Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଲିସ୍ କର୍ମଚାରୀ ଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ମୋବାଇଲ ଲୁଟ।

ଗୋପାଳପୁର, ଗୋପାଳପୁର ଥାନା ଅର୍ନ୍ତଗତ ଆମ୍ବପୁଆ ରେଳ‌ଫାଟକ ନିକଟ ରୁ ୧୧ ତାରିଖ ରାତ୍ର ପ୍ରାୟ ୨. ୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଜଣେ ପୁଲିସ କର୍ମଚାରୀ ଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ମୋବାଇଲ ଲୁଟି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଛତ୍ରପୁର ଥାନା ଅର୍ନ୍ତଗତ ଚମାଖଣ୍ଡି ଥାନାରେ କାର୍ଯ୍ୟରତ ଥିବା ଏ ଏସ ଆଇ ଡି ସୁଧାର କୁମାର ଡ୍ୟୁଟି ସାରି ବ୍ରହ୍ମପୁର ଘରକୁ ଫେରୁଥିବା ବେଳେ ରାତ୍ର ପ୍ରାୟ ସାଢେ଼ ୨ ଟା ବେଳେ ୨ ଟି ବାଇକରେ ୬ ଜଣ ଯୁବକ ଆମ୍ବପୁଆ ରେଳ‌ଫାଟକ ନିକଟରେ ଠିଆ ହୋଇ ଥିଲେ। ହଠାତ ତାଙ୍କୁ ଅଟକାଇ ମୁଣ୍ଡରେ ବନ୍ଧୁକ ଲଗାଇ ମୋବାଇଲ ଛଡ଼ାଇ ନେବା ସହ ମୋଟରସାଇକେଲ ର ଚାବି ନେଇ ମୋଟରସାଇକେଲ ରେ ଚମ୍ପଟ ମାରିଥିଲେ।ଘଟଣା ନେଇ ଥାନାରେ ଅଭିଯୋଗ ପରେ ପୁଲିସ ପକ୍ଷରୁ ୧୫୮/୨୩ରେ ଋକ ମାମଲା ରୁଜୁ କରି ତଦନ୍ତ କରୁଥିବା ପୁଲିସ୍ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories