Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରୀ ସଂସ୍କୃତିର ପ୍ରଚାରରେ ଗୁରୁ ଭଗବାନଙ୍କ ଭୁମିକା ଅନନ୍ୟ

ସମ୍ବଲପୁର:ସାମାଜିକ ସଙ୍ଗଠନ ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ରବିବାର ସମ୍ବଲପୁରୀ ଭାଷା, ସଂସ୍କୃତି ଏବଂ ନାଟକର ପ୍ରଚାରକ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ଜନ୍ମଦିନ ପାଳନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଜେଲଛକ ନିକଟସ୍ଥ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ଠାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ନେତ୍ରାନନ୍ଦ ପ୍ରଧାନ ମୁଖ୍ୟ ଅତିଥି ଭାବରେ ସାମିଲ ହୋଇଥିଲେ । ସେ କହିଥିଲେ ନୁଆଁଖାଇକୁ ଗୋଟିଏ ଦିନ ରେ ପାଳନ କରିବା ଦିଗରେ ଭଗବାନ ସାହୁଙ୍କର ଅବଦାନ ଅତୁଳନୀୟ। ବୀର ସୁରେନ୍ଦ୍ର ସାଏଙ୍କ ସଂଘର୍ଷ ବିଷୟରେ ଗବେଷଣା କରି ତାଙ୍କର ସଂଘର୍ଷ କୁ ଲୋକ ଲୋଚନକୁ ଆଣିବା ଦିଗରେ ତାଙ୍କର ପ୍ରମୁଖ ଭୁମିକା ରହିଥିବା କହିଥିଲେ। ସମ୍ବଲପୁରୀ ନାଟକ ଏବଂ ଶବ୍ଦ ନୃତ୍ୟ ର ପ୍ରଚାର ପ୍ରସାର ଦିଗରେ ସେ ସାରା ଜୀନ ଚେଷ୍ଟା କରିଥିଲେ ବୋଲି ଶ୍ରୀ ପ୍ରଧାନ କହିଥିଲେ । ଏହି ଅବସରରେ ଯୋଗୁଗୁରୁ ଟିକେଲାଲ ଭୋଇ କହିଥିଲେ ଗୁରୁ ଭଗବାନ ସାହୁଙ୍କ ପ୍ରଚେଷ୍ଟା ଯୋଗୁଁ ପଶ୍ଚିମ ଓଡିଶା ସହ ଛତିଶଗଡ଼ରେ ମଧ୍ୟ ଗୋଟିଏ ଦିନ ରେ ନୁଆଁଖାଇ ସମ୍ଭବ ହୋଇପାରିଛି । ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଗୁରୁ ଭଗବାନ ସାହୁଙ୍କୁ ଫଟୋ ଚିତ୍ର ସହ ତାଙ୍କର ଅବଦାନ ସମ୍ପର୍କରେ ଅବଗତ କରିବା ପାଇଁ ବ୍ୟବସ୍ଥା କରାଯିବା ନେଇ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ଏହି ଅବସରରେ ସୁଚନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଆବାହକ ଭବାନୀଶ ଭୋଇ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଯୋଗ ପରିବାରର ସୁଧୀର ମିଶ୍ର, ବିଚିତ୍ରାନନ୍ଦ ଆଚାର୍ଯ୍ୟ, ଗୋପାଲ ପାଢ଼ୀ, କ୍ଷିତିଶ ବିଶ୍ୱାଲ,ମନୋଜ ପଣ୍ଡା, ଶଶିକାନ୍ତ ଜେନା, ଉପିପ୍ତ ତ୍ରିପାଠୀ, ରାକ୍ଷୀ ମିଶ୍ର, ବିରଞ୍ଚି ନାରାୟଣ ନାୟକ, ରାଜେନ୍ଦ୍ର ବାଗ, ପଶ୍ଚିମାଞ୍ଚଳ ଏକତା ମଞ୍ଚର ପଙ୍କଜିନୀ ମେହେର, ସୁଷମା ପ୍ରଧାନ,ଅନୁପମା ବିଶ୍ୱାଳ, କିଶୋର ଧରେଇ, ଅମିତାଭ ମାଝୀ, ରାଜେଶ ସ୍ବାଇଁ, ଭୁମୀସୁତା ମେହେର, ସୁରେନ୍ଦ୍ର ବଗର୍ତ୍ତୀ,ସମ୍ବଲପୁର ଜିଲ୍ଲା କିକ ବକ୍ସିଂ ଆସୋସିଏସନର ସମ୍ପାଦକ ତଥା କୋଚ ସୁବ୍ରତ ପ୍ରଧାନ ଏବଂ ଭାରତୀ ସମାଜର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ