Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରିଷ୍ଠ ନାଗରିକ ସଂଘର ଆର୍ଥିକ ସାକ୍ଷରତା କର୍ମଶାଳା ଅନୁଷ୍ଠିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଓ ଷ୍ଟେଟ ବ୍ୟାଙ୍କର ମିଳିତ ସହଯୋଗରେ ସ୍ଥାନୀୟ ମହାରାଜା ହାଇସ୍କୁଲ୍ ସଭା ଗୃହ ଠାରେ ଏକ ଆର୍ଥିକ ସାକ୍ଷରତା ସଚେତନତା କର୍ମଶାଳା ଅନୁଷ୍ଟିତ ହୋଇଯାଇଛି l ଏଥିରେ ସୋନପୁର ଏଲଡିଏମ୍ କାର୍ତ୍ତିକେଶ୍ୱର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଉଦଘାଟନ କରି ସଚେତନତା ମାଧ୍ୟମରେ ହିଁ ଆମେ ସାଇବର ଅପରାଧରୁ ମୁକ୍ତି ପାଇବା ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବରେ ଷ୍ଟେଟ ବ୍ୟାଙ୍କ ଚିଫ୍ ମ୍ୟାନେଜର ଲକ୍ଷ୍ମଣ କୁମାର ମାଝୀ, ଏକ୍ସିସ୍ ବ୍ୟାଙ୍କ ମ୍ୟାନେଜର ସୁମନ୍ତ ଦତ୍ତ ଯୋଗ ଦେଇ ଆର୍ଥିକ ସାକ୍ଷରତା ସଚେତନତା ସହିତ ସାଇବର ଅପରାଧ, ଡିଜିଟାଲ ଆରେଷ୍ଟ, କେୱାଇସି ଇତ୍ୟାଦି ଉପରେ ଡିଜିଟାଲ ସ୍କ୍ରିନ ମାଧ୍ୟମ ରେ ସଚେତନ କରିଥିଲେ l ପରେ ଛୋଟ ଛୋଟ ଡିଜିଟାଲ ସିନେମା ମାଧ୍ୟମରେ ଠକାମୀ ର ଶିକାରରୁ ବଞ୍ଚିତ ହେବାକୁ ବରିଷ୍ଠ ନାଗରିକଙ୍କୁ ସଚେତନ କରିଥିଲେ l ସଂଘର ସଭାପତି ଡ଼.ଜ୍ୟୋତି ରଞ୍ଜନ ବହିଦାରଙ୍କ ସଭାପତିତ୍ବରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ କରିଥିଲେ l ଶେଷ ପର୍ଯ୍ୟାୟରେ ପ୍ରଶ୍ନ ଉତ୍ତର ମାଧ୍ୟମରେ ସମସ୍ତେ ନିଜ ନିଜ ର ଆଶଙ୍କା ଦୂର କରିଥିଲେ l ସଂଘର ଉପଦେଷ୍ଟା ପ୍ରଦୀପ ପୁରୋହିତ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ଶତାଧିକ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ l ବରିଷ୍ଠ ନାଗରିକ ଦିଲ୍ଲୀପ ରଥ, ଦେବ କିଶୋର ଦାନୀ, ଗରେଖ୍ ନାଥ ସାହୁ, ଆର୍ତ୍ତତ୍ରାଣ ବାବୁ, ଇନ୍ଦ୍ରମଣି ଦାଶ, ସନ୍ତୋଷ ପାଢ଼ୀ, ହରିହର ଶତପଥି, ଇନ୍ଦୁମତୀ ପୁରୋହିତ, କୃଷ୍ଣଚନ୍ଦ୍ର ବିଶି, କୃପାସିନ୍ଧୁ ପାଣିଗ୍ରାହୀ, ସୂର୍ଯ୍ୟ ସରାଫ ପ୍ରମୁଖ ସଦସ୍ୟ ପ୍ରଶ୍ନ ଉତ୍ତର ରେ ଭାଗ ନେଇ କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ