Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚୀନ ଭାରତକୁ ସାର ରପ୍ତାନୀ ବନ୍ଦ କରିଦେଇଛି

ପଡ଼ୋଶୀ ଚୀନର ଦୋମୁହାଁ ନୀତି ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି। ଆମେରିକା ସହିତ ଚୀନର ଟାରିଫ ଯୁଦ୍ଧ ପରେ ବାଣିଜ୍ୟ ପାଇଁ ବିଶ୍ୱବାସୀଙ୍କ ନଜର ଭାରତ ଉପରେ ପଡ଼ିଥିଲା। ଭାରତ ମଧ୍ୟ ଏହାର ପାଇଦା ନବାକୁ ଚାହୁଁଥିଲା। ହେଲେ ଚୀନ ଏହି ରାସ୍ତାରେ ବାଧକ ସାଜିଛି। ଭାରତର ଅଟୋ ସେକ୍ଟରକୁ ଦୁର୍ବଳ କରିବା ପାଇଁ ଚୀନ ପ୍ରଥମେ ରେୟାର ଆର୍ଥ ମ୍ୟାଗନେଟ ରପ୍ତାନୀ ଉପରେ କଟକଣା ଲଗାଇଥିଲା। ଯାହାର ପ୍ରଭାବ ଭାରତର ଇଭି ସେକ୍ଟରରେ ଦେଖିବାକୁ ମିଳିଛି। ବଜାଜ ପାଖରେ ମ୍ୟାଗନେଟ୍ର ଅଭାବ ଯୋଗୁ କମ୍ପାନୀ ଇଭି ଉତ୍ପାଦନ ସ୍ଥଗିତ ରଖିପାରେ ବୋଲି ରିପୋର୍ଟ ପ୍ରକାଶ ପାଉଛି।

ଏସବୁ ଭିତରେ ଚୀନ ଭାରତକୁ ଦୁର୍ବଳ କରିବାକୁ ଆଉ ଏକ ଗେମ୍ ଖେଳିଛି। ଏଥର ଭାରତର ଭାତ ହାଣ୍ଡିରେ ଉପରେ ପ୍ରହାର କରିଛି ଚାଇନା। ବର୍ତ୍ତମାନ ଚାଷବାସ ସମୟ ଚାଲିଥିବା ବେଳେ ଚୀନ ଭାରତକୁ ସାର ରପ୍ତାନୀ ବନ୍ଦ କରିଦେଇଛି। ତେଣୁ ଗତ ଦୁଇ ମାସ ହେଲା ଚୀନ ଠାରୁ ସାର ଆମଦାନୀରେ ଅଚଳାବସ୍ଥା ଲାଗି ରହିଛି।

ଚୀନ ଭାରତକୁ ଏକ ସ୍ୱତନ୍ତ୍ର କିସମ ସାର ରପ୍ତାନି କରୁଥିଲା। ଯାହା ଫଳ, ପନିପରିବା ଏବଂ ଅନ୍ୟାନ୍ୟ ଫସଲ ଚାଷ କରିବାରେ ବ୍ୟବହାର ହେଉଥିଲା। ହେଲେ ଏବେ ଚୀନ ଅନ୍ୟ ସମସ୍ତ ଦେଶକୁ ସାର ରପ୍ତାନୀ ଜାରି ରଖିଥିବା ବେଳେ ଭାରତକୁ ବନ୍ଦ କରିଛି। ଏପଟେ ଚାଷ ସମୟ ଉଛୁର ହେଉଥିବା ବେଳେ ଚୀନର ଏଭଳି ବାଧକ ଭାରତୀୟ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ଦୁଃଖର କଥା ହେଲା ଏଭଳି ସ୍ୱତନ୍ତ୍ର ସାର ତିଆରି କରିବା ପାଇଁ ଭାରତରେ ବର୍ତ୍ତମାନ ପାଇଁ ସେତେଟା ଉନ୍ନତ ସୁବିଧା ସୁଯୋଗ ନାହିଁ। ସ୍ଥାନୀୟ ଉତ୍ପଦାନ ବହୁତ କମ୍ ରହିଛି। ତେଣୁ ଭାରତ ଏହିସବୁ ସାର ଓ କ୍ୟାମେକାଲ୍ସ ପାଇଁ ୮୦ ପ୍ରତିଶତ ଚୀନ ଉପରେ ନିର୍ଭର କରୁଛି। ତେଣୁ ରପ୍ତାନୀ ପ୍ରତିବନ୍ଧକ ଭାରତକୁ ଶକ୍ତ ଝଟ୍କା ।

ଏନେଇ ସୋଲୁବଲ୍ ଫର୍ଟିଲାଇଜର ଇଣ୍ଡଷ୍ଟ୍ରି ଆସୋସିଏସନ୍(ଏସ୍ଏଫ୍ଆଇଏ)ର ସଭାପତି ରାଜୀବ ଚକ୍ରବର୍ତ୍ତୀ କହିଛନ୍ତି ଯେ, ଭାରତକୁ ଏସବୁ ସାର ନ ଦେବା ପାଇଁ ଚୀନ ଗତ ୪ରୁ ୫ ବର୍ଷ ହେବ ଏହାର ଯୋଗାଣକାରୀମାନଙ୍କୁ ବାରଣ କରୁଥିଲା। ଏବେ ଏହା ବନ୍ଦ କରାଯାଇଛି। ଚୀନର ଏଭଳି ହଠାତ୍ କଟକଣା ଭାରତରେ ଫସଲ ଅମଳକୁ ପ୍ରଭାବିତ କରିପାରେ। ତା ସହିତ ପନିପରିବା ଓ ଫଳମୂଳର ଦାମ ବି ବଢାଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ