Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ପ୍ରଥମ ଥର ସକାଶେ ରଜସୁନ୍ଦରୀ କାର୍ଯ୍ୟକ୍ରମ।ଅର୍ଚନା ଓ କାଜଲ ହେଲେ ରଜସୁନ୍ଦରୀ।

ଲକ୍ଷ୍ମୀପୁର ୧୬/୦୬ …ଲକ୍ଷ୍ମୀପୁର ବ୍ଲକ ର ବାସନ୍ତୀ କଲ୍ୟାଣ ମଣ୍ଡପ ଠାରେ ପ୍ରଥମ ଥର ସକାଶେ ରଜସୁନ୍ଦରୀ ପ୍ରତିଯୋଗିତା  ଅନୁଷ୍ଠିତ ହୋଇଯାଇଛି।ସମାଜସେବୀ ସଂଗୀତା ମିଶ୍ର ଙ୍କ ଉଦ୍ୟମ ରେ ଅନୁଷ୍ଠିତ ହୋଇଥିବା ରଜସୁନ୍ଦରୀ ପ୍ରତିଯୋଗିତା ରେ ବ୍ଲକର ବିଭିନ୍ନ ଅଞ୍ଚଳ ରୁ  ବରିଷ୍ଠ ଓ କନିଷ୍ଠ ବିଭାଗ ର ୪୭ ଜଣ ଝିଅ ପ୍ରଥମେ ଅଡିସନ ରେ ଅଂଶ ଗ୍ରହଣ କରିଥିଵା ବେଳେ ରବିବାର ସନ୍ଧ୍ୟା ରେ ଅନୁଷ୍ଠିତ ଫାଇନାଲ ରେ ୩୦ ଜଣ ରଜ ସୁନ୍ଦରୀ ପ୍ରତିଯୋଗୀତା  ରେ ନୃତ୍ୟ ପରିବେଷଣ କରିଥିଲେ।  କାର୍ଯ୍ୟକ୍ରମ କୁ ସ୍ଥାନୀୟବିଧାୟକ ପବିତ୍ର ସାଉଁତା ଙ୍କ ସମେତ ପୂର୍ବତନ ସାଂସଦ ଝିନ ହିକକା, ପୂର୍ବତନ ବିଧାୟକ କୈଳାଶ କୁଲେସିକା, ବ୍ଲକ ଅଧ୍ୟକ୍ଷା ସୁ୍ୱାଇ କୁଲେସିକା, ପୂର୍ବତନ ଶିକ୍ଷାନୁ ପରିଦର୍ଶକ ମହାଦେବ ଶତପଥୀ ପ୍ରମୁଖ ପୂଜାର୍ଚନା କରିବା ପରେ ରିବନ କାଟି  କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।ପ୍ରଥମ ଥର ସକାଶେ ଏହି ରଜ ସୁନ୍ଦରୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିବା ବେଳେ ବରିଷ୍ଠ ବିଭାଗ ରେ ଅର୍ଚନା ମହାନ୍ତି  ଓ କନିଷ୍ଠ ବିଭାଗରେ ଭି. କାଜଲ  ପ୍ରଥମ ସ୍ଥାନ ଅଧିକାର କରି ରଜସୁନ୍ଦରୀ ହୋଇଥିଲେ।ରଜ ସୁନ୍ଦରୀ ମାନଙ୍କ ସମେତ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଝିଅ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ବିଚାରକ ଭାବେ କୋରାପୁଟ ମହିଳା ମହାବିଦ୍ୟାଳୟ ର ଅଧ୍ୟାପିକା ପ୍ରୀତିଧାରା ସାମଲ, କୋରାପୁଟ ଉଚ୍ଚାବିଦ୍ୟାଳୟ ର ବିଜ୍ଞାନ ଶିକ୍ଷୟତ୍ରୀ ରଶ୍ମିତା ବେହେରା,ଅଲ ଓଡିଶା ବ୍ୟୁଟି ଆସସିଏସନ  ସଭାପତି  ସୁପ୍ରିୟା ମିଶ୍ର ଓ ମମତା ଏଞ୍ଜେଲସ ର ପରିଚାଳିକା ମଞ୍ଜୁଳା ରାଉତ ପ୍ରମୁଖ ଯୋଗ ଦେଇ ଥିଲେ।କୋରାପୁଟ କୁ ସାମ୍ବାଦିକ ପରମେଶ୍ୱର ସାହୁ, ଶିକ୍ଷକ ରମେଶ ଚନ୍ଦ୍ର ଦୋରା, ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପାଣିଗ୍ରାହୀ, ଗୁରୁମା ଆରତୀ ପ୍ରିୟଦର୍ଶିନୀ, ଅନୁପମା ଗରଡ଼ା, ସୌଭାଗ୍ୟ ରାଣୀ ନାୟକ ସଂଯୋଜନା କରିଥିବା ବେଳେ  ଗୁରୁଜୀ ଗୋପୀନାଥ ମହାପାତ୍ର, ଉମାଶଙ୍କର କର୍କରା, ମନୋଜ କୁମାର ସାହୁ, ପ୍ରଦୀପ ବେହେରା ପ୍ରମୁଖ ସମସ୍ତ କ୍ଷେତ୍ର ରେ ସହଯୋଗ କରିଥିଲେ।ପ୍ରଥମ ଥର ସକାଶେ ଲକ୍ଷ୍ମୀପୁର ରେ ଏଭଳି ରଜ ସୁନ୍ଦରୀ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଅତିଥି ମାନେ ଏହାକୁ ପ୍ରଶଂସା କରିଥିଲେ..

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ