Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵ ତମ୍ବାଖୁ ବର୍ଜନ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ

ଲକ୍ଷ୍ମୀପୁର ୨୩/୦୬ ..  ଲକ୍ଷ୍ମୀପୁର  ସାଙ୍ଗାନା ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଶ୍ଵ ତମ୍ବାଖୁ ବର୍ଜନ ଦିବସ ଓ ନିଶା ନିବାରଣ ନିମନ୍ତେ ଲକ୍ଷ୍ମୀପୁର ନିଶା ନିବାରଣ ବିଭାଗ ଆନୁକୂଲ୍ୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି।  ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ ଙ୍କ ଅଧ୍ୟକ୍ଷତା ରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମଦନ ମୁଦୁଲି,ଅବକାରୀ  ଇନ୍ସପେକ୍ଟର କୁଶ ଜାଲ, ସବ୍ ଇନ୍ସପେକ୍ଟର କମଳ କୁମାରୀ ମହାକୁଡ ଯୋଗ ଦେଇ ନିଶା ନିବାରଣ, ମାଦକ ଦ୍ରବ୍ୟ ସେବନ ର କୁପରିନାମ ଉପରେ ଆଲୋକ ପାତ କରିଥିଲେ।ଏହି ଉପଲକ୍ଷେ ରଚନା ଓ ବତ୍କୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।ରଚନା ପ୍ରତିଯୋଗୀତା ରେ ସାଂଗାନା ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀ ଛାତ୍ରୀ କସ୍ତୁରୀ ରାଣୀ ଗୋପ ପ୍ରଥମ, ନୋଡାଲ ଉଚ୍ଚ ବିଦ୍ୟାଳୟ,ଅପର୍ କୁଟିଙ୍ଗା ର ଦଶମ ଶ୍ରେଣୀ ଛାତ୍ରୀ ପ୍ରିୟଙ୍କା ମିନିଆକା ଦ୍ଵିତୀୟ ଓ ସାଙ୍ଗାନା ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀ ଛାତ୍ର ଆୟୁଷ୍ମାନ ଦଳାଇ ତୃତୀୟ ସ୍ଥାନ ଅଧିକାର କରିଥିଲେ।ସେହିପରି ବତ୍କୃତା ପ୍ରତିଯୋଗୀତା ରେ କାକିରିଗୁମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ ଦ୍ଵିତୀୟ ଶ୍ରେଣୀ ଛାତ୍ରୀ ସ୍ୱପ୍ନା କୁମ୍ଭାର ପ୍ରଥମ, ପଞ୍ଚଡା ଆଶ୍ରମ ବିଦ୍ୟାଳୟ ର ଦଶମ ଶ୍ରେଣୀ ଛାତ୍ର ଦିବାକର ମିନିଆକା ଦ୍ଵିତୀୟ ଓ ମିନପାଇ ବାଳିକା ସେବାଶ୍ରମ ର ଦଶମ ଶ୍ରେଣୀ ଛାତ୍ରୀ ଫୁଲନ୍ତି ମିନିଆକା ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀ ୨୪ ତାରିଖରେ ଜିଲ୍ଲା ସ୍ଥରିୟ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ରଚନା ପ୍ରତିଯୋଗୀତା ରେ ବିଚାରକ ଭାବେ ଶିକ୍ଷକ ଶଙ୍କର ଗୁଡୁମ୍ବାକା,ସୁକାନ୍ତ କୁମାର ଯାଦବ ଓ ଦୀପକ କୁମାର ମଲ୍ଲିକ, ବକୃତା ପ୍ରତିଯୋଗୀତାରେ ଶିକ୍ଷକ ସପନ କୁମାର ଦିକ୍ଷୀତ,ସୁଜିତ କୁମାର ସାମଲ ଓ ଆଲେଙ୍କି ରମେଶ କୁମାର ଯୋଗଦେଇ ମୂଲ୍ୟାୟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସି ଆର ସି ସି କୃଷ୍ଣ କୁଲଦୀପ, ନିଶା ନିବାରଣ ବିଭାଗ ର ଶୁଭେନ୍ଦୁ କୁମାର ତୁରୁକ୍, ସ୍ମୃତିକାନ୍ତ ବିଶ୍ଵାଳ, ଉଷା ଭାତ୍ରା, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଛାତ୍ର ଛାତ୍ରୀ ଯୋଗ ଦେଇ ଥିଲେ। ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଂଯୁକ୍ତା ତୁରୁକ ଓ ନୂତନ ଚେଟୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ