ଅହମ୍ମଦାବାଦ ବଡ଼ ଧରଣର ବିମାନ ଦୁର୍ଘଟଣା, ଲଣ୍ଡନ ଯାଉଥିଲା ବିମାନ, ବିମନରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ମଧ୍ୟ ଥିଲେ. ଅହମ୍ମଦାବାଦ ବିମାନବନ୍ଦର ନିକଟରେ ବିମାନ ଦୁର୍ଘଟଣା । ମେଘାନୀ ନଗର ନିକଟରେ ଏୟାର ଇଣ୍ଡିଆ ବିମାନ କ୍ରାସ ହୋଇଛି । ବିମାନ ଦୁର୍ଘଟଣା ପରେ ଆକାଶରେ ଘୋଟିଗଲା କଳାଧୂଆଁ । ଘଟଣାସ୍ଥଳରେ ପହଞ୍ଚିଲା ୩ଟି ଅଗ୍ନିଶମ ବାହିନୀ ଗାଡ଼ି । ବିମାନରେ ଥିଲେ ୨୪୨ ଜଣ ଯାତ୍ରୀଥିବା ସୂଚନା ମିଳିଛି । ମେଘାନୀ ନଗରର ଏକ ଆବାସିକ ଅଞ୍ଚଳରେ ଦୁର୍ଘଟଣା । ସ୍ଥାନୀୟ ଅଞ୍ଚଳରେ ସମସ୍ତ ସଡ଼କ ପଥ ସିଲ୍ କରାଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା ଏହି ବିମାନ । ତେବେ ଏହି ବିମାନରେ ୩୦୦ରୁ ଅଧିକ ଯାତ୍ରୀ ବସିବାର କ୍ଷମତା ରହିଛି ।
ଅହମ୍ମଦାବାଦ ବଡ଼ ଧରଣର ବିମାନ ଦୁର୍ଘଟଣା, ଲଣ୍ଡନ ଯାଉଥିଲା ବିମାନ, ବିମନରେ ଥିଲେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି
