Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଟିଆ ଅଚାନକ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମ ତଦାରଖ କଲେ ଜିଲ୍ଲାପାଳ

ପଟ୍ଟାଙ୍ଗି୧୮/୦୬କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ କୁ ମଙ୍ଗଳବାର ଜିଲ୍ଲାପାଳ ଭି କିର୍ତ୍ତୀ ୱାସନ ଅଚାନକ ଗସ୍ତ କରି ପଞ୍ଚାୟତ ରେ ଚାଲିଥିବା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ତଦାରଖ କରି ରହି ଯାଇଥିବା ଅବଶିଷ୍ଟ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ପାଇଁ ଉପସ୍ଥିତ ବ୍ଲକ୍ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ମୁତାବକ ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତ ପାଇଁ ସ୍ୱତନ୍ତ୍ର ପ୍ରକଳ୍ପ ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଥିବାବେଳେ ଏହା ପୁର୍ବରୁ ଜିଲ୍ଲାପାଳ ୱାସନ୍ ବ୍ଲକ୍ ସଦର ମହକୁମାରେ ପହଞ୍ଚି ବ୍ରିଟିଶ୍ ରାସ୍ତା ହୋଇ ପ୍ରଥମେ ଉକ୍ତ ପଞ୍ଚାୟତ ର ତାଡିବାଲସା ଗ୍ରାମରେ ପହଞ୍ଚି ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଉକ୍ତ ବିଦ୍ୟାଳୟ ରେ ରହିଥିବା ସୁବିଧା ଏବଂ ଅସୁବିଧା ସମ୍ପର୍କରେ ସେଠାକାର ଗ୍ରାମ ବାସି ଙ୍କ ସହ ଆଲୋଚନା କରି ଅବଗତ ହେବା ପରେ ଉକ୍ତ ସ୍ଥାନରୁ ବାହାରି ନେରିବାଲସା ଗ୍ରାମ ହୋଇ ଉପରସେମ୍ବି ଗ୍ରାମରେ ପହଞ୍ଚି ଗ୍ରାମ ରେ ରହିଥିବା ଓଡ଼ିଶାର ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ଉକ୍ତ କେନ୍ଦ୍ର ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରି ସମ୍ପୃକ୍ତ ବିଭାଗର ଅଧିକାରୀ ଙ୍କ ସହ କାର୍ଯ୍ୟକ୍ରମ ସମ୍ପର୍କରେ ପଚାରି ବୁଝି ପଞ୍ଚାୟତ ସଦର ମହକୁମାରେ ପହଞ୍ଚି ଉପସ୍ଥିତ କିଛି ମହିଳା ମାନଙ୍କ ସହ ଆଲୋଚନା କରି ସରକାରଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ପଚାରି ବୁଝିବା ସହ ସୁଭଦ୍ରା ଟଙ୍କା ପାଇବାରେ କୈଣସି ଅସୁବିଧା ସମୁଖିନ ହୋଇଥିଲ କି ପଚାରି ମାଁ ଗୃହ ପରିଦର୍ଶନ କରିଥିଲେ । ଏହି ସମୟରେ ପଞ୍ଚାୟତ ସଦର ମହକୁମାରେ ରହିଥିବା ପୁରାତନ ଜଗନ୍ନାଥ ମନ୍ଦିର ର କିପରି ପାରିପାର୍ଶ୍ବିକ ଉନ୍ନତି ହୋଇ ପାରିବ ସେନେଇ ପଞ୍ଚାୟତ ର ଯନ୍ତ୍ରୀ ଅଜୟ ରାମ ତରାଇ ଙ୍କୁ ପ୍ରକଳ୍ପ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ । ପରେ ଜିଲ୍ଲାପାଳ ୱାସନ୍ ଉକ୍ତ ସ୍ଥାନରୁ ବାହାରି ପଞ୍ଚାୟତ ର ଅନ୍ୟତମ ଗ୍ରାମ ମାଡକାର୍ , ଢୋଲିଆମ୍ବ ପ୍ରମୁଖ ଗ୍ରାମରେ ପହଞ୍ଚି ସେଠାରେ ମହିଳା ମାନଙ୍କ ସହ ଆଲୋଚନା କରିବା ସମୟରେ ଦେଖା ଦେଇଥିବା ପାଣି ସମସ୍ୟା ସମ୍ପର୍କରେ ଅବଗତ ହୋଇ ଅସୁବିଧା ରହିଥିବା ପାନୀୟ ଜଳ ର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇ ମହିଳା ମାନଙ୍କୁ ସରକାରଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇ ବୁଝାଇଥିଲେ । ଏହା ପରେ ଜିଲ୍ଲାପାଳ ୱାସନ୍ ଉକ୍ତ ସ୍ଥାନରୁ ବାହାରି ଦେଓମାଳି ପର୍ଯ୍ୟଟନ ସ୍ଥଳୀ ରେ ପହଞ୍ଚି ଶେମିଳିଗୁଡା ବ୍ଲକ୍ କୁ ସଂଯୋଗ କରିଥିବା ନୂତନ ରାସ୍ତାରେ ଯାଇ ଉପରକାଣ୍ଟି ଗ୍ରାମରେ ପହଞ୍ଚି ସେଠାରେ ଚାଲିଥିବା କାର୍ଯ୍ୟକ୍ରମ କୁ ତଦାରଖ କରିଥିଲେ । ଜିଲ୍ଲାପାଳ ୱାସନ୍ ଙ୍କ ଏହିପରି ଅଚାନକ ଗସ୍ତ ବ୍ଲକ୍ ପ୍ରଶାସନ କୁ ଚିନ୍ତାରେ ପକାଇ ଦେଇଥିବା ବେଳେ ବିଡ଼ିଓ ରାମକୃଷ୍ଣା ନାୟକ , ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ , ସିଡିପିଓ ବି ଅର୍ଣ୍ଣ ପୁର୍ଣ୍ଣା ,ପିଇଓ କଣ୍ଡା ଗଲୋରି , ଏପିଓ ସୈମେନ୍ଦ୍ର ନାୟକ , ପାନୀୟ ଜଳ ବିଭାଗ ଯନ୍ତ୍ରୀ ବାସୁଦେବ ଦାସ ପ୍ରମୁଖ ଙ୍କ ସମେତ ଅନ୍ୟ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ