Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବହୁ ଚର୍ଚ୍ଚିତ ରାଜା ରଘୁବଂଶୀ ହତ୍ୟା ମାମଲାରେ ଜେଲ ଗଲେ ସୋନମ ଓ ରାଜ

ବହୁ ଚର୍ଚ୍ଚିତ ରାଜା ରଘୁବଂଶୀ ହତ୍ୟା ମାମଲାରେ ରାଜାଙ୍କ ସ୍ତ୍ରୀ ସୋନମ ଏବଂ ତାଙ୍କ ତଥାକଥିତ ପୁରୁଷ ବନ୍ଧୁ ରାଜ କୁଶଓ୍ବାହାକୁ ଜେଲ ପଠାଇ ଦିଆଯାଇଛି। ଉଭୟ ଅଭିଯୁକ୍ତଙ୍କୁ ପୁଲିସ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା। ରିମାଣ୍ଡ ଶେ​‌ଷ ହେବା ପରେ ସେମାନଙ୍କୁ ଶନିବାର କୋର୍ଟରେ ହାଜର କରାଯାଇଥିଲା।

ଜାମିନ ନାମଞ୍ଜୁର ହେବାରୁ କୋର୍ଟ ଉଭୟଙ୍କୁ ୧୩ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ଅନ୍ୟପଟେ ରାଜା ରଘୁବଂଶୀ ହତ୍ୟା ମାମଲାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସିସିଟିଭି ଫୁଟେଜରୁ ଏହା ଜଣାପଡ଼ିଛି। ଏହି ଫୁଟେଜ ସୋନମ ଏବଂ ରାଜଙ୍କ ଷଡ଼ଯନ୍ତ୍ରର ଗଭୀରତାକୁ ସାମ୍ନାକୁ ଆସିଛି। ଏହି ଫୁଟେଜ ଜୁନ ୪ ତାରିଖର, ଯେଉଁ ଦିନ ରାଜାଙ୍କ ମୃତଦେହକୁ ଶିଲଂରୁ ଇନ୍ଦୋର ଅଣାଯାଇଥିଲା।

ଭିଡିଓରୁ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ, ରାଜାଙ୍କ ଅନ୍ତିମ ସଂସ୍କାର ଦିନ ମୁଖ୍ୟ ଅଭିଯୁକ୍ତ ରାଜ୍‌ ସୋନମଙ୍କ ବାପା ଦେବୀ ସିଂହଙ୍କ ସହିତ ରାଜାଙ୍କ ଘରେ ପହଞ୍ଚିଥିଲା। ରାଜ୍‌ର ଉପସ୍ଥିତି ଏବଂ ଭୂମିକା ପୁଲିସକୁ ତଦନ୍ତର ଏକ ନୂଆ ମୋଡ଼ ଦେଇଛି। ରାଜାଙ୍କ ଅନ୍ତିମ ସଂସ୍କାର ପାଇଁ ରାଜ୍‌ କଫିନ ଆଣିକି ଆସିଥିଲା। ଯାହାକୁ ସେ ରାଜାଙ୍କ ପରିବାରକୁ ହସ୍ତାନ୍ତର କରିଥିଲା। ରାଜାଙ୍କୁ ହତ୍ୟା କରିବାଠାରୁ ଅରମ୍ଭ କରି ତାଙ୍କ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ସବୁଥିରେ ରାଜ୍‌ର ଉପସ୍ଥିତି ଘଟଣା ପଛର ଭୟଙ୍କର ଷଡ଼ଯନ୍ତ୍ରକୁ ଦର୍ଶାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ