Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଠରଗଡ଼(ବାହାମ ଖାପ)କେଉଁଟ ସମାଜର ବନ୍ଧୁମିଳନ

ସମ୍ବଲପୁର:ଅଠରଗଡ଼(ବାହାମ ଖାପ)କେଉଁଟ ସମାଜର ଏକ ବନ୍ଧୁମିଳନ ଆଜି ଜୟନ୍ତପୁର ହପାରିଆବାହଳ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ।
ପ୍ରାରମ୍ଭରେ ମୁଖ୍ୟ ଆୟୋଜକ ରବିରତ୍ନ ଦେହୁରୀ ମା ବୁଢ଼ୀ ସମଲେଇ ପୂଜା ଅର୍ଚ୍ଚନା କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।
ସଭାରେ ବାହାମ ଖାପର ସଭାପତି ପ୍ରେମାନନ୍ଦ ପାଣ୍ଡେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କେଉଁଟ ଜାତିକୁ ଏକତ୍ର ସୂତ୍ରରେ ବାନ୍ଧି ରଖିବା ସହିତ ଏହାକୁ ସୃଦୃଢ଼ କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଜାତିର ପରମ୍ପରା ଓ ବୈବାହିକ ସମ୍ପର୍କକୁ ମଜଭୁତ କରି ଆଗାମୀ ପୀଢ଼ି ପାଇଁ ଜାତିର ସମ୍ମାନକୁ ଅଧିକ ତେଜିଆନ କରି ରାଷ୍ଟ୍ର ହିତରେ ସମାଜକୁ ଉଚ୍ଚ ଆସନରେ ରଖିବାକୁ ସଂକଳ୍ପ ନେବାକୁ ପରାମର୍ଶ ଦେଇଥିଲେ। ସେ ଆହୁରି କହିଥିଲେଯେ, ଜାତି ହେଉଛି ହାତୀ ଠାରୁ ବଡ଼ । ଏଣୁ ସମସ୍ତେ ଏକତ୍ରିତ ହୋଇ ବୈଠକ,ମେଳା, ସଭା ସମିତି ଆଦି କାର୍ଯ୍ୟକ୍ରମରେ ଯୋଗଦେଇ ପରସ୍ପର ମଧ୍ୟରେ ସମ୍ପର୍କ ରଖିବା ଦ୍ଵାରା ଆମର ସସ୍କୃତି ଓ ପରମ୍ପରା ସୃଦୃଢ଼ ହେବ।ଯାହାକୁ ନିରନ୍ତର ଭାବେ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ ।
ମୁଖ୍ୟବକ୍ତା ଭାବେ ବାହାମ ଖାପ ସମ୍ପାଦକ ଅଲେଖ ଦେହୁରୀ ତାଙ୍କ ବକ୍ତବ୍ୟରେ ପୌରାଣିକ ସାହିତ୍ୟ ବିଷୟରେ ଅବଗତ କରିବା ସହିତ ସାମାଜିକ ସ୍ଥିତିକୁ ଧ୍ୟାନରେ ରଖି ସରକାରଙ୍କ ଦ୍ଵାରା ଜାତିକୁ ଦିଆ ଯାଉଥିବା ବିଭିନ୍ନ ଯୋଜନାର ସୁଉପଯୋଗ ନିଜ ଜାତି ଓ ପରିବାରର ଟେକ ରଖିବାକୁ ପରାମର୍ଶ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ସହ ସମ୍ପାଦକ ପ୍ରଶାନ୍ତ ବେହେରା, ପୂଜକ ବରୁଣ ଦେହୁରୀ ଯୋଗ ଦେଇଥିଲେ।
ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଅଞ୍ଚଳ ବିଶିଷ୍ଟ ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ ଯୋଗଦେଇ କେଉଁଟ ଜାତିର ଇତିହାସ, ବିକାଶ, ଆର୍ଥିକ, ସାମାଜିକ, ସାଂସ୍କୃତିକ, ରାଜନୈତିକ ଉତଥାନ ସମ୍ପର୍ରେ ଆଲୋଚନା କରି ଏଥିପାଇଁ ଶିକ୍ଷିତ ଚେତନାଶୀଳ ବ୍ୟକ୍ତି ଆଗେଇ ଆସି ଏକତା ଓ ସଂହତି ବଳରେ ଜାତି ସମ୍ମାନ ବଜାୟ ରଖିବେ ସେ ସମ୍ପର୍କରେ ବୁଝାଇଥିଲେ। ଜୟନ୍ତପୁର ଖାପର ସମାଜର ସାଧାରଣ ସମ୍ପାଦକ ରବିରତ୍ନ ଦେହୁରୀ ବାର୍ଷିକୀ ବିବରଣୀ ପାଠ କରିବା ସହିତ ସଭାରେ ଅଧ୍ୟକ୍ଷତା କରିଥିଲେ।ଏହି ଅବସରରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟଦେଇ ସମ୍ମାନିତ କରିଥିଲେ । ଜୟନ୍ତପୁର ସଭାପତି ପ୍ରିୟତମ ବାଗ ମଞ୍ଚ ପରିଚାଳନା କରିଥିବା ବେଳେ ନିରଞ୍ଜନ ପାଣ୍ଡେ, ମହେନ୍ଦ୍ର ବାଗ, ନନ୍ଦଲାଲ ବାଗ, ଦଶରଥ ପାଣ୍ଡେ ଏହାକୁ ପରିଚାଳନା କରିଥିଲେ। ଶେଷରେ ପ୍ରିୟତମ ବାଗ ଧନ୍ୟବାଦ୍ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories