Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ମହିଳାଙ୍କ ଦକ୍ଷତା ବିକାଶ ବୃଦ୍ଧି ନେଇ ଏକ ଦିବସୀୟ କର୍ମଶାଳା

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସର ମଧ୍ୟରେ ଥିବା ନିୟୁ କନ୍ଫେରେନ୍ସ ହଲ ଠାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ଆଇନ ବିଭାଗ ଓ ନିଯୁକ୍ତି କେନ୍ଦ୍ର ତରଫରୁ ଏକ ଦିବସୀୟ ମହିଳା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ଜାତୀୟ ମହିଳା ଆୟୋଗ ନୂଆ ଦିଲ୍ଲୀ ର ପୃଷ୍ଟପୋଷକତାରେ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଙ୍କ ସଭାପତିତ୍ବରେ ଆୟୋଜନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଆଇଜର ର ନିର୍ଦେଶକ ପ୍ରଫେସର୍ ଅଶୋକ କୁମାର ଗାଙ୍ଗୁଲି ଯୋଗ ଦେଇ ଆଜିର ପ୍ରତିଯୋଗିତା ମୂଳକ ବଜାରରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଉଚ୍ଚମାନର ଞାନ କୌଶଳ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଦକ୍ଷତା ହିଁ ଭବିଷ୍ୟତର ଦ୍ଵାର ଉନ୍ମୋଚନ କରିବ ବୋଲି କହିବା ସହ ନାରୀ ମାନଙ୍କ ର ସାମାଜିକ ଅଙ୍ଗୀକାର ଓ ଆତ୍ମ ପ୍ରତିଷ୍ଠା କ୍ଷେତ୍ରରେ ଆବଶ୍ୟକତା ଦକ୍ଷତା ତାଲିମ ସମ୍ପର୍କରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଆଲୋକପାତ କରିବା ସହ ସମାୟୁନବର୍ତ୍ତିତl ହେବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଡ଼ଃ ଶାରଦା ପ୍ରସାଦ ସାହୁ ଯୋଗ ଦେଇ ନାରୀ ମାନଙ୍କ ଅଧିକାର ,ନ୍ୟାୟିକ ବ୍ୟବସ୍ଥା ଓ ସାମାଜିକ ସମତା ଉପରେ ଆଲୋକପାତ କରିଥିଲେ।ସମ୍ମାନୀତ ଅତିଥି ଭାବେ କୂଳ ସଚିବ ସଚ୍ଚିଦାନନ୍ଦ ନାୟକ ଯୋଗ ଦେଇ ମହିଳା ମାନଙ୍କ ଜୀବନ ଜୀବିକା ଭିତରେ ସମନ୍ୱୟ ରକ୍ଷା କରିବାର ଦକ୍ଷତା ଉପରେ ଆବଶ୍ୟକତା ରହିଛି ବୋଲି କହିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭାରପ୍ରାପ୍ତ ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ପୁଷ୍ପାଞ୍ଜଳି ସାମନ୍ତରାୟ ଯୋଗ ଦେଇ ସାଂପ୍ରତିକ ପରିସ୍ଥିତିରେ ମହିଳା ମାନେ ଆତ୍ମ ନିର୍ଭରଶୀଳ ତଥା ସ୍ଵାଭିମାନୀ ହେବା ଏକାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମ ର ସହ ଆବାହକ ଡଃ ସୁମନ କଲ୍ୟାଣ ଚୌଧୁରୀ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଆବାହକ ଚିତ୍ତ ରଂଜନ ଗୋଗେଇ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଶ୍ଵବିଦ୍ୟାଳୟ ପକ୍ଷରୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା।ଶେଷରେ ଡ଼ଃ ଲୁପ୍ତ ରତ୍ନ ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ୩୦୦ ରୁ ଉର୍ଦ୍ଧ ଛାତ୍ରୀ ଓ ଗବେଷକା ଉପସ୍ଥିତ ଥିଲେ। ସଭା ଶେଷରେ ଅତିଥି ମାନଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories