୫୩ ବର୍ଷ ପରେ ସଂଯୋଗ ଜୁଟିଥିଲା । ଏକା ଦିନରେ ଗତକାଲି ନବ ଯୌବନ ଦର୍ଶନ, ନେତ୍ର ଉତ୍ସବ ଓ ଶ୍ରୀ ଗୁଣ୍ଡିଚା ଯାତ୍ରା ପଡ଼ିଥିଲା । ଗତକାଲି କାଦୁଆ ଗୁଣ୍ଡିଚା-ପାଗ ମଧ୍ୟ ଭଲଥିଲା । ପ୍ରଶାସନ ପକ୍ଷରୁ ସବୁ ସ୍ୱାଭାବିକ ହେବ ବୋଲି କୁହାଯାଇଥିଲା । ସମସ୍ତେ ଆଶ୍ୱସ୍ତ ଥିଲେ । କିନ୍ତୁ ଅଭାବନୀୟ ଅଘଟଣ ଓ ବିଘଟଣ ଆମ ସମସ୍ତଙ୍କୁ ଗଭୀର ମର୍ମାହିତ କରିଛି ।
ରଥଯାତ୍ରା ଆପାତତଃ ୧୨ ଶହ ବର୍ଷ ଧରି ଚାଲୁଆସୁଛି । ଅନେକ ବର୍ଷ ଗୋଟିଏ ଦିନରେ ରଥଟଣା ଓ ଗୁଣ୍ଡିଚା ମନ୍ଦିର ପହଣ୍ଡି ଗୋଟିଏ ଦିନରେ ସରିଛି । ହେଲେ ଚଳିତ ବର୍ଷ ତାଳଧ୍ୱଜ ଓ ଦର୍ପଦଳନ ପହଞ୍ôଚତ ପାରିଲେନି ନନ୍ଦିଘୋଷ ବିଧି ରକ୍ଷା ପାଇଁ ନା କୁ ମାତ୍ର ଗଡ଼ିଲା । ତେବେ କେଉଁ କାରଣରୁ ଏବଂ କାହାପାଇଁ ରଥ ଟଣା ଅଟକିଲା?
ଗୌତମ ଆଦାନୀ ଓଡ଼ିଶା ଆସି ପୁରୀ ଯିବେ, ରଥ ଟାଣିବେ ଓ ପ୍ରସାଦ ସେବନ କରିବେ ରଥଯାତ୍ରା ପୂର୍ବଦିନ ଗଣମାଧ୍ୟମରେ ସମ୍ବାଦ ପ୍ରସାରଣ ହୋଇଥିଲା । କିନ୍ତୁ ଗୌତମ ଆଦାନୀ ରଥଯାତ୍ରା ଦିନ ପୂରୀ ଯାଇପାରିଲେ ନାହିଁ । ତାଙ୍କରି ପାଇଁ ରଥଟଣାକୁ ପରଦିନକୁ ଘୁଞ୍ଚାଯାଇଥିଲା ବୋଲି କି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।
ଗତକାଲିର ମହାବିଭ୍ରାଟ ପ୍ରସଙ୍ଗରେ ଶ୍ରୀ ହରିଚନ୍ଦନ କହିଛନ୍ତି, ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଜଣେ ଦକ୍ଷ ଅଭିଜ୍ଞ ସରକାରୀ ଅଧିକାରୀ ହୋଇଥିଲେ ମଧ୍ୟ ତାଙ୍କର ଉକ୍ତି ଆମ ସସସ୍ତଙ୍କୁ ବିବ୍ରତ ଓ ବ୍ୟଥିତ କରିଛି । “ବୋଧହୁଏ କିଛି ଭକ୍ତ ଆସିପାରି ନାହାନ୍ତି । ସେଥିପାଇଁ ନନ୍ଦିଘୋଷ ଗଡ଼ିଲା ନାହିଁ” । ନନ୍ଦିଘୋଷ ଟଣା ପରଦିନ ସକାଳକୁ ଘୁଞ୍ôଚଗଲା । କାହାଆଡ଼କୁ ଏ ଇଙ୍ଗିତ? ଗୌତମ ଆଦାନୀ ଆଡ଼କୁ ନୁହେଁ ତ ବୋଲି ସେ ପୁଣି ପ୍ରଶ୍ନ କରିଛନ୍ତି। “କିଛି ଅଘଟଣ-ବିଘଟଣ ହୋଇନାହିଁ” । ବୋଲି କହି ଆଇନମନ୍ତ୍ରୀ ଘଟଣାକୁୂ ଫାଙ୍କିଦେଇଛନ୍ତି ।
ଏଥରର ରଥଯାତ୍ରା ପରିଚାଳନା ସରକାର ଶତାଧିନ ଦଳ ହାତରେ ଟେକିଦେଇଛନ୍ତି । ସରକାରୀ ପଦାଧିକାରୀମାନଙ୍କୁ ଦୂରେଇ ରଖି ଦଳୀୟ ପଲିଟିକାଲ ଇଭେଣ୍ଟ ମ୍ୟାନେଜମେଣ୍ଟ କରିଛନ୍ତି । ସବୁ ନିର୍ଦ୍ଧାରିତ ସମୟ ବଦଳିଯାଇଛି ।
ପହଣ୍ଡି ଠାରୁ ଛେରା ପହରା ମଧ୍ୟରେ କ’ଣ ପାଇଁ ଦୁଇଘଣ୍ଟା ବ୍ୟବଧାନ ରହିଲା । ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା ସମିତି ଗଠନ ନେଇ ଗଜପତି ମହାରାଜ ଏବଂ ଆଇନ ମନ୍ତ୍ରୀଙ୍କ ମଧ୍ୟରେ ଅମେଳ ଓ ମତଭେଦ ଥିଲା । ଏବେ ରାଜାଙ୍କର ଓ ମନ୍ତ୍ରୀଙ୍କର ଛେରା ପହରା ଉଛୂର ହେବା ଘଟଣା ଭିନ୍ନଆଡ଼କୁ ସୂଚାଉଛି ।
ଗତ ବର୍ଷ ମହାପ୍ରଭୁ ବଳଭଦ୍ର ଚାରମାଳରେ ବିଜେପହଣ୍ଡିରେ ଓହ୍ଲାଇବା ବେଳେ ଦୁର୍ଘଟଣା ଘଟିଥିଲା । କାରଣ ଖୋଜାଗଲା ନାହିଁ କି ନିରାକରଣ ହେଲା ନାହିଁ । ଏବର୍ଷ ମଧ୍ୟ ତାଳଧ୍ୱଜ ଦକ୍ଷିଣମୋଡ ନେବାରେ ବିଭ୍ରାଟ ଓ ବିଳମ୍ବ ହେଲା । ଗତକାଲି ଦଳାଚକଟାରେ ୭୫୦ ଆହତ ହୋଇଛନ୍ତି । ଶ୍ରଦ୍ଧାଳଙ୍କୁ ମୃତ୍ୟୁ ହୋଇଥିବା ଘଟଣା ଶୁଣାଯାଉଛି ସରକାର ଏ ସମ୍ପର୍କରେ ପାଟି ଖୋଲୁ ନାହାନ୍ତି ।
ଗତବର୍ଷ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୫୦ ରୁ ଅଧିକ ଆହତ ହୋଇଥିଲେ । ଏଥର ଦଳା ଚକଟାରେ ନୁହେଁ, ପୋଲିସ ମାଡ଼ରେ ବହୁ ପତ୍ରକାର ଆହତ ହୋଇଛନ୍ତି । ମହିଳା ସାମ୍ବାଦିକା ବିଜୟୀତା ତ୍ରିପାଠୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଇଏ କି ପ୍ରକାର ପରିଚାଳନା । “ଆଇ.ଜି.ଡ୍ରୋନ” ନାମକ ଏକ ଘରୋଇ ସଂସ୍ଥାକୁ କ୍ଲୋଜ ସର୍କିଟ ଇଣ୍ଟିଗ୍ରେଟେଡ କମାଣ୍ଡ ସିଷ୍ଟମର ଦାୟିତ୍ୱ ଆରକ୍ଷୀ ଅଧିକ୍ଷକଙ୍କ ବାରଣ ସତ୍ୱେ ଏଥର ଦିଆଯାଇଥିଲା ।
ଆଇଏସ୍ଆଇ ଲିଙ୍କ ଥିବା ଜ୍ୟୋତି ମାଲହୋତ୍ରାଙ୍କ ମହିଳା ବାନ୍ଧବୀ ପ୍ରିୟଙ୍କା ମଧ୍ୟ କର୍ଡନ ପରିସର ମଧ୍ୟରେ ବୁଲିବାର ଦେଖାଯାଇଥିଲା । ୫୦୦୦ ରୁ ଅଧିକ ପାସ ବଣ୍ଟାଯାଇଥିଲା । ପାତର ଅନ୍ତର ଓ ଅନିୟମିତତାର ଅଭିଯୋଗଥିବା ପୁରୀ ଜିଲ୍ଲାପାଳଙ୍କ ଆଖିଆଗରେ କିଭଳି ସେ କର୍ଡନ ପରିସରକୁ ପସିଥିଲେ ଓ ବୁଲୁଥିଲେ ।
ବିନା ଶ୍ରୀମନ୍ଦିର ପରିଚାଳନା କମିଟିରେ ଏଥର ରଥଯାତ୍ରା ହେଉଛି । ରାଜା ବର୍ଷେ ହେଲା ଏକଥା କହି ଆସୁଛନ୍ତି । ସରକାରଙ୍କୁ ଚଠି ଲେଖୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । କିନ୍ତୁ କିଛି ହେଲା ନାହିଁ । ଶେଷରେ ଆଇନମନ୍ତ୍ରୀ ମାମଲା ଉଚ୍ଚ ନ୍ୟାୟଳରେ ବିଚାରଧିନ ଅଛି ବୋଲି କହିଲେ । ଅନ୍ଧକୁ ଗୋହିରୀ ବାଟ ଦେଖାଇବା କଥା । ସରକାରୀ ପ୍ରଶାସନ, ମନ୍ଦିର ପରିଚାଳନା ସମିତି ଓ ସେବାୟତ ମାନଙ୍କ ମଧ୍ୟରେ ସମନ୍ୱୟ ନାହିଁ । ନା କୁ ମାତ୍ର ସମନ୍ୱୟ କମିଟି ବସିଲା ।
ଗତକାଲି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉଚ୍ଚନ୍ୟାୟଳୟର ମୁଖ୍ୟ ବିଚାରପତି ରଥଖଳା କଡ଼ରେ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟମନ୍ତ୍ରୀ ମାନଙ୍କ ସହ ପ୍ରାୟ ସବୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ହେଲେ ସରକାରଟା ଯେମିତି ସ୍ଥିର ଓ ଅଚଳ ହୋଇପଡ଼ିଥିଲା । କିମ୍ କର୍ତ୍ତବ୍ୟ ବିମୁଡ଼ ଅବସ୍ଥା । ଶ୍ରୀ ହରିଚନ୍ଦନ କେଉଁ କାରଣ ବା ଗୃଢ଼ କାରଣରୁ ଏହି ମହା ବିଭ୍ରାଟ ଘଟିଲା ବୋଲି ପଚାରିଛନ୍ତି । ନିଳାଦ୍ରୀ ବିଜେ ପରେ ୧୦ ଦିନ ମଧ୍ୟରେ କାର୍ଯ୍ୟରତ ପୁରୀ ଜିଲ୍ଲା ଦୌରାଜଜ୍ଙ୍କ ଦ୍ୱାରା ଘଟଣାର ନ୍ୟାୟିକ ତଦନ୍ତ କରାଯାଉ ଏବଂ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ପିସିସି ପକ୍ଷରୁ ସେ ଦାବି କରିଛନ୍ତି । ଏଥି ସହିତ ମହାପ୍ରଭୁଙ୍କ ପାଖରେ ମହାଦୋଷ ମାର୍ଜ୍ଜନା ପାଇଁ ଆମେ ସମସ୍ତେ କ୍ଷମା ପ୍ରାର୍ଥନା କରୁଛୁ ବୋଲି କହିଛନ୍ତି ।
ସେହିପରି ପିସିସି ପୂର୍ବତନ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି, ରଥଯାତ୍ରାରେ ହଜାର, ହଜାର କର୍ଡନ ପାସ କାହାକୁ ଓ କାହିଁକି ଦିଆଗଲା? କାହିଁକି ବଡ଼ ଠାକୁରଙ୍କ ରଥ ଇଞ୍ଚେ ବି ଘୁଂଚିଲା ନାହିଁ । ସାମ୍ବାଦିକଙ୍କୁ ଆକ୍ରମଣ ହେଲା । ହେଲେ ପୂର୍ବରୁ ଆଇନମନ୍ତ୍ରୀ କହିଥିଲେ ଏ ବର୍ଷ ରଥ ଯାତ୍ରା ସୂଚାରୁ ରୂପେ ହେବ । ହେଲେ ଏବେ ଅସୁବିଧା ହେବା ପରେ ବିରୋଧୀଙ୍କୁ କାମଳ ରୋଗ ହୋଇଥିôବା କହିଛନ୍ତି । ଯାହା ହାସ୍ୟାସ୍ପଦ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ରଥଯାତ୍ରା ବିଭ୍ରାଟ ଘଟଣାକୁ ନେଇ ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଦୃଢ଼ ନିନ୍ଦା କରିବା ସହ ଏହି ଭୁଲ ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଗଜପତି ପ୍ରଭୁଙ୍କ ପାଖରେ କ୍ଷମା ମାଗନ୍ତୁ ବୋଲି ଗତକାଲି ତାଙ୍କ ପ୍ରତିକ୍ରିୟାରେ କହିଥିଲେ ।
ଗୌତମ ଆଦାନୀ ଓଡ଼ିଶା ଆସି ପୁରୀ ଯିବେ, ରଥ ଟାଣିବେ. ତାଙ୍କରି ପାଇଁ ରଥଟଣାକୁ ପରଦିନକୁ ଘୁଞ୍ଚାଯାଇଥିଲା ବୋଲି କି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରଶ୍ନ କରିଛନ୍ତି
