଥ ମିଶ୍ର,ପ୍ରୋ ସେବକ ତ୍ରିପାଠୀ, ଅର୍ଜୁନ ପଣ୍ଡା,ଇ.ସୁଶାନ୍ତ କୁମାର ଗୁରୁ ,ଡ଼. ଜୟଦେବ ମେହେର ଓ ପୃଥ୍ୱୀରାଜ ମିଶ୍ୱ ପ୍ରମୁଖ ଉପସ୍ଥିତ ଥିବାବେଳେ ଶ୍ରୀ ବିଜୟ କୁମାର ସାହୁ ବୈଷୟିକ ସହାୟତା ପ୍ରଦାନ କରିଥିଲେ।ଆଜିର କାର୍ଯ୍ୟକ୍ରମ ରେ ୧୮ ଟି ବିଦ୍ୟାଳୟ ରୁ ୪୭ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ