Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର କଲେଜ୍ ରେ ରାଜନୀତି ବିଜ୍ଞାନ ବିଭାଗର ବିଦାୟ କାଳୀନ ସମ୍ବର୍ଦ୍ଧନା

ଗୋପାଳପୁର : ଗୋପାଳପୁର କଲେଜ ର +୩ ଶେଷ ବର୍ଷ ରାଜନୀତି ବିଜ୍ଞାନ ବିଭାଗରେ ଆଜି ବିଭାଗୀୟ ମୁଖ୍ୟ ଡ଼ଃ ରାମ ଚନ୍ଦ୍ର ଜେନା ଙ୍କ ଅଧ୍ୟକ୍ଷତାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଟିତ ହୋଇଥିଲା। କଲେଜର ଅଧ୍ୟକ୍ଷ ଡ଼ଃ ରାମ ପ୍ରସାଦ ପଣ୍ଡା ଯୋଗ ଦେଇ ବିଦାୟୀ ଛାତ୍ର ଛାତ୍ରୀ ଙ୍କୁ ଭବିଷ୍ୟତ ଉଜ୍ଜଳ କାମନା କରିବା ସହ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ।ସମ୍ମାନୀତ ଅତିଥି ଭାବେ ଶିକ୍ଷା ବିଭାଗର ମୁଖ୍ୟ ଆଶୁତୋଷ ଷଡ଼ଙ୍ଗୀ ,ବାଣିଜ୍ୟ ବିଭାଗର ମୁଖ୍ୟ ଡ଼ଃ ମନୋଜ ପଟନାୟକ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ମଙ୍ଗଳ କାମନା କରିବା ସହ କଲେଜର ଟେକ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଛାତ୍ର ଋଷିକେଶ ହାତୀ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ନମିର୍ କୁମାର ରଣଷଣ୍ଢl ମଞ୍ଚ ପରିଚାଳନା କରିଥିଲେ।ବିଦାୟୀ ଛାତ୍ର ଛାତ୍ରୀ ଙ୍କୁ ପୁଷ୍ପ ଦେଇ ବିଦାୟ ସମ୍ବର୍ଦ୍ଧନା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଲକ୍ଷଣ ପାଳ,ଡ଼ଃ ପ୍ରିଦିପ୍ତ ପଟନାୟକ,ଡ଼ଃ ଗିରିଶ ଚନ୍ଦ୍ର ବେହେରା,ଜି.ଗଣେଶ, ଏ.ପ୍ରସାଦ,ଅନିଲ କୁମାର ଯାଦବ ପ୍ରମୁଖ ସହଯୋଗ କରିଥିବା ବେଳେ ଅଧ୍ୟାପକ ବିରଞ୍ଚି ନାରାୟଣ ଜଗଦେବରlୟ ଧନ୍ୟବାଦ୍ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories