ଘଣ୍ଟି ବେଲେଶ୍ୱର ଙ୍କ ତୃତୀୟ ବାର୍ଷିକ ଜନ୍ମ ଉତ୍ସବ


ଅସ୍ତରଙ୍ଗ, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ଛୁରିଆନା ଗ୍ରାମ ପଞ୍ଚଯାତ ର ଶ୍ରୀବନ୍ତପୁର ଗ୍ରାମରେ ପୂଜା ପାଉଥିବା ମହାଦେବ, ଘଣ୍ଟି ବେଲେଶ୍ୱର ଙ୍କ ତୃତୀୟ ବାର୍ଷିକ ଜନ୍ମ ଉତ୍ସବ ତିନିଦିନ ବ୍ୟାପି ମହା ସମାରୋହରେ ପାଳିତ ହୋଇ ଯାଇ ଅଛି. ତିନିଦିନ ଧରି ହୋଇ ଥିବା ଏହି କାର୍ଯ୍ୟକ୍ରମ ର ପ୍ରଥମ ଦିବସରେ, ଅଙ୍କୁରାପଣ ଓ ଅଧିବାସ ରହିଥିବା ବେଳେ ଦ୍ୱିତୀୟ ଦିନ ନିକଟ ବଙ୍ଗୋପ ସାଗର ରୁ କଳଶ ଯାତ୍ରା, ଅଗ୍ନି ସ୍ଥାପନ ସହ ସନ୍ଧ୍ୟାରେ ପାଲା, ତୃତୀୟ ଦିନରେ, ସୂର୍ଯ୍ୟ ପୂଜା ଅଷ୍ଟ ପ୍ରହରୀ ନାମ ଯଜ୍ଞ ଓ ପ୍ରସାଦ ଶେବନ ରହିଅଛି ବୋଲି କାର୍ଯ୍ୟକ୍ରମ ର ପରି ଚାଳକ ବିଚିତ୍ରା ନନ୍ଦ ବିଶ୍ୱାଳ ପ୍ରକାଶ କରିଛନ୍ତି. ତିନିଦିନ ଧରି ହୋଇଥିବା ଏହି ମହତ କାର୍ଯ୍ୟକ୍ରମ ରେ ଆଖ ପାଖ ଅଞ୍ଚଳ ର ମହିଳା ପୁରୁଷ ସହ, ଆବାଳ ବୃଦ୍ଧ ବନିତା ସାମିଲ ହୋଇ ହୋଇ ଥିବା ବେଳେ, ଵିଦ୍ଵାନ ପଣ୍ଡିତ ମାନଙ୍କ ଦ୍ଵାରା ଉକ୍ତ କାର୍ଯ୍ୟକ୍ରମ ସମାପନ କରା ଯାଇଥିଲା.