Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ବ୍ଲକରେ ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା

ସମ୍ବଲପୁର: ଓଡ଼ିଆ ସରକାରଙ୍କ ମିଶନ ଶକ୍ତି ବିଭାଗ, ମିଶନ ଶକ୍ତି କୁ ସୁଦୃଢ କରିବା ପାଇଁ ବ୍ଲକ ସ୍ତରୀୟ “ସୁଭଦ୍ରା ଶକ୍ତି” ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା ଚାଲୁ ରଖିଥ‌ିବା ବେଳେ ସୋମବାର ରେଙ୍ଗାଲି ବ୍ଲକ ସ୍ବୟଂ ସହାୟକ ଗୋଷ୍ଠୀର କାର୍ଯ୍ୟାଳୟ ପରିସରେ ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିତମ କୁମାର ତନ୍ତ୍ରୀଙ୍କ ସଭାପତିତ୍ଵ ରେ କାର୍ଯ୍ୟକ୍ରମଶୁଭାରମ୍ଭ ହୋଇଥିବା ବେଳେ ମୁଖ୍ୟଅତିଥିଭାବେ ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ ଯୋଗ ଦେଇଥିଲେ। ପ୍ରତିଯୋଗିତାରେ ବ୍ଲକ ର ୧୧ଗୋଟି ସ୍ଵୟଂ ସହାୟକ ଗୋଷ୍ଠି ଭାଗ ନେଇପାରମ୍ପାରିକ ଖାଦ୍ୟ ଆରିସା, ମାଣ୍ଡିଆ ସୁପ, ମାଣ୍ଡିଆରେ ପ୍ରସ୍ତୁତି ବିଭିନ୍ନ ସ୍ଵାଦିଷ୍ଟ ପିଠା,ମଣ୍ଡା, ମିଠା,ଲଡୁ, ଚାଉଲବରା ଆଦି ପ୍ରସ୍ତୁତି କରିଥିଲେ।ଏହି ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତାରେ
ମହାଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠି ନିସାନଭଙ୍ଗା ପ୍ରଥମ ଓ ମାଁଜନନୀ ଉତ୍ପାଦକ ଗୋଷ୍ଠୀ କତରବଗା ଦ୍ଵିତୀୟ ସ୍ଥାନ ଅଧିକାର କରି ପ୍ରସଂଶା ପତ୍ର ଓ ଅର୍ଥରାଶି ସହ ପୁରସ୍କୃତ ହୋଇଥିଲେ। ବିଚାରକ ଭାବରେ ନୂଆଁ ରମ୍ପେଲା ହାଇସ୍କୁଲର ଶିକ୍ଷୟତ୍ରୀ ଝରଣାରାଣୀ ବେହେରା,ଜୟନ୍ତି ପ୍ରଧାନ, ଡବ୍ଲ୍ଯୁଇଓ ଚନ୍ଦ୍ରଶେଖର ମିଶ୍ର ଓ ସିଡିପିଓ ଜାମିନୀ ଅଢା ଥିବା ବେଲେ ଜପାମାଳି ଭୋସାଗର, ରିନା ପଟେଲ,ଅନିତା ବାଗ,ଅରବିନ୍ଦ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ